ବିରୋଧୀ ଅଟଳ, ଗୃହ ଅଚଳ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାକୁ ନେଇ ଗତ ୫ ଦିନ ହେବ ବିଧାନସଭା ଅଚଳ ହୋଇଛି। ବିରୋଧୀ ଭାଜପା ଏବଂ କଂଗ୍ରେସର ଗୋଟିଏ ଜିଦ୍‌ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇ ମାମଲାର ସିିବିଆଇ ତଦନ୍ତ କରାଯାଉ। ଏହି ଦାବିକୁ ଶାସକ ଦଳ ଗ୍ରହଣ କରିବାକୁ ନାରାଜ। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ମୁଖ୍ୟମନ୍ତ୍ରୀ ଡିସେମ୍ବର ୪ରେ ମମିତା ମେହେର ହତ୍ୟା ପ୍ରସଙ୍ଗ ଉପରେ ବିବୃତି ଦେଇଥିଲେ। ଏହା ବିରୋଧୀଙ୍କୁ ଶାନ୍ତ କରିପାରି ନାହିଁ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରତିବାଦ କରି ଗୃହକାର୍ଯ୍ୟକୁ ଚଳାଇ ଦେଉନାହାନ୍ତି। ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କମ୍‌ ଯୋଗାଇବା, ଦରଦାମ୍‌ ବୃଦ୍ଧି ଏବଂ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ଦେବାକୁ ଦାବିକରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛି। ବିରୋଧୀ ଓ ଶାସକଙ୍କ ହଟ୍ଟଗୋଳ ଯୋଗୁ ସୋମବାର ମଧ୍ୟ ଗୃହ କାର୍ଯ୍ୟ ହୋଇପାରି ନ ଥିଲା।
୧୦ଟା ୩୦ ମିନିଟ୍‌ରେ ସଭାକାର୍ଯ୍ୟ ଚଳାଇବାକୁ ବାଚସ୍ପତି ଗୃହକୁ ପ୍ରବେଶ କରିଥିଲେ। ଏହା ପୂର୍ବରୁ ପ୍ରସ୍ତୁତ ହୋଇଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିଯାଇ ବ୍ୟାନର ଓ ପୋଷ୍ଟର ଦେଖାଇ ପ୍ରତିବାଦ ଜଣାଇଥିଲେ। ମମିତାଙ୍କୁ ନ୍ୟାୟ ଆମର ଦାବି, ସରକାର ତୁମେ ମାନି ନିଅ… ମାନି ନିଅ ସ୍ଲୋଗାନ ଦେଇଥିଲେ। ଅନ୍ୟପକ୍ଷରେ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗରେ ପୋଷ୍ଟର ବ୍ୟାନର ଓ ପ୍ଲାକାର୍ଡ ଧରି ହୋହଲ୍ଲା କରିଥିଲେ। ଏହାପରେ ବିଜେଡି ସଦସ୍ୟମାନେ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲେ। ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବିକରି ପାଟି କରିଥିଲେ। ବାଚସ୍ପତି ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କୁ ସିଟ୍‌ରେ ବସିବାକୁ ନିବେଦନ କରି ବିଫଳ ହୋଇଥିଲେ। ଫଳରେ ମାତ୍ର ୩ ମିନିଟ୍‌ ପରେ ଅର୍ଥାତ ୧୦ଟା ୩୩ ମିନିଟ୍‌ରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ମୁଲତବୀ ଘୋଷଣା ପରେ କଂଗ୍ରେସ ଓ ଭାଜପା ବିଧାନସଭାର ଦୁଇ ଫାଟକ ନିକଟରେ ପ୍ରତିବାଦ କରିବା ବେଳେ ମୁଖା ପିନ୍ଧି ବିଜେଡି ସଦସ୍ୟମାନେ ଗାନ୍ଧୀ ମୂର୍ତ୍ତିି ନିକଟରେ ପ୍ରତିବାଦ ଜଣାଇଥିଲେ। ଅପରାହ୍ନ ୪ଟା ପରେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇ ନ ଥିଲା। ବିରୋଧୀ ସଦସ୍ୟମାନେ ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିରୋଧୀଙ୍କୁ ଶାନ୍ତ କରି ଗୃହକୁ ସ୍ବାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ। ୪ଟା୧ରୁ ୪ଟା ୩୦ ମିନିଟ ଯାଏ ଗୃହ ମୁଲତବୀ ହୋଇଥିଲା। ଆଲୋଚନା ଅସମାପ୍ତ ହେବାରୁ ପୁଣି ୧୫ ମିନିଟ୍‌ ଗୃହ ମୁଲତବୀ ହୋଇଥିଲା। ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା। ପରସ୍ପର ନିଜ ଜିଦ୍‌ରେ ଅଟଳ ରହିଥିଲେ। ବିରୋଧୀ ଦଳ ଦାବି ବିଷୟରେ ସରକାର ଅବଗତ ଅଛନ୍ତି। ଗୃହ କିପରି ସ୍ବାଭାବିକ ହେବ ତାହା ଶାସକ ଦଳ କରିବା କଥା। ବିରୋଧୀ ଦଳ ବୈଠକରେ ଏହି ପ୍ରସ୍ତାବ ରଖିବା ପରେ ଶାସକ ଦଳ ବିରୋଧୀଙ୍କଠାରୁ ଅନୁରୂପ ପ୍ରସ୍ତାବ ଆଶା କରିଥିଲା। ଗୃହ କିପରି ସ୍ବାଭାବିକ ହେବ ସେ ନେଇ ଭାଜପା ଓ କଂଗ୍ରେସ ମଙ୍ଗଳବାର ଚୂଡାନ୍ତ ନିଷ୍ପତ୍ତି ଜଣାଇବେ ବୋଲି କହିଥିଲେ। ବୈଠକ ଅସଫଳ ହେବା ପରେ ବାଚସ୍ପତି ଗୃହକୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ଦେଇଥିଲେ। ସର୍ବଦଳୀୟ ବୈଠକ ପରେ ଉଭୟ ଭାଜପା ଓ କଂଗ୍ରେସ ପରବର୍ତ୍ତୀ ରଣନୀତି ନେଇ ମିଳିତ ବୈଠକ ଡାକିଥିଲେ। ମଙ୍ଗଳବାର ପୂର୍ବାହ୍ନ ୧୦ଟା ବେଳକୁ ବିଧାନସଭାରେ ପୁଣି ଥରେ ବୈଠକ ବସିବ। ଏହା ପରେ ବିରୋଧୀ ଦଳ ସେମାନଙ୍କର ଚୂଡାନ୍ତ ନିଷ୍ପତ୍ତି ବାଚସ୍ପତିଙ୍କୁ ଜଣାଇବେ। ତେବେ ମଙ୍ଗଳବାର ବିଧାନସଭା ସ୍ବାଭାବିକ ହେବ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri