ବିରୋଧୀ ଅଟଳ, ଗୃହ ଅଚଳ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାକୁ ନେଇ ଗତ ୫ ଦିନ ହେବ ବିଧାନସଭା ଅଚଳ ହୋଇଛି। ବିରୋଧୀ ଭାଜପା ଏବଂ କଂଗ୍ରେସର ଗୋଟିଏ ଜିଦ୍‌ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇ ମାମଲାର ସିିବିଆଇ ତଦନ୍ତ କରାଯାଉ। ଏହି ଦାବିକୁ ଶାସକ ଦଳ ଗ୍ରହଣ କରିବାକୁ ନାରାଜ। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ମୁଖ୍ୟମନ୍ତ୍ରୀ ଡିସେମ୍ବର ୪ରେ ମମିତା ମେହେର ହତ୍ୟା ପ୍ରସଙ୍ଗ ଉପରେ ବିବୃତି ଦେଇଥିଲେ। ଏହା ବିରୋଧୀଙ୍କୁ ଶାନ୍ତ କରିପାରି ନାହିଁ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରତିବାଦ କରି ଗୃହକାର୍ଯ୍ୟକୁ ଚଳାଇ ଦେଉନାହାନ୍ତି। ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କମ୍‌ ଯୋଗାଇବା, ଦରଦାମ୍‌ ବୃଦ୍ଧି ଏବଂ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ଦେବାକୁ ଦାବିକରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛି। ବିରୋଧୀ ଓ ଶାସକଙ୍କ ହଟ୍ଟଗୋଳ ଯୋଗୁ ସୋମବାର ମଧ୍ୟ ଗୃହ କାର୍ଯ୍ୟ ହୋଇପାରି ନ ଥିଲା।
୧୦ଟା ୩୦ ମିନିଟ୍‌ରେ ସଭାକାର୍ଯ୍ୟ ଚଳାଇବାକୁ ବାଚସ୍ପତି ଗୃହକୁ ପ୍ରବେଶ କରିଥିଲେ। ଏହା ପୂର୍ବରୁ ପ୍ରସ୍ତୁତ ହୋଇଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିଯାଇ ବ୍ୟାନର ଓ ପୋଷ୍ଟର ଦେଖାଇ ପ୍ରତିବାଦ ଜଣାଇଥିଲେ। ମମିତାଙ୍କୁ ନ୍ୟାୟ ଆମର ଦାବି, ସରକାର ତୁମେ ମାନି ନିଅ… ମାନି ନିଅ ସ୍ଲୋଗାନ ଦେଇଥିଲେ। ଅନ୍ୟପକ୍ଷରେ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗରେ ପୋଷ୍ଟର ବ୍ୟାନର ଓ ପ୍ଲାକାର୍ଡ ଧରି ହୋହଲ୍ଲା କରିଥିଲେ। ଏହାପରେ ବିଜେଡି ସଦସ୍ୟମାନେ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲେ। ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବିକରି ପାଟି କରିଥିଲେ। ବାଚସ୍ପତି ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କୁ ସିଟ୍‌ରେ ବସିବାକୁ ନିବେଦନ କରି ବିଫଳ ହୋଇଥିଲେ। ଫଳରେ ମାତ୍ର ୩ ମିନିଟ୍‌ ପରେ ଅର୍ଥାତ ୧୦ଟା ୩୩ ମିନିଟ୍‌ରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ମୁଲତବୀ ଘୋଷଣା ପରେ କଂଗ୍ରେସ ଓ ଭାଜପା ବିଧାନସଭାର ଦୁଇ ଫାଟକ ନିକଟରେ ପ୍ରତିବାଦ କରିବା ବେଳେ ମୁଖା ପିନ୍ଧି ବିଜେଡି ସଦସ୍ୟମାନେ ଗାନ୍ଧୀ ମୂର୍ତ୍ତିି ନିକଟରେ ପ୍ରତିବାଦ ଜଣାଇଥିଲେ। ଅପରାହ୍ନ ୪ଟା ପରେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇ ନ ଥିଲା। ବିରୋଧୀ ସଦସ୍ୟମାନେ ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିରୋଧୀଙ୍କୁ ଶାନ୍ତ କରି ଗୃହକୁ ସ୍ବାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ। ୪ଟା୧ରୁ ୪ଟା ୩୦ ମିନିଟ ଯାଏ ଗୃହ ମୁଲତବୀ ହୋଇଥିଲା। ଆଲୋଚନା ଅସମାପ୍ତ ହେବାରୁ ପୁଣି ୧୫ ମିନିଟ୍‌ ଗୃହ ମୁଲତବୀ ହୋଇଥିଲା। ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା। ପରସ୍ପର ନିଜ ଜିଦ୍‌ରେ ଅଟଳ ରହିଥିଲେ। ବିରୋଧୀ ଦଳ ଦାବି ବିଷୟରେ ସରକାର ଅବଗତ ଅଛନ୍ତି। ଗୃହ କିପରି ସ୍ବାଭାବିକ ହେବ ତାହା ଶାସକ ଦଳ କରିବା କଥା। ବିରୋଧୀ ଦଳ ବୈଠକରେ ଏହି ପ୍ରସ୍ତାବ ରଖିବା ପରେ ଶାସକ ଦଳ ବିରୋଧୀଙ୍କଠାରୁ ଅନୁରୂପ ପ୍ରସ୍ତାବ ଆଶା କରିଥିଲା। ଗୃହ କିପରି ସ୍ବାଭାବିକ ହେବ ସେ ନେଇ ଭାଜପା ଓ କଂଗ୍ରେସ ମଙ୍ଗଳବାର ଚୂଡାନ୍ତ ନିଷ୍ପତ୍ତି ଜଣାଇବେ ବୋଲି କହିଥିଲେ। ବୈଠକ ଅସଫଳ ହେବା ପରେ ବାଚସ୍ପତି ଗୃହକୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ଦେଇଥିଲେ। ସର୍ବଦଳୀୟ ବୈଠକ ପରେ ଉଭୟ ଭାଜପା ଓ କଂଗ୍ରେସ ପରବର୍ତ୍ତୀ ରଣନୀତି ନେଇ ମିଳିତ ବୈଠକ ଡାକିଥିଲେ। ମଙ୍ଗଳବାର ପୂର୍ବାହ୍ନ ୧୦ଟା ବେଳକୁ ବିଧାନସଭାରେ ପୁଣି ଥରେ ବୈଠକ ବସିବ। ଏହା ପରେ ବିରୋଧୀ ଦଳ ସେମାନଙ୍କର ଚୂଡାନ୍ତ ନିଷ୍ପତ୍ତି ବାଚସ୍ପତିଙ୍କୁ ଜଣାଇବେ। ତେବେ ମଙ୍ଗଳବାର ବିଧାନସଭା ସ୍ବାଭାବିକ ହେବ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?