ଘରୁ ଡାକି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

କବିସୂର୍ଯ୍ୟନଗର,୧୫ା୧୦(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତ ସମିତି ସଭ୍ୟାଙ୍କ ସ୍ବାମୀ ନିରଞ୍ଜନ ଗୌଡ଼ଙ୍କୁ ଗତକାଲି ରାତିରେ ୩ଜଣ ଅଜଣା ଯୁବକ ଘରୁ ଡାକି ନେଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ସେ ଦୌଡି ଘରେ ପଶିଯିବାପରେ କବାଟକୁ ବୋମା ମାଡ଼ କରି ଫେରାର ହୋଇଯାଥିବା ଆହତ ନିରଞ୍ଜନ କହିଛନ୍ତି। ଦୁର୍ବୃତ୍ତମାନଙ୍କୁ ସେ ଚିହ୍ନି ନଥିବା କହିଛନ୍ତି। ବୁଧବାର ରାତିରେ ଘରେ ଥିବାବେଳେ ତାଙ୍କୁ କେହି ଆସି ଡାକିଥିଲେ। ସେ ବାହାରକୁ ଆସିବା ପରେ ହଠାତ୍‌ ସେମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ନିରଞ୍ଜନ  ବାଉଁଶିଆ ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ଥିବାବେଳେ ସ୍ତ୍ରୀ କନକମଞ୍ଜରୀ ସମିତିସଭ୍ୟା ଅଛନ୍ତି। ଆହତ ନିରଞ୍ଜନ ଏବେ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅଜଣା ଦୁର୍ବୁତ୍ତ କିଏ, କିଏ ସୁପାରୀ ଦେଇ ଆକ୍ରମଣ କରିଛି କି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଳଗଦା ଜଳିଗଲା

ଦିଗପହଣ୍ଡି,୭ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଅଧିନ ବାଲିଘାଇ ଗ୍ରାମ ଇନ୍ଦିରା ଆବାସ କଲୋନୀ ନିକଟରେ ଥିବା ପ୍ରକାଶ ନାଇକଙ୍କ ପାଳଗଦା ଜଳିଯାଇଛି। ମଙ୍ଗଳବାର ପୂର୍ବାହ୍ନ...

ଯୁବତୀଙ୍କୁ ଅସଦାଚରଣ, ବ୍ୟବସାୟୀ ଗିରଫ

ବ୍ରହ୍ମପୁର ଅଫିସ,୨୫ା୮-ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ବିଚ ରାସ୍ତାରେ ତାଙ୍କୁ ଅସଦାଚରଣ କରିବା ଅଭଯୋଗରେ ଟାଉନ ଥାନା ପୋଲିସ ଜଣେ...

ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ସଙ୍ଗରୋଧରୁ ଆସି ମୁଖାଗ୍ନି ଦେଲେ ପୁଅ

ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଗ୍ରାମର ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଶନିବାର ପଡୋଶୀ ଉଦ୍ଧାର କରିଛନ୍ତି। ସେ ହେଲେ ରୋହିଣୀ ଦାଶ (୭୫)। ସୁରଟରୁ...

ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ

ତୁମୁଡ଼ିବନ୍ଧ,୧୬ା୩( ଡି.ଏନ୍‌.ଏ.) କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ୫୯ନଂ. ଜାତୀୟ ରାଜପଥର ମୁଣ୍ଡିଗଡଠାରେ ରବିବାର ଅପରାହ୍ନରେ ଏକ ବାଇକ୍‌କୁ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ୨ଜଣଙ୍କ...

କର୍ମଚାରୀ, ଶିକ୍ଷକ ବିକାଶ ମଞ୍ଚର ଅଭିଯୋଗ: ପ୍ରତିଶ୍ରୁତି ପାଳନ କରୁନାହାନ୍ତି ରାଜ୍ୟ ସରକାର

ବ୍ରହ୍ମପୁର ଅଫିସ,୧୨ା୧-ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି। ତେବେ ପାଳନ କରା...

ଚେନ୍ନାଇରେ ଫସିଛନ୍ତି ସାନଖେମୁଣ୍ଡିର ବହୁ ଶ୍ରମିକ

ପାଟପୁର,୨୫ା୩-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ୬ ଗ୍ରାମାଞ୍ଚଳର ପ୍ରାୟ ୧ ହାଜରରୁ ଊର୍ଦ୍ଧ୍ୱ ଶ୍ରମିକ ଚେନ୍ନାଇର ଗିନ୍ଧି ଅଞ୍ଚଳରେ ଫସି ରହିଛନ୍ତି। ପ୍ରଶାସନସ୍ତରରେ ଉଦ୍ୟମ କରାଯାଇ...

ବାରାକ୍‌ ସାହି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଛତ୍ରପୁର,୨୭ା୬(ଡି.ଏନ୍‌.ଏ.)-ଛତ୍ରପୁର ଏନ୍‌ଏସି ବାରାକ ସାହିରେ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟ୍ରେସିଂ ପାଇଁ ବାରାକ୍‌ ସାହିକୁ ପ୍ରଶାସନ ପକ୍ଷରୁ...

ଜାନବିଲି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବି: ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର ଅଫିସ୍‌,୨୪ା୬: ଅସମ୍ପୂର୍ଣ୍ଣ ଜାନବିଲି ପ୍ରକଳ୍ପକୁ ନେଇ ଏବେ ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ତରବରିଆ ଭାବେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି...

Advertisement

BGU

Archives

Model This Week

Why Dharitri