ଓଇଆର୍‌ସି ଅଫିସ ଘେରିଲା କଂଗ୍ରେସ

ଭୁବନେଶ୍ୱର, ୭ା୪(ବ୍ୟୁରୋ): ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ କଂଗ୍ରେସ କର୍ମୀମାନେ ଓଇଆର୍‌ସି କାର୍ଯ୍ୟାଳୟର ଗେଟ୍‌ ଖୋଲି ଜୋର ଜବରଦସ୍ତ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ବିକ୍ଷୋଭ ଶେଷରେ ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ଓଆଇଆର୍‌ସି ଅଧ୍ୟକ୍ଷଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ବିକ୍ଷୋଭରେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୨୦୧୬ର ବିମୁଦ୍ରୀକରଣ ଓ ବର୍ତ୍ତମାନର କରୋନା ମହାମାରୀର ସମ୍ମୁଖୀନ ହୋଇ ରାଜ୍ୟବାସୀ ହନ୍ତସନ୍ତ ହୋଇପଡ଼ିଛନ୍ତି। ଏଭଳି ସମୟରେ କର୍ମାଗତ ଭାବେ ୬ ମାସ ତଳେ ୟୁନିଟ୍‌ ପିଛା ୨୦ ପଇସା ଓ ଏବେ ୩୦ ପଇସା ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ କଂଗ୍ରେସ ବିରୋଧ କରିଛି। ବିଶେଷଭାବେ ଏହାଦ୍ୱାରା ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ଗୁରୁତର ପ୍ରଭାବିତ ହୋଇଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିନିଅନ୍ତୁ। ପୂର୍ବରୁ ବ୍ଲକ୍‌ ଓ ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ଯଦି ସରକାର ନିଜ ନିଷ୍ପତ୍ତି ନ ବଦଳାନ୍ତି ତେବେ କଂଗ୍ରେସ ରାସ୍ତାକୁ ଓହ୍ଲାଇବା ଲାଗି ପଛଘୁଞ୍ଚା ଦେବ ନାହିଁ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନେ ଯୋଗଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ସମୟରେ ଠିକ୍‌ କଥା କହିବି: ବାବୁସାନ୍‌

ଭୁବନେଶ୍ୱର,୨୮ା୭(ବ୍ୟୁରୋ): ବିବାଦରେ ଫସିଥିବା ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍‌ ସମୟରେ ଠିକ୍‌ କଥା କହିବି।...

ଓଲଟିଲା ତିର୍ଥଯାତ୍ରୀ ବସ୍‌: ୭ଗୁରୁତର, ୩୦ରୁ ଉଦ୍ଧର୍‌ବ ଆହାତ

ବାଲେଶର ଅଫିସ,୧୦।୮: ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ତିର୍ଥଯାତ୍ରୀ ବସ୍‌। ବାଲେଶର ଜିଲାର ସୋର ଅନ୍ତର୍ଗତ ୧୬ନଂ ଜାତୀୟ...

ରଥଯାତ୍ରାରେ ଗଜପତି ମହାରାଜା କରିବେ ଛେରାପହଁରା

ପୁରୀ ଅଫିସ,୬।୭: କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେବ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ତେବେ ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବା ନେଇ...

ମିଳିଲା ଅନୁମତି: ବ୍ରହ୍ମପୁର ଏମ୍‌କେସିଜିରେ ହେବ କୋଭିଡ-୧୯ ଟେଷ୍ଟ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି)ମେଡିକାଲ କଲେଜରେ କରୋନା ଟେଷ୍ଟ କରାଯିବ। ଏଥିପାଇଁ ଦିଲ୍ଲୀ ଆଇସିଏମ୍‌ଆର୍‌ ପକ୍ଷରୁ ଅନୁମତି ମିଳିଛି। ମେଡିକାଲ କଲେଜ...

୯ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୭।୧୦(ବ୍ୟୁରୋ): କୁଆଁର ପୂର୍ଣ୍ଣିମାରେ ପୁଣି ଉପକୂଳ ଓଡ଼ିଶା ଭିଜିବ। ଅକ୍ଟୋବର ୯ ତାରିଖ କୁଆଁର ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବର୍ଷାର ପରିମାଣ ବଢିବ ।୧୦...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଛେଣ୍ଡିପଦା,୨୧।୪(ସ୍ବ.ପ୍ର.) ଛେଣ୍ଡିପଦାର ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ଯୋଗ ଶିବିରର ସଦସ୍ୟମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ୧ଶହ ଟଙ୍କା ଦାନ କରିଛନ୍ତି।...

କୋସକା ଆୟୁର୍ବେଦିକ ଚିକିତ୍ସାଳୟ: ସ୍ଥାୟୀ ଡାକ୍ତର ଅଭାବରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ

ଖଣ୍ଡପଡ଼ା,୧୪ା୧୧ (ସ୍ବ.ପ୍ର.): ଲୋକମାନଙ୍କୁ ଅଳ୍ପ ମୂଲ୍ୟରେ ପ୍ରାକୃତିକ ଉପଚାର ଓ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୧୯୬୮ ମସିହାରୁ ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥା...

ଆଜି ଶପଥ ନେବେ ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌: ଲୋକସେବା ଭବନରେ ହେବ ଶପଥ ଉତ୍ସବ

କଟକ ଅଫିସ୍‌,୨୭।୪: ଓଡ଼ିଶା ହାଇକୋର୍ଟର ୩୧ତମ ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ସୋମବାର ଶପଥ ଗ୍ରହଣ କରିବେ। ଲୋକସେବା ଭବନ ରାଜ୍ୟ...

Advertisement
Archives

Model This Week