ଯିଏ ପକାଇଥିଲେ ଏସିଡ୍‌, ତାଙ୍କୁ ହେଲେ ବାହା

ତୁର୍କୀ,୨୬ା୧୨: ତୁର୍କୀର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଉଦାରତା ଏବେ ଚର୍ଚ୍ଚାରେ ରହିଛିି। ଯେଉଁ ଯୁବକ ତାଙ୍କ ମୁହଁକୁ ଏସିଡ୍‌ ପକାଇଥିଲେ ସେହି ଯୁବକଙ୍କୁ ବିବାହ କରିଛନ୍ତି ଯୁବତୀ।

ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ଯୁବକ ଜଣକ କହିଛନ୍ତି, ମୁଁ ଏମିତି କରିବାକୁ ଚାହୁଁ ନ ଥିଲି। କିନ୍ତୁ ରାଗରେ କରି ଦେଇଥିଲି।

ଯୁବତୀଙ୍କ ନାମ ବେରଫିନ୍‌ ଓଜେକ୍‌। ଯେଉଁ ଯୁବକ ତାଙ୍କୁ ବିବାହ କରିଛନ୍ତି ତାଙ୍କ ନାମ ଓଜନ ସେଲ୍‌ଟି। ଦୁହିଁଙ୍କ ମଧ୍ୟରେ ରିଲେସନଶିପ୍‌ ଥିଲା। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଫଳରେ ୨୦୧୯ ମସିହାରେ ଓଜନ ବେରଫିନ୍‌ଙ୍କ ଉପରକୁ ଏସିଡ୍‌ ଫିଙ୍ଗି ଥିଲେ। ପରେ ଓଜନଙ୍କୁ ୧୩ ବର୍ଷ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ମାତ୍ର କାନୁନ ବଦଳିବା ପରେ ତାଙ୍କୁ ସମୟସୀମା ପୂର୍ବରୁ ଜେଲ୍‌ରୁ ମୁକ୍ତି ମିଳିଥିଲା।

ବେରଫିନଙ୍କ ଉପରକୁ ଏସିଡ୍‌ ଫିଙ୍ଗିବା ପରଠାରୁ ସେ ଭାବି ନେଇଥିଲେ ‘ ମୁଁ ଓଜନଙ୍କର ନୁହେଁ ତ ଆଉ କାହାର ନୁହଁ’। ଯଦି ବିବାହ କରିବି ଓଜନଙ୍କୁ ହିଁ ବିବାହ କରିବି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ସେ ଏହି କଥା ମଧ୍ୟ କହିଥିଲେ।

ତେବେ ଓଜନ ଜେଲ୍‌ରୁ ମୁକୁଳିବା ପରେ ବେରଫିନ୍‌ ତାଙ୍କୁ କ୍ଷମା କରିବା ସହ ବିବାହ ବି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, କ୍ଷମା ମାଗିଦେଲେ କ’ଣ ଅପରାଧ କମିଯିବ? ମୁଁ ଭାବୁଛି ଏହି ବିବାହ ବେଶିଦିନ ତିଷ୍ଠିବ ନାହିଁ। ଆଉ ଜଣେ ୟୁଜର ଲେଖିଛନ୍ତି, ଯିଏ ଯୁବତୀଙ୍କ ସହ ବର୍ବରତା କରିଥିଲେ, ସେହି ଯୁବକଙ୍କ ସହ ତାଙ୍କୁ ରହିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼ ‘ହାଇସେନ୍‌’: ଜାପାନରେ ହାଇ ଆଲର୍ଟ ଜାରି

ଟୋକିଓ,୬।୯: ଦକ୍ଷିଣ ଜାପାନର ସକିନାଓ୍ବା ଦ୍ୱୀପ ଆଡକୁ ମୁହାଁଉଥିବା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ହାଇସେନ୍‌’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବା ଆଶଙ୍କା କରାଯାଇ ସେଠାକାର...

ଥରିଲା ଜାପାନ ଓ ଦକ୍ଷିଣ ଫିଲିପାଇନ୍ସ୍‌

ଟୋକିଓ,୧୩।୭: ଜାପାନ ଏବଂ ଦକ୍ଷିଣ ଫିଲିପାଇନ୍ସ୍‌ରେ ଶନିବାର ଭୂକମ୍ପ ଅନୁଭୁତ ହୋଇଛି। ଜାପାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବାବେଳେ ଦକ୍ଷିଣ ଫିଲିପାଇନ୍ସ୍‌ରେ...

ଦଳକୁ ଭଲପାଉଥିବା ବ୍ୟକ୍ତି ପୁଅର ନାଁ ରଖିଲେ କଂଗ୍ରେସ

ଜୟପୁର,୨୩।୧: ଘରେ ପିଲାଟିଏ ଜନ୍ମନେଲେ ତା’ର ନାମକରଣ କରିବାକୁ ମାତାପିତାଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିଜନ କିଏ କେତେ କ’ଣ ନାଁ ବାଛି ଥାଆନ୍ତି। ହେଲେ...

ଭାରତୀୟ ମୂଳ ରିଚାର୍ଡ ବର୍ମାଙ୍କୁ ମିଳିଲା ଆମେରିକା ବୈଦେଶିକ ବିଭାଗର ମୁଖ୍ୟ ପଦ

ଓ୍ବାଶିଂଟନ,୩୧ା୩ ଆମେରିକା ସିନେଟ ଭାରତୀୟ ମୂଳ ଆମେରିକୀୟ ରିଚାର୍ଡ ବର୍ମାଙ୍କୁ ଡେପୁଟି ସେକ୍ରେଟେରୀ, ମ୍ୟାନେଜମେଣ୍ଟ ଏବଂ ରିସୋର୍ସ ସଚିବ ଭାବରେ ନିଯୁକ୍ତି କରିଛି। ସିନେଟ ୬୭-୨୬...

୨,୫୦୦ ବର୍ଷର ପୁରୁଣା କଙ୍କାଳ ଠାବ

ଲଣ୍ଡନ: ମାନବ ସଭ୍ୟତାର କ୍ରମବିକାଶ ସହିତ ଆପରାଧିକ କାର୍ଯ୍ୟ ବଢ଼ିଥିବା ନେଇ ଏବେ ଗବେଷଣାରୁ ଜଣାପଡ଼ିଛି। ଇଂଲଣ୍ଡର ଦକ୍ଷିଣପୂର୍ବରେ ଥିବା ଚଲର୍ଟନ ହିଲ୍‌ ଅଞ୍ଚଳ ଅନ୍ତର୍ଗତ...

ଥରିଲା ଆଫଗାନିସ୍ତାନ ଓ ତାଇଓ୍ବାନ

କାବୁଲ/ତାଇପେଇ,୮।୮: ଆଫଗାନିସ୍ତାନ ଓ ତାଇଓ୍ବାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ସକାଳ ୬ଟା ୧୫ରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର...

କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ

କେବେ କେବେ ସିଟି ବଜାଇ ବଡଙ୍କ ଠାରୁ ଗାଳି ଖାଇବା ଅନୁଭବ କାହାର ନା କାହାର ଥାଇପାରେ। ହେଲେ କାହିଁକି ଗୁରୁଜନମାନେ ସିଟି ବଜାଇବାକୁ ବାରଣ...

ପିଓକେରେ ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୮ା୧୦: ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଗସ୍ତ କରିବା ସହ ଏହାକୁ ଆଜାଦ ଜମ୍ମୁ-କଶ୍ମୀର ବୋଲି ବାରମ୍ବାର କହିବା...

Advertisement
Archives

Model This Week