Posted inUncategorized

ବଦଳିବ ପୁରୁଣା ଗାଡ଼ିର ନମ୍ବର ପ୍ଲେଟ୍‌

ଭୁବନେଶ୍ୱର,୧।୫(ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଓଡ଼ିଶାରେ ୨୦୧୯ ମେ’ ପହିଲାରୁ ନୂତନ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିବା ଆରମ୍ଭ ହୋଇଛି। ତେବେ ପୁରୁଣା ଗାଡ଼ିରେ ଏହି ନମ୍ବର ପ୍ଲେଟ ଲଗାଇବା ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ଦେଶର ସୁରକ୍ଷା ସହ ଜଡ଼ିତ ଥିବାରୁ ସମସ୍ତ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲଗାଇବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି। ରାଜ୍ୟରେ ଖୁବ୍‌ଶୀଘ୍ର ପୁରୁଣା ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲଗାଇବା ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଧାରିତ ଦର ଧାର୍ଯ୍ୟ କରିବେ। ଆସନ୍ତା ମେ’ ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ଗାଡ଼ି କିଣିବା ସମୟରେ ଏଚ୍‌ଏସ୍‌ଆର୍‌ପି ଲାଗିକରି ଆସିବ। ବିନା ନମ୍ବରରେ କୌଣସି ନୂତନ ଯାନ ରାସ୍ତାରେ ଦୌଡ଼ିପାରିବ ନାହିଁ। ଏଥିପାଇଁ ଗାଡ଼ି ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ତେବେ ଏହି ଉଚ୍ଚ ସୁରକ୍ଷାସମ୍ପନ୍ନ ନମ୍ବର ପ୍ଲେଟକୁ କୌଣସି ପରିସ୍ଥିତିରେ ଖୋଲାଯାଇ ପାରିବ ନାହିଁ। ଖୋଲିବା ମାତ୍ରେ ତାହା ନଷ୍ଟ ହୋଇଯିବ। ଏହାଛଡ଼ା ଏହି ନମ୍ବର ପ୍ଲେଟରେ ଥିବା ବାର୍‌କୋଡ୍‌ ପରିବହନ କାର୍ଯ୍ୟାଳୟର ‘ବାହାନ’ ସଫ୍ଟଓ୍ବେର ସହିତ ଯୋଡ଼ି ହୋଇ ରହିବ। ନମ୍ବର ପ୍ଲେଟ ପରିବର୍ତ୍ତନ କଲେ ନିକଟସ୍ଥ ପରିବହନ କାର୍ଯ୍ୟାଳୟକୁ ମାଲିକଙ୍କ ବିଷୟରେ ସମସ୍ତ ସୂଚନା ମିଳିପାରିବ। ଦେଶର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ସମଗ୍ର ଦେଶରେ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ରାସ୍ତା ଗବେଷଣା ପ୍ରତିଷ୍ଠାନ (ସିଆର୍‌ଆର୍‌ଆଇ)ଠାରୁ ସାର୍ଟିଫିକେଟ ପାଇଥିବା ରାଜ୍ୟ ବାହାରର ୨୧ଟି ଭେଣ୍ଡର ନୂତନ ନମ୍ବର ପ୍ଲେଟ ଯୋଗାଉଛନ୍ତି। ଶୋ’ରୁମ୍‌ ମାଲିକମାନେ ଗାଡ଼ି କିଣୁଥିବା ଲୋକଙ୍କଠାରୁ ନମ୍ବର ପ୍ଲେଟ ବାବଦ ଅର୍ଥ ଅସୁଲ କରୁଛନ୍ତି। ବିନା ନମ୍ବର ପ୍ଲେଟରେ ନୂଆ ଗାଡ଼ି ଶୋ’ରୁମ୍‌ ବାହାରକୁ ନ ଛାଡ଼ିବାକୁ ଡିଲରମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପୁରୁଣା ଗାଡ଼ି ମାଲିକ ପଞ୍ଜୀକୃତ ଭେଣ୍ଡରଙ୍କଠାରୁ ନୂଆ ନମ୍ବର ପ୍ଲେଟ ଲଗାଇବେ।
ଯଦି ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନ ଥିବ ତେବେ ମୋଟର ଯାନ ଆଇନ ଅନୁଯାୟୀ ଗାଡ଼ିମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବ। ପୁରୁଣା ଗାଡ଼ିରେ ଲାଗିବାକୁ ଥିବା ନମ୍ବର ପ୍ଲେଟ ବାବଦରେ ଭେଣ୍ଡରମାନେ କେତେ ଟଙ୍କା ନେବେ ତାହା ଉକ୍ତ ବୈଠକରେ ସ୍ଥିର କରାଯିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କୌଣସି ଯାନବାହନ ମାଲିକ ଗାଡିରେ ଫ୍ୟାନ୍ସି ନମ୍ବର ଲଗାଇ ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri