ଅଧିକାରୀ କରୁଛନ୍ତି ପକ୍ଷପାତିତା

ଭୁବନ, ୧୮।୬(ଡି.ଏନ୍‌.ଏ.) ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀ ପକ୍ଷପାତିତା କରୁଥିବା ଅଭିଯୋଗରେ ଶୁକ୍ରବାର ଢେଙ୍କାନାଳ ଜିଲା ଭୁବନ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଘେରିଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା। ବିଡିଓ ଆଶୀର୍ବାଦ ବେହେରା ଅଭିଯୋଗର ଅନୁଧ୍ୟାନ କରି ୭ଦିନ ମଧ୍ୟରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବାପରେ ସେମାନେ ଶାନ୍ତ ପଡ଼ିଥିଲେ।
ଅଭିଯୋଗ ଅନୁଯାୟୀ, ଯମୁନାକୋଟ, ସୁରପ୍ରତାପପୁର ଏବଂ ଦୟଣାବିଲ ପଞ୍ଚାୟତରେ ଭାଜପା ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏସବୁ ପଞ୍ଚାୟତରେ ଉଦ୍ଦେଶ୍ୟମୂଳକ ଭାବେ ରାଶନ କାର୍ଡଧାରୀଙ୍କୁ ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନରେ ପାତରଅନ୍ତର କରାଯାଉଛି। ଉନ୍ନୟନମୂଳକ କାର୍ଯ୍ୟରେ ବିଭାଗୀୟ ଅଧିକାରୀ ଅସହଯୋଗ କରୁଛନ୍ତି। ଏଭଳି ଏକାଧିକ ସମସ୍ୟା ସମ୍ପର୍କରେ ପୂର୍ବରୁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏହାର ପ୍ରତିବାଦରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଶତ୍ରୁଘ୍ନ ଜେନାଙ୍କ ନେତୃତ୍ୱରେ ପୂର୍ବତନ ଜିଲା ସଭାପତି ପ୍ରେମାନନ୍ଦ ଜେନା, ସୁରପ୍ରତାପପୁର ସରପଞ୍ଚ ସୁନି ସାମଲ, ଦୟଣାବିଲ ସରପଞ୍ଚ ରୋଜାଲିନ ଆଏଚ୍‌, ଯମୁନାକୋଟ ସରପଞ୍ଚ ରଞ୍ଜନ ବାରିକ, ବାରୁଅଁା (ବି) ପଞ୍ଚାୟତ ଭାଜପା ସଭାପତି ସଞ୍ଜୟ କୁମାର ଦାସ, ବରିଷ୍ଠ କର୍ମକର୍ତ୍ତା ଭଜମନ ସାମଲ ପ୍ରମୁଖ ବହୁ କର୍ମୀ ବିଡିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରିଥିଲେ। ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା। ଭାଜପା ନେତା ଏବଂ କର୍ମୀଙ୍କ ଅଭିଯୋଗକୁ ସକାରାତ୍ମକ ଭାବେ ବିଚାର କରାଯିବ। ୭ଦିନ ମଧ୍ୟରେ ଅନୁଧ୍ୟାନ କରି ସମସ୍ୟା ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ପ୍ରବଳ ବର୍ଷିବ: ସତର୍କ ରହିବାକୁ ସମସ୍ତ ଜିଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଛି। ଏହା ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା...

ରାସ୍ତାକଡ଼କୁ ଓଲଟିଲା ସ୍କୁଲ ବସ୍‌

ବାସୁଦେବପୁର,୩।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର-ବାଲିଛନ୍ଦା ଘାଟ ରାସ୍ତା କଣ୍ଟିଆ ନାଳୀପୋଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଏକ ସ୍କୁଲ...

ଅସହ୍ୟ ହେଲାଣି ତାତି, ୪୦ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ପ୍ରଚଣ୍ଡ ତାତିରେ ସାରା ଓଡ଼ିଶା ସିଝୁଛି। ଚାରିଆଡ଼େ ସତେଯେମିତି ନିଆଁ ବର୍ଷୁଛି। ଟାଇଁ ଟାଇଁ ଖରାରେ ଦେହମୁଣ୍ଡ ଜଳିପୋଡ଼ି ଯାଉଛି। ଘରୁ ବାହାରିବା ମୁସ୍କିଲ...

କେନ୍ଦ୍ରାପଡ଼ାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ: ରାଜନଗର ଅଞ୍ଚଳର ଦୁଇ ଗ୍ରାମକୁ ସିଲ୍‌ କଲା ପ୍ରଶାସନ, ସଂଗରୋଧ ଗୃହରେ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ

କେନ୍ଦ୍ରାପଡା ଅଫିସ/ ରାଜନଗର (ଡି.ଏନ୍‌.ଏ.), ୧୨।୪: କେନ୍ଦ୍ରାପଡା ଜିଲାର ଦ୍ୱିତୀୟ କରୋନା ପଜିଟିଭ୍‌ ଶନିବାର ଚିହ୍ନଟ ହୋଇଛନ୍ତି। ରାଜନଗର ଅଞ୍ଚଳର ଏହି ମହିଳାଙ୍କୁ ଜିଲା ପ୍ରଶାସନ...

ରାଜ୍ୟରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୫ ଜଣ ଲୋକାଲ...

ଆମମାନଙ୍କ ପ୍ରାର୍ଥନା ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଶ୍ଚିତ ଶୁଣିବେ: ସମ୍ବିତ ପାତ୍ର

ଭୁବନେଶ୍ୱର,୨୧।୬: ଏବର୍ଷ ପୁରୀ ସମେତ ସାରା ଓଡିଆରେ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ଭାଜପା...

ଓଡ଼ିଶାରୁ ୩୯ ମୃତ, ବାଲେଶ୍ୱରରୁ ସର୍ବାଧିକ ୧୪

ଭୁବନେଶ୍ବର, ୭।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡ଼ିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫...

CORONAVIRUS UPDATE: ପୁଣି ୯୯ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଲା

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସକାଳେ ଆଉ ୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ...

Advertisement
Archives

Model This Week