ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ: ବିଏମସି କମିଶନର

ଭୁବନେଶ୍ୱର,୨୫।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଗତ କିଛିଦିନ ହେବ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏ ନେଇ ଶନିବାର ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏବଂବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ବିଏମ୍‌ସି କମିଶନର କହିଛନ୍ତି, ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ସଂକ୍ରମିତ ସଂଖ୍ୟା ଅଧିକ ରହିଛି। ବସ୍ତି ଅଞ୍ଚଳରୁ ଏବେ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ ୬୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ପ୍ରତି ବସ୍ତିରେ ବସ୍ତି କମିଟି ଗଠିତ ହୋଇଛି। ବିଜେବିନଗରସ୍ଥିତ ମହିଷାଖାଲ ବସ୍ତିରୁ ଶୁକ୍ରବାର ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
ସେହିପରି ଅନୁ ଗର୍ଗ କହିଛନ୍ତି, ପ୍ରତି ୱାର୍ଡରେ ସଚେତକ କମିଟି କାମ କରୁଛି। ବସ୍ତିରେ ଆକ୍ଟିଭ ସର୍ଭିଲାନ୍ସ ଟିମ ଯାଞ୍ଚ କରୁଛନ୍ତି। ୬ଟି କୋଭିଡ କେୟାର ସେଣ୍ଟରରେ ୮୭୦ ଶଯ୍ୟା ରହିଛି । ୫୫୪ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। ସେହିପରି ୧୦୨୫ ଶଯ୍ୟାରେ କୋଭିଡ ହସ୍ପିଟାଲ, ୬୦ ଶଯ୍ୟାର ହେଲଥ କେୟାର ସେଣ୍ଟର ରହିଛି। ଭୁବନେଶ୍ୱରରେ ବର୍ତ୍ତମାନ ଆଉ ୧୫ ଶହ କୋଭିଡ ଶଯ୍ୟା ବାଢଇବା ପାଇଁ ଯୋଜନା କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱରରେ ୧୬୭ ଜଣ ହୋମ ଆଇସୋଲେସନରେ ଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତିଥିଙ୍କୁ ମିଳୁନି ଆତିଥ୍ୟ

ବଇଣ୍ଡା, ୧୭ା୧୧(ପରିକ୍ଷିତ ସାହୁ) ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ, ପର୍ଯ୍ୟଟକ ଏବଂ ଅନ୍ୟ ଅତିଥିଙ୍କୁ ସରକାରୀ ଆତିଥ୍ୟ ପ୍ରଦାନ ପାଇଁ ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗର...

କ୍ୟାପିଟାଲ ହସ୍ପିଟାଲରେ କୋକୁଆ ଭୟ: ମୁହଁ ଖୋଲିଲେ ଆକ୍ରାନ୍ତଙ୍କ ପରିବାର

ଭୁବନେଶ୍ୱର,୧୭।୩ (ବ୍ୟୁରୋ): କରୋନା ଚାଇନା, ଇଟାଲୀ ଆଦି ଦେଶରେ ମୃତ୍ୟୁର ବୀଭିଷିକା ରଚୁଥିବାବେଳେ ଓଡ଼ିଶାରେ ଛନକା ପଶିଥିଲା। ବିଦେଶରେ ବହୁ ଓଡ଼ିଆ ରହୁଥିବାରୁ ରାଜ୍ୟ ସରକାର...

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ଢେଙ୍କାନାଳ ଅଫିସ, ୨୬।୬ ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଞ୍ଚଳର ବହୁଚର୍ଚ୍ଚିତ ଚିକୁନ ବିଶ୍ୱାଳ (୩୩) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଘଟଣାର ୧୧ଦିନ ପରେ...

ଭାର୍ଗବୀ ବ୍ରିଜ୍‌ ଉପରେ ଦୁର୍ଘଟଣା: ପୁଅ ସାମ୍ନାରେ ବାପାଙ୍କ ଉପରେ ମାଡ଼ିଗଲା ହାଇଓ୍ବା, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାଳକାଟି,୧୦।୮(ଡି.ଏନ୍‌.ଏ.): ସ୍ଥାନୀୟ ଭାର୍ଗବୀ ବ୍ରିଜ୍‌ ଉପରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଳକାଟିରୁ ଭୁବନେଶ୍ୱରରୁ ଯାଉଥିବା ବେଳେ ଏକ ବାଇକ୍‌(ଓଡି-୧୩-ଏଲ୍‌-୬୮୫୫)କୁ ହାଇଓ୍ବା ପଛରୁ...

ଅନ୍ତେବାସୀଙ୍କୁ ପୋକରା ଚାଉଳ

ବାରିପଦା ଅଫିସ,୧୮ା୯-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ(ଏସ୍‌ଏସ୍‌ଡି) ଅଧୀନରେ ଥିବା ୩ଶହ ଛାତ୍ର ଓ ୨ଶହ ଛାତ୍ରୀ ଶଯ୍ୟା ବିଶିଷ୍ଟ ସୀମାନ୍ତ ଉଚ୍ଚ ବିଦ୍ୟାଳୟ...

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ଯାଜପୁର ଅଫିସ,୨୩।୪: ଯାଜପୁର ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ସମୃଦ୍ଧ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଜିଲାକୁ...

‘ଶିମିଳିପାଳ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ’

ବାରିପଦା ଅଫିସ,୮।୧ ଶିମିଳିପାଳ ଅଭୟାରଣ୍ୟକୁ ବନାଗ୍ନିରୁ ମୁକ୍ତ କରିବା ନିମନ୍ତେ ସପ୍ତାହବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜାତୀୟ...

ସର୍ବକ୍ଷମା ଅବଧି ୬ ମାସ ବୃଦ୍ଧି ଲାଗି ବିଧାନସଭାରେ କଂଗ୍ରେସର ଦାବି

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜଧାନୀରେ ବେଆଇନ ଭାବେ ବହୁ ଅଟ୍ଟାଳିକା ଗଢ଼ି ଉଠୁଛି। ସେଗୁଡ଼ିକୁ ରେଗୁଲାରାଇଜ୍‌ କରିବା ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ...

Advertisement
Archives

Model This Week