ମାଣିକପାଟଣା ଗଲେନି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ବ୍ୟୁରୋ)/ ପାରଳାଖେମୁଣ୍ଡି, (ଡି.ଏନ୍‌.ଏ.) ୧୩ା୯:ଥମୁନାହିଁ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ। ଏହାକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଆନ୍ଧ୍ର ତା’ର ମନମାନି ଚଳାଇଛି। କୋରାପୁଟ ପଟ୍ଟାଙ୍ଗୀ ବ୍ଲକ ଅଧୀନ ୩ ଗ୍ରାମପୁଞ୍ଜ (ଫାଟୁ ସେନେରି, ଫଗୁଣ ସେନେରି, ତଳଗଞ୍ଜେଇପଦର)ରେ ଆନ୍ଧ୍ର ବଳପୂର୍ବକ ନିଜର ବୋଲି ଦର୍ଶାଇ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବାବେଳେ ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପଟଣା ଗାଁକୁ ମଧ୍ୟ ନିଜ ଦଖଲରେ ନେବାକୁ ଚେଷ୍ଟା କରୁଛି। ଓଡ଼ିଶାର ପ୍ରଶାସନିକସ୍ତରରେ କାର୍ଯ୍ୟାନୁଷ୍ଠାନ ପ୍ରଭାବୀ ହେଉ ନ ଥିବାରୁ ବିଭିନ୍ନ ସମୟରେ ଆନ୍ଧ୍ର ବଳପୂର୍ବକ କାର୍ଯ୍ୟ କରିବାକୁ ସାହସ ପାଉଛି। ବିଶେଷ କରି ଶନିବାର ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ସୁଦ୍ଧା ମାଣିକପାଟଣା ଗସ୍ତ ନ କରିବା ଏବଂ ଆନ୍ଧ୍ର ନେତାଙ୍କ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ବିରୋଧରେ କୌଣସି ମତାମତ ନ ଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ମାଣିକପାଟଣା ଗ୍ରାମରେ ଆନ୍ଧ୍ରପ୍ରଦେଶର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଏସ୍‌. ଆପଲାରାଜୁ ଗୁରୁବାର ଗଜପତି ଜିଲାର କେତେଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଶୋଭନୀୟ ବ୍ୟବହାର ଦେଖାଇଛନ୍ତି। ଏପରି କି ଓଡ଼ିଶା ପ୍ରଶାସନ ବନ୍ଦ କରିଥିବା ଆନ୍ଧ୍ରର ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଜୋରଜବରଦସ୍ତ ଖୋଲି ପିଲାଙ୍କୁ ଅଣ୍ଡା ବାଣ୍ଟିବା ସହ ସ୍ଥାନୀୟ ପ୍ରଶାସନ ସହ ଯୁକ୍ତିତର୍କ କରିଥିଲେ। ଏବେ ସେଠାରେ ଆନ୍ଧ୍ର ପୋଲିସ ପଇଁତରା ମାରୁଛି। ଅପରପକ୍ଷରେ କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନ ହେବା ପାଇଁ ଓଡ଼ିଶା ପୋଲିସ ମଧ୍ୟ ପାଟ୍ରୋଲିଂ କରୁଛି। ଗତ ୧୫ ବର୍ଷ ହେଲା ଆନ୍ଧ୍ର ବିଭିନ୍ନ ସମୟରେ ମାଣିକପାଟଣାକୁ ଦଖଲ କରିବାକୁ ଷଡ଼ଯନ୍ତ୍ର କରିଆସୁଛି। ଓଡ଼ିଶା ସରକାର ଏଥିପ୍ରତି ଉଚିତ୍‌ ପଦକ୍ଷେପ ନ ନେବାରୁ ଆନ୍ଧ୍ର ପ୍ରଶାସନର ମନମୁଖି କାର୍ଯ୍ୟକଳାପ ବଢ଼ିଚାଲିଛି, ଯାହାକି ଅତ୍ୟନ୍ତ ପରିତାପର ବିଷୟ ବୋଲି ମାଣିକପାଟଣା ଗ୍ରାମ ସମେତ ଗଙ୍ଗାବାଡ଼ ଏବଂ କେରାଣ୍ଡି ପଞ୍ଚାୟତର କେତେଜଣ ଗ୍ରାମବାସୀ କହିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ଗଜପତି ଜିଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ମହେନ୍ଦ୍ରଗିରି ଶିଖର ଅଞ୍ଚଳରେ ପର୍ଯ୍ୟଟନର ବିକାଶ ସହ ପର୍ଯ୍ୟଟକଙ୍କ ପାଇଁ ଏହା କିଭଳି ଆକର୍ଷଣୀୟ ହୋଇପାରିବ ସେନେଇ ମହାପାତ୍ର ସମୀକ୍ଷା କରିଥିଲେ। ହେଲେ ମାଣିକପାଟଣା ସୀମା ବିବାଦ ନେଇ କିଛି ଆଲୋଚନା କରି ନାହାନ୍ତି। ଏପରି କି ଏହି ପ୍ରସଙ୍ଗରେ ପଚରାଯିବାବେଳେ କୌଣସି ଉତ୍ତର ଦେଇ ନ ଥିଲେ, ଯାହାକୁ ନେଇ ଭାଜପା ଏବଂ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି। ଭାଜପା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ମୁଖ୍ୟ ଶାସନ ସଚିବ ଗଜପତି ଜିଲା ଗସ୍ତରେ ଯାଇଥିଲେ ସୁଦ୍ଧା ମାଣିକପାଟଣାକୁ ଗଲେ ନାହିଁ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ କଥା ମଧ୍ୟ ହେଲେ ନାହିଁ ବୋଲି ବକ୍ସିପାତ୍ର କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଆନ୍ଧ୍ରର ଜଣେ ମନ୍ତ୍ରୀ ଗଜପତି ଜିଲାରେ ଘରେ ପଶି ଧମକାଉଛନ୍ତି। ତଥାପି ଏ ପର୍ଯ୍ୟନ୍ତ ଏମାନଙ୍କ ପାଟି ଖୋଲୁ ନାହିଁ। ରାଜ୍ୟକୁ ଝାଡଖଣ୍ଡ ପଶିଲାଣି ଏବଂ ଆନ୍ଧ୍ର ଧମକାଇଲାଣି, କ’ଣ କରୁଚ ଏ ପର୍ଯ୍ୟନ୍ତ। ଯଦି ମୁଖ୍ୟ ଶାସନ ସଚିବ ମହେନ୍ଦ୍ରଗିରି ଗଲେ ତେବେ ସେଠାକୁ କାହିଁକି ଗଲେ ନାହିଁ ବୋଲି ସୁରେଶ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ କହିଛନ୍ତି, ଜିଲା ପ୍ରଶାସନିକ ଅଧିକାରୀମାନେ ସେହି ସ୍ଥାନକୁ ବାରମ୍ବାର ଯାଉଛନ୍ତି। ସରକାର ଯେଉଁ କାର୍ଯ୍ୟକ୍ରମ କରିବା କଥା କରି ଚାଲିଛନ୍ତି। ଆନ୍ଧ୍ର ଯଦି ଦାଦାଗିରି କଲା ବୋଲି ଓଡ଼ିଶା ସେମିତି କରିବ ତେବେ ଗଣତନ୍ତ୍ର ଭିତରେ ଭିନ୍ନତା କ’ଣ ରହିବ। ତେଣୁ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ଓଡ଼ିଶାର ସୀମାନ୍ତ ଗାଁ ଅଞ୍ଚଳରେ ରାସ୍ତା ଓ ଗମନାଗମନ ମୁଖ୍ୟ ସମସ୍ୟା। ମାଣିକପାଟଣାରେ ୪୪ ପରିବାର ବସବାସ କରନ୍ତି। ସମସ୍ତ ଅଞ୍ଚଳର ଲୋକେ ଆଦିବାସୀ ସମ୍ପ୍ରଦାୟର। ଚାଷ, ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ସ୍ବାସ୍ଥ୍ୟ ସେବା ଓ ବ୍ଲକ ମହକୁମା ରାୟଗଡକୁ ଯିବାକୁ ହେଲେ ଆନ୍ଧ୍ରର ମଞ୍ଜୁଷା ଦେଇ ପୁଣି ଗଜପତି ଜିଲାର ଗାରାବନ୍ଧ ଗ୍ରାମ ବାଟେ ଆସିବାକୁ ପଡ଼େ। ଦୁର୍ଗମ ବନାଞ୍ଚଳ ଓ ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ବୋଲି ଗ୍ରାମବାସୀ କହିଛନ୍ତି। ଗଙ୍ଗାବାଡ଼ରୁ ସିଧା ବ୍ଲକ ମହକୁମାକୁ ରାସ୍ତା ପାଇଁ ଗତ ୧୫ ବର୍ଷ ମଧ୍ୟରେ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ଓଡ଼ିଶା ସରକାର ଏଥିପ୍ରତି ଗୁରୁତ୍ୱ ଦେଇନାହାନ୍ତି । ତେଣୁ ସେମାନେ ଆନ୍ଧ୍ର ଦେଇ ଯିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଆନ୍ଧ୍ର ମନ୍ତ୍ରୀ, ନେତା,ଅଧିକାରୀମାନେ ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନ ବେଳେ ପ୍ରଚାର କରି ଭୋଟ ଦେବା ପାଇଁ ପ୍ରଲୋଭିତ କରୁଛନ୍ତି। ସମସ୍ତ ପ୍ରଲୋଭନକୁ ଏଡାଇ ଆସୁଛୁ ବୋଲି ଗ୍ରାମବାସୀ କହିଛନ୍ତି। ଓଡ଼ିଶାରୁ ଆଦାୟ କରୁଥିବା ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟାରେ ଆନ୍ଧ୍ର ବ୍ୟବସାୟୀମାନେ ଠକି ଚାଲିଛନ୍ତି । ବର୍ତ୍ତମାନ ସେମାନେ ଆନ୍ଧ୍ର ବ୍ୟବସାୟୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି ନ କରି ଓଡ଼ିଶାରେ ବିକ୍ରିି କରୁଥିବା କହିଛନ୍ତି। ଏଥିରେ କ୍ଷୁବ୍ଧ ଆନ୍ଧ୍ର ବ୍ୟବସାୟୀମାନେ ବିଭିନ୍ନ ରାଜନେତା, ସରକାରୀ ଅଧିକାରୀ, ଦଲାଲମାନଙ୍କୁ ଅର୍ଥ ଦ୍ୱାରା ଆୟତ୍ତ କରି ଓଡ଼ିଶାର ଗ୍ରାମଗୁଡିକରେ ଏଭଳି ଅରାଜକତା ସୃଷ୍ଟି କରି ଆସୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଗଜପତି ଜିଲାର ପ୍ରଶାସନିକ ଅଧିକାରୀଙ୍କୁ ଆନ୍ଧ୍ରର ମନ୍ତ୍ରୀଙ୍କ ଅଶୋଭନୀୟ ଆଚରଣକୁ ନେଇ ଓଡ଼ିଶା ସରକାର ଉଚିତ ପଦକ୍ଷେପ ନେବେ। ସେହି ଅଞ୍ଚଳରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ ତାହାକୁ ଦୃଷ୍ଟିରେ ରଖି ସେଠାରେ ଗାରାବନ୍ଧ ପୋଲିସ ପଇଁତରା ମାରୁଛିି ବୋଲି ଜିଲାପାଳ ଲିଙ୍ଗରାଜ ପଣ୍ଡା ସୂଚନା ଦେଇଛନ୍ତି। ମାଣିକପାଟଣା ଓଡ଼ିଶାର। ସେଠାରେ ଆନ୍ଧ୍ରପ୍ରଦେଶର କୌଣସି ଫାଣ୍ଡି ହୋଇନାହିଁ। ଖୁବ୍‌ଶୀଘ୍ର ସେଠାରେ ଓଡ଼ିଶା ପୋଲିସର ଏକ ଆଉଟପୋଷ୍ଟ କରାଯିବ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?