Posted inଜାତୀୟ

ଦରମା ମାଗିବାରୁ ଯୁବତୀଙ୍କ ପଛରେ କୁକୁର ଛାଡ଼ିଲେ ମାଲିକ

ନୂଆଦିଲ୍ଲୀ, ୭।୭: କରୋନା ମହାମାରୀ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲୋକଙ୍କ ପାଖରେ ସଞ୍ଚିତ ଥିବା ଟଙ୍କା ସରିବାରେ ଲାଗିଛି। ଦିଲ୍ଲୀରେ ଜଣେ ଯୁବତୀ ସେ କାମ କରୁଥିବା ମାଲିକଙ୍କୁ ଦରମା ମାଗିଥିଲେ। ମାଲିକ ଯୁବତୀଙ୍କୁ ପ୍ରଥମେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ କହିଥିଲେ। ଯୁବତୀ ଜଣକ ଏନେଇ ରାଜି ନ ହେବାରୁ ସେ ତାଙ୍କୁ ମାରଧର କରିଥିଲେ। ଏହାପରେ ଯୁବତୀଙ୍କ ପଛରେ କୁକୁର ଛାଡ଼ିଦେଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଅଭିଯୋଗ କରିବା ପରେ ଦିଲ୍ଲୀ ମହିଳା କମିଶନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି। ପୂର୍ବରୁ ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ମେଡିକାଲ ରିପୋର୍ଟ ନ ଥିବାରୁ ପୋଲିସ କୌଣସି ମାମଲା ଦାଏର କରି ନ ଥିଲେ। ମାଲବ୍ୟ ନଗର ଆମ୍‌ ଆଦ୍‌ମୀ ପାର୍ଟି ବିଧାୟକ ସୋମନାଥ ଚାଟାର୍ଜୀ ଏନେଇ ଟୁଇଟ୍‌ କରି ମହିଳା କମିଶନଙ୍କୁ ଏ ସମ୍ପର୍କରେ ରବିବାର ଜଣାଇଥିଲେ। ସେ କହିଥିଲେ ଯେ, ଘଟଣା ଦୁଇ ସପ୍ତାହ ତଳେ ଘଟଥିଲେ ମଧ୍ୟ ଏନେଇ କୌଣସି ମାମଲା ଦାଏର ହୋଇନାହିଁ। ଖବର ମିଳିବା ପରେ ମହିଳା କମିଶନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପରେ ମାଲବ୍ୟ ନଗର ଥାନାରେ ଏନେଇ ମାମଲା ରୁଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ପ୍ରବଳ ବର୍ଷା: ୨୫ ମୃତ

ପାଟନା,୩୦ା୯: ବିହାରରେ କ୍ରମାଗତ ୩ ଦିନ ଲଗାଣ ବର୍ଷା ଫଳରେ ରାଜଧାନୀ ପାଟନା ସମେତ ବିଭିନ୍ନ ଜଲାରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ...

ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର

ଗାନ୍ଧିନଗର,୫।୭: ଗୁଜରାଟ ରାଧାନପୁରର କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ସେ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ...

ସ୍ଥାବର ସମ୍ପତ୍ତି ଆଧାର ସହିତ ହେବ ଲିଙ୍କ୍‌: ମୋଦି ସରକାର ଆଣିବେ ଆଇନ; ଡ୍ରାଫ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ,୨୬।୧୦:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସ୍ଥାବର ସମ୍ପତ୍ତିକୁ ଆଧାର ସହିତ ଲିଙ୍କ୍‌ କରିବା ଲାଗି ଯୋଜନା କରିଛନ୍ତି। ଏନେଇ ପାଞ୍ଚ ଜଣିଆ ସଂସଦୀୟ କମିଟି...

ସୌନ୍ଦର୍ଯ୍ୟକୁ ଦୀର୍ଘସ୍ଥାୟୀ କରିବା ପାଇଁ ସପ୍ତାହରେ ଥରେ ଏହି ବାଥ୍‌ …

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ଶରୀରର ଲୋମଛିଦ୍ର ଏହା ଦ୍ୱାରା ବନ୍ଦ ହୋଇଯାଇଥାଏ। ତେବେ ସପ୍ତାହରେ ଥରେ ସୋନା ବାଥ୍‌ ନେଲେ...

ପ୍ଲାଜ୍‌ମା ଥେରାପିରୁ ସୁଫଳ ମିଳୁନି: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ, ୨୪ା୧୦: କରୋନା ରୋଗୀଙ୍କ ଲାଗି ପ୍ଲାଜ୍‌ମା ଥେରାପି ବିଶେଷ ଫଳପ୍ରଦ ହେବ ବୋଲି କୁହାଯାଇଥିବାବେଳେ ଏହାର କୌଣସି ସୁଫଳ ମିଳୁ ନ ଥିବା ଇଣ୍ଡିଆନ୍‌...

ମା’ଙ୍କୁ ସ୍କୁଟରରେ ତୀର୍ଥଯାତ୍ରା ପାଇଁ ନେଉଥିବା ଯୁବକଙ୍କୁ ଉପହାର ମିଳିଲା କାର୍‌

ନୂଆଦିଲ୍ଲୀ,୨୪।୧୦: କର୍ନାଟକର ଜଣେ ଯୁବକ ତାଙ୍କ ୭୦ ବର୍ଷୀୟା ମାଆଙ୍କୁ ନିଜ ସ୍କୁଟରରେ ବସାଇ ତୀର୍ଥ ଯାତ୍ରା ପାଇଁ ବାହାରିଥିଲେ। ଏହି ମାତୃଭକ୍ତ ଯୁବକଙ୍କ କଥା...

ଓ୍ବାରେଣ୍ଟ ଜାରିର ୭ ଦିନ ପରେ ଦିଆଯାଉ ଫାଶୀ

ନୂଆଦିଲ୍ଲୀ,୨୩ା୧: ରିଭ୍ୟୁ ପିଟିଶନ, କ୍ୟୁରେଟିଭ୍‌ ପିଟିଶନ ଏବଂ ରାଜକ୍ଷମା ଆବେଦନ ଆଳରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ସମୟ ଗଡ଼ିଚାଲିଥିବାବେଳେ ଏନେଇ...

ଯମୁନା ଏକ୍ସପ୍ରେସ୍‌ଓ୍ବେ ପାଲଟିଛି ମରଣ ଯନ୍ତା: ୭ ବର୍ଷରେ ନେଲାଣି ୮ଶହରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀକୁ ଆଗ୍ରା ସହିତ ସଂଯୋଗ କରୁଥିବା ଯମୁନା ଏକ୍ସପ୍ରେସ୍‌୍‌ଓ୍ବେ ମରଣ ଯନ୍ତା ପାଲଟିଛି। ୧୬୫ କିମି ଦୀର୍ଘ ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ଗତ ୭ ବର୍ଷ...

Coronavirus Update

Archives

Model This Week

Why Dharitri