ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

କେନ୍ଦୁଝର/ଢେଙ୍କିକୋଟ,୧୭।୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ଭୋଳବେଡ଼ା ଗ୍ରାମର ମୁଣ୍ଡା ସାହିରେ ବୁଧବାର ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ଜନୈକା ନାବାଳିକା ଓ ଜଣେ ନାବାଳକ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ସେମାନଙ୍କୁ ଜୁଭେନାଇଲ୍‌ କୋର୍ଟକୁ ପଠାଇଦେଇଛି। ମୃତା ମହିଳା ହେଲେ କୁନି ମୁଣ୍ଡା(୬୫)। ଏ ନେଇ ଥାନାରେ ଏକ ହତ୍ୟା ମାମଲା (ନଂ.୧୬୨/୨୦) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗ୍ରାମରେ କାହାର ଦେହ ଖରାପ ହେଲେ କୁନି ଗୁଣିଗାରେଡ଼ି କରୁଥିବା ସନ୍ଦେହ କରାଯାଉଥିଲା। ବୁଧବାର ରାତି ୮ଟାରେ ଗ୍ରାମରେ ଭୋଜି ଭାତ ଚାଲିଥିବାରୁ ଏକୁଟିଆ ରହୁଥିବା କୁନିଙ୍କୁ ଘରେ ପଶି ହତ୍ୟା କରାଯାଇଥିଲା। ଖବରପାଇ ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ଥାନାଧିକାରୀ ଶ୍ୟାମଘନ ବେହେରା ଗୁରୁବାର ସକାଳୁ ଭୋଳବେଡ଼ାରେ ପହଞ୍ଚି ତଦନ୍ତ କରିଥିଲେ। ସନ୍ଧ୍ୟାରେ ଉକ୍ତ ନାବାଳିକା ଓ ନାବାଳକ ଢ଼େଙ୍କିକୋଟ ଫାଣ୍ଡିରେ ଆତ୍ମ ସମର୍ପଣ କରିଥିବା ଫାଣ୍ଡି ଅଧିକାରୀ ସତ୍ୟ ନାରାୟଣ ପରିଡ଼ା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାରୀ ଛତିଶଗଡ଼ରୁ ଗିରଫ

ବାଲିଆପାଳ,୨୩ା୯(ସ୍ବ.ପ୍ର): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ୭ ବର୍ଷର ନାବାଳିକାଙ୍କୁୁ ବଳାତ୍କାର କରି ଫେରାର ଥିବା ଅଭିଯୁକ୍ତଙ୍କୁ ବାଲିଆପାଳ ପୋଲିସ ସୋମବାର ଛତିଶଗଡ଼ର ଭିଲେଇ...

କଳାମାଟିଆ ପଞ୍ଚାୟତରେ ଘରଘର ବୁଲି ରକ୍ତ ନମୁନା ସଂଗ୍ରହ କରୁଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ

ରତ୍ନଗିରି,୩ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ କଳାମାଟିଆ ପଞ୍ଚାୟତରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।...

ଉଧେଇ ପାରୁନାହାନ୍ତି ବହୁ ପ୍ରାଣୀ

ଲିଙ୍ଗରାଜ ରାଉତ ବାରଙ୍ଗ, ୧୦।୧୨: ବିଶ୍ୱସ୍ତରୀୟ ହେବ ପ୍ରାଣୀଉଦ୍ୟାନ ନନ୍ଦନକାନନ। ବଦଳିବ ଏହାର ଚେହେରା। ବୃଦ୍ଧି ପାଇବ ବନ୍ୟପ୍ରାଣୀଙ୍କ ସଂଖ୍ୟା। ନୂଆ ନୂଆ ପ୍ରଜାତିକୁ ଦେଖିବେ...

ଗୋଟିଏ ରାତିରେ ୫ ଲକ୍ଷ ଜରିମାନା ଆଦାୟ

ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଇଲାକାର ଋଷିକୁଲ୍ୟା ନଦୀରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଛି। ତହସିଲ ପ୍ରଶାସନ ପକ୍ଷରୁ ଏହାର ଧରପଗଡ଼ ହେଉଛି। ରବିବାର...

ହୃଦ୍‌ଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ମିଳିବ ନିଯୁକ୍ତି

ବଅଁରପାଳ,୨।୧୦ (ଡି.ଏନ.ଏ.)-ନାଲ୍‌କୋ ସିପିପି ଅପରେଶନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ...

ସୋଲାର ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୨୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅନ୍ୟତମ ଐତିହାସିକ ପର୍ଯ୍ୟଟନସ୍ଥଳ ଜଉଗଡ଼ ଅବହେଳିତ ଅବସ୍ଥାରେ ପଡ଼ିଥିବା ହେତୁ ଏହାର ବିକାଶ ଲାଗି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ...

ଆଇନ ବିଭାଗକୁ ସୁପାରିସ କରୁନି ପରିଚାଳନା କମିଟି

ପୁରୀ ଅଫିସ,୯।୮:ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ଓ ମରାମତି ପାଇଁ ସବୁ ମହଲରେ ଦାବି ହେଉଥିବା ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଫଳରେ ରତ୍ନଭଣ୍ଡାର ଓ ସେଥିରେ...

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ: ଜେଲଗଲେ ୨ ଯୁବକ

ଆସିକା,୨୧ା୧୧(ଡି.ଏନ.ଏ.)- ଆସିକା ଥାନା ଇଲାକାରେ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେବା ଅଭିଯୋଗରେ ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ...

Advertisement
Archives

Model This Week