ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା,୨୩ା୫(ଜଗନ୍ନାଥ ଧଳ): ଅନୁପ୍ରବେଶ ଓ ଆତଙ୍କବାଦ ସହିତ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି ା ଏହି ଜିଲାର ୪୮ କି.ମି. ଖୋଲାମେଲା ସମୁଦ୍ର ତଟ ଏବେ ବି ମୁକୁଳା ହୋଇଥିବାରୁ ଅନୁପ୍ରବେଶକାରୀ ପଶି ଆସିବା ନେଇ ଜିଲାବାସୀ ଭୟଭୀତ ହୋଇଛନ୍ତି ା ୨୦୦୮ରେ ବମ୍ବେ ଆକ୍ରମଣ ପରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଏନ୍‌ଆଇଏ ଦ୍ୱାରା ସନ୍ଧିଗ୍ଧ ଆତଙ୍କବାଦୀ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ତେଣ୍ଡାକୁଡା ଗ୍ରାମର ହବିବୁର ରହେମାନ ୨୦୧୮ରେ ଧରା ପଡିବା ପରେ ଏନେଇ ଆଲୋଚନା ହୋଇଥିଲା ା ୨୦୦୭ରେ ରାଜସ୍ଥାନର ଭାରତ ପାକିସ୍ଥାନ ସୀମାରୁ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ଅନ୍ତର୍ଗତ ରଣପଡ଼ାର ମହମ୍ମଦ ଜାଭେଦଙ୍କୁ ରାଜସ୍ଥାନ ପୋଲିସ ୨୦୧୦ରେ ଏଠାକୁ ଆସି ଖୋଜିଥିଲେ ା ଏଥିସହିତ ଭିତରକନିକା ଅଞ୍ଚଳରୁ ପୂର୍ବରୁ ଅନୈତିକ ରେଡିଓ ଷ୍ଟେଶନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ା ଏବେ ମଧ୍ୟ ସି ସଟଲ ମାଧ୍ୟମରେ ବାଂଲାଦେଶୀ ଏହି ଜିଲାକୁ ପଶି ଆସି ବସବାସ କରୁଥିବା ବହୁ ଅଭିଯୋଗ ହୋଇଛି ା ଏପରି କି ବାଂଲାଦେଶର ଅମିତ ରାୟଙ୍କ ଭିସା ଓ ଅନ୍ୟାନ୍ୟ କାଗଜପତ୍ର ଜିଲା ପ୍ରଶାସନ ୨୦୧୮ରେ ଜବତ କରିଛି ା ଏହାସତ୍ତ୍ୱେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଜିଲାର ଉପାନ୍ତ ଅଞ୍ଚଳରେ ବଢ଼ି ଚାଲିଥିବା ଆଲୋଚନା ହେଉଛି ା
ଏନେଇ ବୁଦ୍ଧିଜୀବୀ ରମେଶ ଚନ୍ଦ୍ର ସୁତାର କହିଛନ୍ତି, ୨୦୦୫ରେ ଜିଲା ପ୍ରଶାସନ ୧୫୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଥିଲେ ା ତେବେ ଚିହ୍ନଟକୁ ନେଇ ଆପତ୍ତି ଅଭିଯୋଗ ପରେ ଦେଶରୁ ବିଦା କରିବା ସମ୍ଭବ ହୋଇ ନାହିଁ ା ଏହି ଜିଲାରେ ୩ ସାମୁଦ୍ରିକ ଥାନା ଅଛି ା ଏହାସତ୍ତ୍ୱେ କର୍ମଚାରୀ ଓ ଭିତ୍ତିଭୂମୀ ଅଭାବରୁ ବାଂଲାଦେଶୀ ଅନୁପ୍ରବେଶକୁ ରୋକା ଯାଇ ପରୁନାହିଁ। ଉପାନ୍ତ ଅଞ୍ଚଳ ଏବେ ବଙ୍ଗଭାଷୀଙ୍କ ସଂଖ୍ୟା ଓଡିଆ ଭାଷୀଙ୍କଠାରୁ ବହୁ ଗୁଣରେ ଅଧିକ ହୋଇଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଏବେ ବାଂଲାଦେଶୀଙ୍କ ଭିଡ଼ ଅଧିକ ହେଉଛି। ଏଥିପାଇଁ ସମୁଦ୍ର ପଥ, କଲିକତା ଓ ମାଲକାନାଗିରି ରାସ୍ତା ସେମାନଙ୍କୁ ବେଶ ସୁହାଉଛି ା ଏହାବ୍ୟତୀତ ପୂର୍ବରୁ ରହୁଥିବା ବାଂଲାଦେଶୀ ସେମାନଙ୍କ ପାଇଁ ଏଠାରେ ରହିବାର ସମସ୍ତ ବାଧା ହଟାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ା ଏଠାରେ ଜନ୍ମିତ ବୋଲି ପ୍ରମାଣିତ କରିବା ପାଇଁ ସ୍ଥାନୀୟ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ିଥିବା ପ୍ରମାଣପତ୍ର ଯୋଗାଇ ଦେବା ଠାରୁ ଆରମ୍ଭ କରି ସରକାରୀ ଯୋଜନାରେ ସାମିଲ କରୁଛନ୍ତି। ଏପରି କି ସେମାନଙ୍କୁ ଭୂମିହୀନ ଦର୍ଶାଇ ବସୁନ୍ଧରା ଯୋଜନାରେ ଘର ପାଇଁ ଜମି ନେଉଛନ୍ତି ା ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ କୁହନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟିକରଣ ଏହି ଜିଲାରେ ଜରୁରୀ ହୋଇ ପଡିଥିବା ବେଳେ ଆତଙ୍କବାଦୀ ଏଠାରେ ରହି ଦେଶ ବିରୋଧରେ କାର୍ଯ୍ୟ କରିବା ଅସମ୍ଭବ ନୁହେଁ। ଏସମ୍ପର୍କରେ ଏସ୍‌ଡିପିଓ ଦେବେନ୍ଦ୍ର ମଲିକ କୁହନ୍ତି, ସାମୁଦ୍ରିକ ଥାନାର ଭିତ୍ତିଭୂମୀକୁ ଉନ୍ନତିକରଣ କରାଯାଉଛି ା ନିକଟରେ ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ ଦୂର ହେବ ବୋଲି ସେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri