ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ହାତୀପଲ

ଚିତ୍ରଡ଼ା,୧୫ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତରେ ହାତୀ ଉପଦ୍ରବ ଦେଖାଦେଇଛି। ଏହି ପଞ୍ଚାୟତ ଅନ୍ତର୍ଗତ ଭୋଳଘାଟି ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ଘରକୁ ମଙ୍ଗଳବାର ବିଳମ୍ବିତ ରାତିରେ ୨୧ଟି ଝାଡ଼ଖଣ୍ଡି ହାତୀ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ହାତୀପଲ ପଶ୍ଚିମବଙ୍ଗର ଦଲମା ଜଙ୍ଗଲରୁ ଆସି ବାଲେଶ୍ୱର ଜିଲା ନୀଳଗିରି ଜଙ୍ଗଲ ଅଭିମୁଖେ ଅଗ୍ରସର ହେଉଥିତ୍ବା ସମୟରେ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏନେଇ ବେତନଟୀ ରେଞ୍ଜର ଘନଶ୍ୟାମ ସିଂଙ୍କୁ ପଚାରିବାରୁ ଯେଉଁମାନଙ୍କ ଘର କିମ୍ବା ଚାଷ ଜମି ହାତୀ ନଷ୍ଟ କରିଛନ୍ତି ସେମାନେ ୭ ଦିନ ମଧ୍ୟରେ ଦରଖାସ୍ତ ଦେଲେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri