Posted inଖେଳ

ଲାଲରୁଥରାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ୮ମ ସଂସ୍କରଣ ପୂର୍ବରୁ ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଥରାଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍‌ସି। ଭୁବନେଶ୍ୱରଭିତ୍ତିକ ଦଳ ସହ ଲାଲରୁଥରାଙ୍କର ୨ ବର୍ଷିଆ ଚୁକ୍ତି ହୋଇଛି। ଆବଶ୍ୟକ ପଡ଼ିଲେ ଚୁକ୍ତି ମିଆଦ ୩ୟ ବର୍ଷକୁ ବୃଦ୍ଧି କରାଯିବାର ବିକଳ୍ପ ରଖାଯାଇଛି।
ମିଜୋରାମ୍‌ର ଲାଲରୁଥରା ୨୦୧୫ରେ ଆଇଜଲ ଏଫ୍‌ସିରୁ ନିଜ ପେସାଦାର କ୍ୟାରିୟର ଆରମ୍ଭ କରିଥିଲେ। ଆଇ-ଲିଗ୍‌ ଟାଇଟଲ ବିଜୟୀ ଏହି ଦଳର ସେ ସଦସ୍ୟ ମଧ୍ୟ ଥିଲେ। ପରେ ସେ ୨୦୧୭ରେ କେରଳ ବ୍ଲାଷ୍ଟର୍ସ ସହ ଚୁକ୍ତି କଲେ ଏବଂ ଆଇଏସ୍‌ଏଲ୍‌ରେ ନିଜ ପ୍ରଥମ ବର୍ଷରେ ଇମର୍ଜିଂ ପ୍ଲେୟର ଅଫ୍‌ ଦି ସିଜନ ବିବେଚିତ ହୋଇଥିଲେ। ଟିନ୍‌ଏଜ୍‌ ସମୟରେ ଜଣେ ପ୍ରତିଭାସମ୍ପନ୍ନ ଡିଫେଣ୍ଡରଭାବେ ନିଜକୁ ପ୍ରମାଣିତ କରିଥିବା ଲାଲରୁଥରା ୨୩ ବର୍ଷରୁ କମ୍‌ ଏବଂ ଭାରତୀୟ ସିନିୟର ଦଳରୁ ପ୍ରତିନିଧିତ୍ୱ କରି ସାରିଛନ୍ତି। ଲାଲରୁଥରାଙ୍କୁ ସ୍ବାଗତ କରିଛନ୍ତି ଓଡ଼ିଶା ଏଫ୍‌ସି ସିଇଓ ରୋହନ ଶର୍ମା। କେରଳ ବ୍ଲାଷ୍ଟର୍ସ ସହ ତାଙ୍କର ସମ୍ପର୍କ ଛିଡ଼ିବା ପରଠାରୁ ସେ ତାଙ୍କ ଉପରେ ନଜର ରଖିଥିଲେ। ତାଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍‌ସି ରକ୍ଷଣଭାଗ ଅଧିକ ଦୃଢ଼ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଜାତୀୟ ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରି ନିଜକୁ ପ୍ରମାଣିତ କରିବାକୁ ସେ ବ୍ୟଗ୍ର। ତେଣୁ ଏହି କ୍ୱାଲିଟି ଡିଫେଣ୍ଡର ଓଡ଼ିଶା ଏଫ୍‌ସିରୁ ଖେଳି ଏହି ସୁଯୋଗ ପାଇପାରିବେ ବୋଲି ରୋହନ କହିଛନ୍ତି।
”ଲାଲରୁଥରା ଭାରତର ଅନ୍ୟତମ ପ୍ରତିଭାସମ୍ପନ୍ନ ଡିଫେଣ୍ଡର ା ସେ ଓଡ଼ିଶା ଏଫ୍‌ସିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବାରୁ ମୁଁ ବହୁତ ଖୁସି। ତାଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍‌ସିକୁ ନିଶ୍ଚିତ ଫାଇଦା ମିଳିବାନେଇ ମୁଁ ଆଶାବାଦୀ“ ବୋଲି ଓଡ଼ିଶା ଏଫ୍‌ସି ସଭାପତି ରାଜ ଅଟଓ୍ବାଲ କହିଛନ୍ତି। ଆଗାମୀ ସିଜନରେ ଓଡ଼ିଶା ଏଫ୍‌ସି ଜର୍ସି ପିନ୍ଧିବାକୁ ଯାଉଥିବାରୁ ଖୁସି ଜାହିର କରିଛନ୍ତି ଲାଲରୁଥରା। ଏହି କ୍ଲବ ପକ୍ଷରୁ ଆଗାମୀ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ମୋର ମୁଖ୍ୟ ଲକ୍ଷ୍ୟ ରହିବ। ଏକ ନୂଆ ସିଷ୍ଟମ, କୋଚ୍‌, ଷ୍ଟାଫ୍‌ଙ୍କ ଅଧୀନରେ ଖେଳିବାକୁ ମୁଁ ବ୍ୟଗ୍ର ଏବଂ ନୂଆ କଥା ଶିଖି ମୋ ଗେମ୍‌ରେ ସୁଧାର ଆଣିବାକୁ ଚେଷ୍ଟା କରିବି ବୋଲି ଲାଲରୁଥରା ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର…

ପାକିସ୍ତାନ କ୍ରିକେଟରେ ଝଡ଼: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳି ଛାଡ଼ିଲେ…

ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍‌ ମିସବାହ-ଉଲ-ହକ…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri