ଓବିସି ସଂରକ୍ଷଣ ନେଇ ରାଜ୍ୟପାଳଙ୍କୁ ଫେରାଦ

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ବେକାରୀ ସମସ୍ୟା, ଓବିସି ସଂରକ୍ଷଣ ଓ ଜାତି ଜନଗଣନାକୁ ନେଇ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ୩ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ନେଇ ଆଲୋଚନା କରିଛନ୍ତି। ରାଜ୍ୟରେ ପଛୁଆବର୍ଗଙ୍କୁ ନାମଲେଖା ଓ ନିଯୁକ୍ତିରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦିଆଯାଉ। ଜାତି ଜନଗଣନା ନ ହେବା ଯୋଗୁ ରାଜ୍ୟର ପଛୁଆବର୍ଗ ୨୦୨୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣରୁ ବଞ୍ଚତ୍ତ ହୋଇଛନ୍ତି। ତେଣୁ ପଛୁଆବର୍ଗ ଜନଗଣନା କରିବା ପାଇଁ ସରକାର ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଏଥିସହ ବିହାର, ଉତ୍ତରପ୍ରଦେଶ ଜଳୁଥିବା ବେକାରୀ ବିରୋଧ ନିଆଁ ଓଡ଼ିଶାକୁ ବ୍ୟାପିବା ପୂର୍ବରୁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ନିଯୁକ୍ତି ଉପରେ ସମୟୋଚିତ ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନ ଦେଇ ବେକାର ଯୁବତୀଯୁବକଙ୍କୁ ନିୟମିତ ନିଯୁକ୍ତି ସୁଯୋଗ ଦେବାପାଇଁ ବେହେରା ଦାବି କରିଛନ୍ତି।
ସେ କହିଛନ୍ତି, ଦେଶରେ ବେକାରୀ ସମସ୍ୟା ଉତ୍କଟ ରୂପ ଧରିଥିବାବେଳେ ବିହାର, ଉତ୍ତରପ୍ରଦେଶ ଓ ରାଜସ୍ଥାନର ବେକାରୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। କେତେବେଳେ ଟ୍ରେନ୍‌ରେ ନିଆଁ ଲଗାଉଛନ୍ତି ତ ଆଉ କେତେବେଳେ ଧାରଣାରେ ବସି ରହୁଛନ୍ତି। ରେଲ୍‌ଓ୍ବେରେ ୩୫ ହଜାର ୨୮୧ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୁବତୀଯୁବତକଙ୍କୁ ପୁନଶ୍ଚ କମ୍ପ୍ୟୁଟର ପରୀକ୍ଷା କରିବା ପାଇଁ ନୋଟିସ ପରେ ଏହି ଆନ୍ଦୋଳନ ତେଜିବାରେ ଲାଗିଛି। ଆନ୍ଦୋଳନକୁ ଦମନ କରିବା ପାଇଁ ବିହାର, ଉତ୍ତରପ୍ରଦେଶ ପୋଲିସ ବେକାରୀ ଯୁବତୀଯୁବକଙ୍କୁ ଲାଠି ମାଡ କରିବା ସହିତ ୫ ହଜାର ଯୁବତୀଯୁବକଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଛନ୍ତି। ଏବେ ଏହି ଆନ୍ଦୋଳନର ନିଆଁ ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଲାଣି। ଓଡ଼ିଶାରେ ମଧ୍ୟ ବେକାରୀଙ୍କ ଆନ୍ଦୋଳନ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୧ ଲକ୍ଷ ବେକାରଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ୧ଲକ୍ଷ ୩୧ ହଜାର ପଦବୀ ଖାଲି ପଡ଼ିଥିବାବେଳେ ନିୟମିତ ନିଯୁକ୍ତି ଅତି ନଗଣ୍ୟ। ବହୁ ସୂତା କଳ, ଚିନିକଳ ଓ ଟେକ୍ସଟାଇଲ ମିଲ ଓ ଝୋଟକଳ ବନ୍ଦ ହୋଇପଡ଼ିରହିଥିବାରୁ ଲୋକଙ୍କୁ କାମ ମିଳୁନାହିଁ। ତେଣୁ ସେମାନେ ବାଧ୍ୟହୋଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ବୋଲି ବେହେରା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ୧,୯୩୯ ଜଙ୍ଗଲ ନିଆଁ

ଭୁବନେଶ୍ୱର(ବ୍ୟୁରୋ)/ବାରିପଦା ଅଫିସ/ଉଦଳା,୧୬ା୨(ଡି.ଏନ.ଏ.): ପ୍ରତିବର୍ଷ ଖରାଦିନ ଆସିଲେ ଜଙ୍ଗଲରେ ନିଆଁ ଲାଗୁଛି। କିଛି ସ୍ଥାନରେ ସ୍ବାଭାବିକ କାରଣରୁ ନିଆଁ ଲାଗିଥାଏ, ଆଉ କିଛି ସ୍ଥାନରେ ମନୁଷ୍ୟକୃତ୍ୟ। ତେବେ...

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଛି ୯୮୫ ରାସ୍ତା

ଭୁବନେଶ୍ୱର,୫।୨(ବ୍ୟୁରୋ): ଗ୍ରାମାଞ୍ଚଳର ବିକାଶ ଏବଂ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁଦିନିଆ ଗମନାଗମନକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ରାସ୍ତା ସଂଯୋଗୀକରଣ ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ...

୧୦ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ: ଭାଗନେଲେ ୧୭୬ ବିଡର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି ଖଣିଗୁଡ଼ିକ ହେଲା ନୂଆଗଁା ଲୁହାପଥର ଖଣି, ଠାକୁରାଣୀ ଲୁହା...

ପ୍ରବଳ ବର୍ଷା ନେଇ ୯ ଜିଲାକୁ ରେଡ୍‌ ୱାର୍ନିଂ

ଭୁବନେଶ୍ୱର,୨୬।୫: ବାତ୍ୟା ‘ୟାସ’ର ପ୍ରଭାବରେ ଆଗାମୀ ୬ ଘଣ୍ଟା ପ୍ରବଳ ବର୍ଷା ଆଶଙ୍କା ରହିଛି। ଏନେଇ ରାଜ୍ୟର ୯ ଜିଲାକୁ ରେଡ୍‌ ୱାର୍ନିଂ ଜାରି କରାଯିବା...

ପ୍ରଜାକୋର୍ଟରେ ଗୋଟିଏ ପରିବାରକୁ ଗାଁରୁ ବିତାଡ଼ିତ କଲେ ମାଓବାଦୀ

ଚିତ୍ରକୋଣ୍ଡା,୨୨ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ସନ୍ନ୍ୟାସୀଗୁଡ଼ା ଗ୍ରାମର ଗୋଟିଏ ପରିବାରକୁ ପ୍ରଜାକୋର୍ଟରେ...

ପାର୍ବଣରେ ପୁଣି ଫେରିଛି କରୋନା, ୩ ମାସ ଯାଏ ସତର୍କ ରୁହ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଦିନେ ବଢ଼ିଲେ ଦିନେ କମୁଛି କରୋନା ସଂକ୍ରମଣ। ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ଭିଡ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି।...

ସ୍କୁଲ ପିଲାଙ୍କୁ ନେଉଛି ଅନ୍‌ଫିଟ୍‌ ଯାନ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଯାନଗୁଡିକୁ ଯାଞ୍ଚ କରାଯାଉଛି। ଏ ନେଇ ବିଭାଗ ପକ୍ଷରୁ ସପ୍ତାହେ ବ୍ୟାପୀ...

୨ ଭାଇ ଚଲାଉଥିଲେ ନକଲି ବିଦେଶୀ ମଦ କାରଖାନା

ଝାରସୁଗୁଡ଼ା ଅଫିସ,୧୦ା୧୦: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି ଚାଲିଥିବା ନେଇ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ମିଳିଥିଲା।...

Advertisement
Archives

Model This Week