Posted inଖେଳ

ଆଇପିଏଲ୍‌ର ଅଫିସିଆଲ ପାର୍ଟନର ହେଲା ଅପ୍‌ଷ୍ଟକ୍ସ

ନୂଆଦିଲ୍ଲୀ, ୧୭ା୩ (ପି.ଟି.)-ଭାରତର ଅନ୍ୟତମ ଡିଜିଟାଲ ବ୍ରୋକୋରେଜ ସଂସ୍ଥା ଅପ୍‌ଷ୍ଟକ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଅଫିସିଆଲ ପାର୍ଟନର ଭାବେ ଯୋଗଦେଇଛି। ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ତରଫରୁ ଏହା ଘୋଷଣା କରାଯାଇଛି। ଚଳିତବର୍ଷର ଆଇପିଏଲ୍‌ ଏପ୍ରିଲ ୯ରୁ ଆରମ୍ଭ ହେଉଛି। ଟାଇଗର ଗ୍ଲୋବାଲ ଭଳି ନିବେଶକର ସମର୍ଥନ ରହିଥିବା ଅପଷ୍ଟକ୍ସର ୨.୮ ନିୟୁତ ଗ୍ରାହକ ରହିଛନ୍ତି। ବିସିସିଆଇ ଓ ଅପ୍‌ଷ୍ଟକ୍ସ ମଧ୍ୟରେ ବହୁ ବର୍ଷୀୟ ଚୁକ୍ତିରେ ହୋଇଥିବା କାରବାର ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ଷ୍ଟକ୍‌ ଓ ମ୍ୟୁଚୁଆଲ ଫଣ୍ଡ୍‌ ସେକ୍ଟରର ଏକ ବ୍ରାଣ୍ଡ୍‌ ଅଫିସିଆଲ ପାର୍ଟନର ହୋଇଛି। ଏହି ପରିପ୍ରେକ୍ଷୀରେ ଆଇପିଏଲ୍‌ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି, ଅପ୍‌ଷ୍ଟକ୍ସ ହେଉଛି ଦ୍ରୁତ ଭାବେ ପ୍ରସାର କରିଥିବା ଭାରତର ଏକ ଡିଜିଟାଲ ଟ୍ରେଡିଂ ପ୍ଲାଟଫର୍ମ। ଏହାର ଭାରତରେ ଆଇପିଏଲ୍‌ର କୋଟି କୋଟି ଯୁବ କ୍ରିକେଟପ୍ରେମୀଙ୍କ ଉପରେ ଖୁବ୍‌ ପ୍ରଭାବ ପକାଇବ, ଯେଉଁମାନେ କି ଆର୍ଥିକ କ୍ଷେତ୍ରରେ ସ୍ବାଧୀନ ହେବାକୁ ଚାହୁଁଛନ୍ତି। ଏହି ପରିପ୍ରେକ୍ଷୀରେ ଅପ୍‌ଷ୍ଟକ୍ସର ସହ ପ୍ରତିଷ୍ଠାତା ତଥା ସିଇଓ ରବି କୁମାର କହିଛନ୍ତି ତାଙ୍କ କମ୍ପାନୀ ଦେଶରେ ଆର୍ଥତ୍କ ବିପ୍ଳବ ଆଣିବାରେ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ BCCI ଗ୍ରହଣ କଲା ବଡ଼ କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩।୮: ଆସାମ ଏବଂ ରେଳବାଇର ପୂର୍ବତନ କ୍ରିକେଟର ଶୁଭଦୀପ ଘୋଷଙ୍କୁ ଭାରତୀୟ ପୁରୁଷ କ୍ରିକେଟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯିବାକୁ ସ୍ଥିର ହୋଇଛି। ଜିମ୍ବାୱେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri