Posted inଖେଳ

ଅଲିମ୍ପିକ ପଦକ ଓ ଏହାର ବିବର୍ତ୍ତନ

ନୂଆଦିଲ୍ଲୀ,୧୫।୭(ପି.ଟି.): ବିଶ୍ୱର ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ ଭଳି ସମୟକ୍ରମେ ଏହାର ପଦକର ବିବର୍ତ୍ତନ ତଥା ସାମଗ୍ରିକ ବିକାଶ ହୋଇଛି। ଅଲିଭ ପତ୍ରର ହାରଠାରୁ ଆରମ୍ଭ କରି ପଦକ ଏବେ ବିଭିନ୍ନ ଧାତୁରେ ତିଆରି ହେବା ସହ ବେଶ୍‌ ଆକର୍ଷଣୀୟ ହୋଇଛି। ଅଲିମ୍ପିକ ପଦକ ଜିତିବା ବିଶ୍ୱର ଯେକୌଣସି ଆଥ୍‌ଲେଟଙ୍କ ପାଇଁ ସବୁବେଳେ ଏକ ବଡ଼ ସ୍ବପ୍ନ ରହିଆସିଛି।
ଏଥର ଟୋକିଓ ଅଲିମ୍ପିକ୍ସର ପଦକଗୁଡିକର ରୂପରେଖ ମଧ୍ୟ ଭିନ୍ନ ହେବ। ବିଭିନ୍ନ ଇଲେକଟ୍ରୋନିକ୍‌ ଉପକରଣର ପୁନଃନବୀକରଣ ଦ୍ୱାରା ଏହି ପଦକ ନିର୍ମାଣ କରାଯାଇଛି ଓ ଏହା ପଥରର ଗୁଳା ଭଳି ଦେଖାଯାଉଛି। ମେଡାଲଗୁଡିକର ବ୍ୟାସ ୮.୫ ସେଣ୍ଟିମିଟର ରହିଛି। ଏଥିରେ ଗ୍ରୀକ୍‌ ସଭ୍ୟତାର ବିଜୟର ଦେବୀ ଭାବେ ବିବେଚିତ ହେଉଥିବା ନାଇକଙ୍କ ଏକ ଉଡ଼ନ୍ତା ଛବି ରହିଛି। ପୂର୍ବ ସଂସ୍କରଣଗୁଡ଼ିକ ତୁଳନାରେ ଏଥର ପଦକର ସଂରଚନା ଭିନ୍ନ ରହିଛି। ପ୍ରଥମଥର ପାଇଁ ପଦକ ନିର୍ମାଣରେ ଜାପାନ ନାଗରିକଙ୍କ ଅବଦାନ ରହିଛି। ପଦକ ଏଥର ସୁନା, ରୁପା ଓ ବ୍ରୋଞ୍ଜ୍‌ରେ ନିର୍ମାଣ କରାଯାଇଛି। ଜାପାନର ଅଧିବାସୀମାନେ ୭୯,୦୦୦ ଟନ୍‌ର ବ୍ୟବହୃତ ମୋବାଇଲ ଫୋନ ଓ ଅନ୍ୟ ଇଲେକ୍‌ଟ୍ରୋନିକ ଉପକରଣ ପ୍ରଦାନ କରିଥିଲେ ଓ ଏଥିରୁ ପଦକ ନିର୍ମାଣ କରାଯାଇଛି। ଜାପାନ ଲୋକଙ୍କଠାରୁ ମୋଟ ୩୨ କିଲୋ ସୁନା, ୩୫୦୦ କିଲେ ରୁପା, ୨୨୦୦ କିଲୋ ପିତ୍ତଳ ସଂଗ୍ରହ କରାଯାଇଥିଲା।
୩୨ କି.ଗ୍ରା. ସୁନା ସଂଗ୍ରହ କରାଯାଇଛି
୩୨ କିଲେ ସୁନା ସଂଗ୍ରହ କରାଯାଇଥିଲେ ମଧ୍ୟ ପଦକ ସମ୍ପୂର୍ଣ୍ଣ ଭାବେ ସୁନାରେ ନିର୍ମିତ ହୋଇନାହିଁ। ଏଥିରେ ନାମକୁମାତ୍ର ସୁନା ବ୍ୟବହାର କରାଯାଇଛି। ପଦକ ଉପରେ ସୁନାର ପାଣି ଦିଆଯାଇଛି।
ସ୍ବର୍ଣ୍ଣ ପଦକରେ କେତେ ସୁନା ?
ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପ୍ରକୃତରେ ରୁପାରେ ତିଆରି ହୋଇଛି। ୫୫୬ ଗ୍ରାମ୍‌ର ସ୍ବର୍ଣ୍ଣ ପଦକରେ ମାତ୍ର ୬ ଗ୍ରାମ ସୁନା ବ୍ୟବହାର କରାଯାଇଛି। ମେଡାଲ ଉପରେ ସୁନାର ପ୍ଲେଟିଂ କରାଯାଇଛି। ଶେଷଥର ପାଇଁ ୧୯୧୨ ଷ୍ଟକ୍‌ହୋମ ଅଲିମ୍ପିକ୍ସରେ ଆଥ୍‌ଲେଟଙ୍କୁ ପ୍ରକୃତ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଏବେକାର ନିୟମ ଅନୁସାରେ ସ୍ବର୍ଣ୍ଣ ପଦକରେ ଅତିକମ୍‌ରେ ୬ ଗ୍ରାମ୍‌ର ସୁନା ରହିବ। ଏହା ବ୍ୟତୀତ ପଦକ ଅତିକମ୍‌ରେ ୬୦ ମିଲିମିଟର ବ୍ୟାସ ବିଶିଷ୍ଟ ହେବା ସହ ୩ ମିଲିମିଟର ମୋଟା ହେବା ଆବଶ୍ୟକ। ସେହିପରି ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକର ଓଜନ ୫୫୦ ଗ୍ରାମ ରହିବ। ସେହିପରି ବ୍ରୋଞ୍ଜ୍‌ ପଦକର ଓଜନ ୪୫୦ ଗ୍ରାମ ରହିଛି। ୯୫ ପ୍ରତିଶତ କପର ଓ ୫ ପ୍ରତିଶତ ଜିଙ୍କ୍‌ ସହ ବ୍ରୋଞ୍ଜ ପଦକ ତିଆରି ହୋଇଛି।
ଏଥର ପଦକ ନିର୍ମାଣରେ ୬୨ ଲକ୍ଷ ପୁରୁଣା ମୋବାଇଲ ଫୋନ ବ୍ୟବହୃତ ହୋଇଛି। ପ୍ରଥମଥର ପାଇଁ ଲୋକଙ୍କ ବ୍ୟବହୃତ ଜିନିଷ ଓ ରିସାଇକଲ ମେଟେରିଆଲ ନେଇ ଏଥର ପଦକ ନିର୍ମାଣ କରାଯାଇଛି।
ପଦକ ପାଇଁ ୪୦୦ରୁ ଗୋଟିଏ ଡିଜାଇନ୍‌କୁ ନେଇ ଚୟନ କରାଯାଇଥିଲା। ପଦକର ଫିତା ବା ରିବନରେ ଜାପାନ ଐତିହ୍ୟ ଓ ସଂସ୍କୃତିର ପରିଚୟ ମିଳିବ। ଏକତାରେ ଅନେକତାର ଝଲକ ଏହି ରିବନରେ ଦେଖିବାକୁ ମିଳିବ। ରିବନରେ ସିଲିକନ୍‌ ଲାଇନ୍‌ର ବ୍ୟବହାର କରାଯାଇଛି। ଯାହାଫଳରେ ରିବନକୁ ଛୁଇଁ କି ପଦକର ସ୍ବରୂପ ଜଣାପଡିବ। ରିସାଇକଲ ହୋଇଥିବା ପଲିଷ୍ଟର ଫାଇବର ଏଥିରେ ବ୍ୟବହାର କରାଯାଇଛି।
ପଦକଗୁଡିକର ଖୋଳ ବା କେସ୍‌ କାଠରେ ତିଆରି ହୋଇଛି ଓ ଏହା ଏକ ସ୍ବତନ୍ତ୍ର ଉପାୟରେ ନିର୍ମାଣ କରାଯାଇଛି। ଜାପାନ ଶିଳ୍ପୀମାନେ ପାରମ୍ପରିକ ଓ ଆଧୁନିକ କୌଶଳରେ ଏହାକୁ ତିଆରି କରିଛନ୍ତି।ପ୍ରତ୍ୟେକ ଖୋଳ ପରସ୍ପରଠାରୁ ଭିନ୍ନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri