ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା,୨୩ା୫(ଜଗନ୍ନାଥ ଧଳ): ଅନୁପ୍ରବେଶ ଓ ଆତଙ୍କବାଦ ସହିତ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି ା ଏହି ଜିଲାର ୪୮ କି.ମି. ଖୋଲାମେଲା ସମୁଦ୍ର ତଟ ଏବେ ବି ମୁକୁଳା ହୋଇଥିବାରୁ ଅନୁପ୍ରବେଶକାରୀ ପଶି ଆସିବା ନେଇ ଜିଲାବାସୀ ଭୟଭୀତ ହୋଇଛନ୍ତି ା ୨୦୦୮ରେ ବମ୍ବେ ଆକ୍ରମଣ ପରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଏନ୍‌ଆଇଏ ଦ୍ୱାରା ସନ୍ଧିଗ୍ଧ ଆତଙ୍କବାଦୀ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ତେଣ୍ଡାକୁଡା ଗ୍ରାମର ହବିବୁର ରହେମାନ ୨୦୧୮ରେ ଧରା ପଡିବା ପରେ ଏନେଇ ଆଲୋଚନା ହୋଇଥିଲା ା ୨୦୦୭ରେ ରାଜସ୍ଥାନର ଭାରତ ପାକିସ୍ଥାନ ସୀମାରୁ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ଅନ୍ତର୍ଗତ ରଣପଡ଼ାର ମହମ୍ମଦ ଜାଭେଦଙ୍କୁ ରାଜସ୍ଥାନ ପୋଲିସ ୨୦୧୦ରେ ଏଠାକୁ ଆସି ଖୋଜିଥିଲେ ା ଏଥିସହିତ ଭିତରକନିକା ଅଞ୍ଚଳରୁ ପୂର୍ବରୁ ଅନୈତିକ ରେଡିଓ ଷ୍ଟେଶନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ା ଏବେ ମଧ୍ୟ ସି ସଟଲ ମାଧ୍ୟମରେ ବାଂଲାଦେଶୀ ଏହି ଜିଲାକୁ ପଶି ଆସି ବସବାସ କରୁଥିବା ବହୁ ଅଭିଯୋଗ ହୋଇଛି ା ଏପରି କି ବାଂଲାଦେଶର ଅମିତ ରାୟଙ୍କ ଭିସା ଓ ଅନ୍ୟାନ୍ୟ କାଗଜପତ୍ର ଜିଲା ପ୍ରଶାସନ ୨୦୧୮ରେ ଜବତ କରିଛି ା ଏହାସତ୍ତ୍ୱେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଜିଲାର ଉପାନ୍ତ ଅଞ୍ଚଳରେ ବଢ଼ି ଚାଲିଥିବା ଆଲୋଚନା ହେଉଛି ା
ଏନେଇ ବୁଦ୍ଧିଜୀବୀ ରମେଶ ଚନ୍ଦ୍ର ସୁତାର କହିଛନ୍ତି, ୨୦୦୫ରେ ଜିଲା ପ୍ରଶାସନ ୧୫୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଥିଲେ ା ତେବେ ଚିହ୍ନଟକୁ ନେଇ ଆପତ୍ତି ଅଭିଯୋଗ ପରେ ଦେଶରୁ ବିଦା କରିବା ସମ୍ଭବ ହୋଇ ନାହିଁ ା ଏହି ଜିଲାରେ ୩ ସାମୁଦ୍ରିକ ଥାନା ଅଛି ା ଏହାସତ୍ତ୍ୱେ କର୍ମଚାରୀ ଓ ଭିତ୍ତିଭୂମୀ ଅଭାବରୁ ବାଂଲାଦେଶୀ ଅନୁପ୍ରବେଶକୁ ରୋକା ଯାଇ ପରୁନାହିଁ। ଉପାନ୍ତ ଅଞ୍ଚଳ ଏବେ ବଙ୍ଗଭାଷୀଙ୍କ ସଂଖ୍ୟା ଓଡିଆ ଭାଷୀଙ୍କଠାରୁ ବହୁ ଗୁଣରେ ଅଧିକ ହୋଇଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଏବେ ବାଂଲାଦେଶୀଙ୍କ ଭିଡ଼ ଅଧିକ ହେଉଛି। ଏଥିପାଇଁ ସମୁଦ୍ର ପଥ, କଲିକତା ଓ ମାଲକାନାଗିରି ରାସ୍ତା ସେମାନଙ୍କୁ ବେଶ ସୁହାଉଛି ା ଏହାବ୍ୟତୀତ ପୂର୍ବରୁ ରହୁଥିବା ବାଂଲାଦେଶୀ ସେମାନଙ୍କ ପାଇଁ ଏଠାରେ ରହିବାର ସମସ୍ତ ବାଧା ହଟାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ା ଏଠାରେ ଜନ୍ମିତ ବୋଲି ପ୍ରମାଣିତ କରିବା ପାଇଁ ସ୍ଥାନୀୟ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ିଥିବା ପ୍ରମାଣପତ୍ର ଯୋଗାଇ ଦେବା ଠାରୁ ଆରମ୍ଭ କରି ସରକାରୀ ଯୋଜନାରେ ସାମିଲ କରୁଛନ୍ତି। ଏପରି କି ସେମାନଙ୍କୁ ଭୂମିହୀନ ଦର୍ଶାଇ ବସୁନ୍ଧରା ଯୋଜନାରେ ଘର ପାଇଁ ଜମି ନେଉଛନ୍ତି ା ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ କୁହନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟିକରଣ ଏହି ଜିଲାରେ ଜରୁରୀ ହୋଇ ପଡିଥିବା ବେଳେ ଆତଙ୍କବାଦୀ ଏଠାରେ ରହି ଦେଶ ବିରୋଧରେ କାର୍ଯ୍ୟ କରିବା ଅସମ୍ଭବ ନୁହେଁ। ଏସମ୍ପର୍କରେ ଏସ୍‌ଡିପିଓ ଦେବେନ୍ଦ୍ର ମଲିକ କୁହନ୍ତି, ସାମୁଦ୍ରିକ ଥାନାର ଭିତ୍ତିଭୂମୀକୁ ଉନ୍ନତିକରଣ କରାଯାଉଛି ା ନିକଟରେ ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ ଦୂର ହେବ ବୋଲି ସେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଶିକାରୀ ଗିରଫ

ଭୁବନ,୧୬ା୬(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ରବିବାର ଚଢ଼ାଉ କରାଯାଇ ବାର୍‌ହା ମୃତଦେହ ଜବତ କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ...

୨୩ ବର୍ଷ ପରେ ମିଳିଲା ମନ୍ତ୍ରୀପଦ

ଢେଙ୍କାନାଳ,୧୩ା୬(ରତନ ନାୟାର)ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀକୁ ୨୩ବର୍ଷ ପରେ ମିଳିଛି ମନ୍ତ୍ରୀପଦ। ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ଭାଜପା ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌...

୨ ଶ୍ରମିକ ଜଳିଗଲେ

କାମାକ୍ଷାନଗର,୧୦ା୬(ସୁଧୀର ପରିଡ଼ା): ଘର କାମ କରୁଥିବା ବେଳେ ଘଟିଛି ଅଘଟଣ। ଲୁହା ରଡ୍‌ ଭିଡୁଥିବା ସମୟରେ ୩୩ କେଭି ଲାଇନ୍‌ ତାରରେ ଲାଗି ୨ଶ୍ରମିକ ଗୁରୁତର...

ବଜ୍ରପାତରେ ଚାଲିଗଲା ଫାଇନାନ୍ସ କର୍ମଚାରୀଙ୍କ ଜୀବନ, ୨ ଗୁରୁତର

କାମାକ୍ଷାନଗର,୬।୭: ଢେଙ୍କାନାଲ ଜିଲା କାମାକ୍ଷାନଗର ରଙ୍ଗାଲି ବାମପାଶର୍‌ବ କୋନାଲ ନିକଟସ୍ଥ ବାଘୁଆ ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବଜ୍ରପାତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ...

ଢେଙ୍କାନାଳ ଜିଲାରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ

ଢେଙ୍କାନାଳ,୬ା୬(ରତନ ନାୟାର)ଏକଦା କଂଗ୍ରେସର ଦୁର୍ଗ ଥିଲା ଢେଙ୍କାନାଳ ଜିଲା। ୧୯୭୪, ୧୯୭୭, ୧୯୮୦, ୧୯୮୫ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ...

ରାସ୍ତାକଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

କାମାକ୍ଷାନଗର,୨୯।୫: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମ ନିକଟରେ ବୁଧବାର ସାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି।...

ଭୋଟଦାନରୁ ବଞ୍ଚିତ ହେଲେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର

ଢେଙ୍କାନାଳ,୨୬ା୫(ରତନ ନାୟାର): ଢେଙ୍କାନାଳର ବିଶିଷ୍ଟ ସାହିତି୍ୟକ, ଗବେଷକ ଓ ଭାଷାବିତ୍‌ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଶନିବାର ଭୋଟଦାନରୁ ବଞ୍ଚିତ ହୋଇଛନ୍ତି। ସେ ଓ ତାଙ୍କ...

ଢେଙ୍କାନାଳରେ ଭୋଟ ଦେଲେ ତଥାଗତ

ଢେଙ୍କାନାଳ,୨୫।୫(ରତନ ନାୟାର): ତେଙ୍କାନାଳ ଜିଲାରେ ଶନିବାର ସମସ୍ତ ବୁଥରେ ଭୋଟ ଗ୍ରହଣ ହେଉଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲାରେ ୨୦. ୯୨ ପ୍ରତିଶତ ମତଦାନ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri