Posted inଫୁରସତ

ସମୁଦ୍ର ମଧ୍ୟରେ ଶୋଇଛି ୭୫ ଫୁଟ ଲମ୍ବର ବିଶାଳକାୟ ଜୀବ: ଲୋକେ ହେଲେ ଆଶ୍ଚର୍ଯ୍ୟ

ବେଳେବେଳେ ସମୁଦ୍ର ବିଷୟରେ ଅନେକ କୌତୁହଳପୂର୍ଣ୍ଣ ସୂଚନା ପୃଥିବୀର ବିଭିନ୍ନ ପ୍ରାନ୍ତରରୁ ଆସିଥାଏ। ସେଥିରୁ ଅନେକ ଘଟଣାକୁ କଳ୍ପନା କରି ହୁଏ ନାହିଁ। ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଭାଇରାଲ ହୋଇଥିବା ଏହିପରି ଅନେକ ଭିଡିଓ କିମ୍ବା ଫଟୋ ପୂର୍ବରୁ ଦେଖିଥିବେ। ଏବେ ଏକ ଅଜବ ଜୀବ ସମୁଦ୍ର ମଧ୍ୟରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


ଏପରି ଜୀବ ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ। ସମୁଦ୍ର ମଧ୍ୟରେ ଏକ ଜୀବ ଶୋଇଥିବା ଦେଖିବାକୁ ମିଳିଥିଲା। ଏହି ବିଶାଳକାୟ ଜୀବକୁ ଦେଖି ଲୋକେ ଡରି ଯାଇଥିଲେ। ପରେ ଯାଞ୍ଚ କରିବାରୁ ଏହା ଏକ ବ୍ଲୁ ହ୍ବେଲ୍‌ର ମୃତଦେହ ବୋଲି ଜଣାପଡ଼ିଥିଲା। ଏହାର ଲମ୍ବ ୭୫ ଫୁଟ ଅର୍ଥାତ୍‌ (୨୩ ମିଟର)। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି, ଇଣ୍ଡୋନେସିଆବାସୀ ଏହି ବ୍ଲୁ ହ୍ବେଲ୍‌କୁ ଦେଖୁଛନ୍ତି। ନୁହ୍ନିଲା ନ ନା ବାଟୁ କପାଲା ବେଳାଭୂମିରେ ଏହା ଦେଖିବାକୁ ମିଳିଛି। ପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ପରିବେଶବିତ୍‌ମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କାରଣ ଅନେକ ସମୟରେ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ବଡ଼ ଚ୍ୟାଲେଞ୍ଜ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ଜୋ ବାଇଡେନ୍‌ ଦେଶର ୪୬ତମ ରାଷ୍ଟ୍ରପତି ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପରବର୍ତ୍ତୀ ୪ ବର୍ଷରେ ବାଇଡେନ୍‌ଙ୍କ...

ବିବାହ ନ କରି ଏକାଠି ୩୫ ବର୍ଷ

ଲଣ୍ଡନ: ସୋସିଆଲ ମିଡିଆରେ ବର୍ତ୍ତମାନ ୨ ବୟସାଧିକ କପଲଙ୍କ କାହାଣୀ ଚର୍ଚ୍ଚାରେ ରହିଛି। ଦୀର୍ଘ ୩୫ ବର୍ଷ ପରେ ସେମାନେ ଏବେ ବିବାହ କରିବାକୁ ଯାଉଛନ୍ତି।...

ଖଣ୍ଡେ ପାନର ଦାମ୍‌ ୫ ହଜାର…

ପାନ ଭାରତୀୟ ସଂସ୍କୃତି ସହିତ ଅତି ନିବିଡ଼ ଭାବେ ଜଡିତ। ତେବେ ପାନର ଦାମ ୫ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

ବାପା ଅଟୋ ଚାଳକ, ମା’ ଟେଲର

ମୁମ୍ବାଇ,୧୫ା୨: ତେଲଙ୍ଗାନାର ହାଇଦ୍ରାବାଦ ନିବାସୀ ମାନସା ବାରାଣସୀ(୨୩) ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ୱାଲର୍‌ଡ ୨୦୨୦ ମୁକୁଟ ପିନ୍ଧିଛନ୍ତିି। ମୁମ୍ବାଇରେ ବୁଧବାର ଫେମିନା ମିସ୍‌ ଇଣ୍ଡିଆ...

କେଇ ସେକେଣ୍ଡରେ ୬ ଫୁଟର କୁମ୍ଭୀରକୁ ଜଳଖିଆ କରିଦେଲା ଅନ୍ୟ କୁମ୍ଭୀର; ଲୋମ ଟାଙ୍କୁରା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ବିଶାଳକାୟ କୁମ୍ଭୀର ଅନ୍ୟ ଏକ ଛଅ ଫୁଟର କୁମ୍ଭୀରର ଶିକାର କରୁଥିବା ଦେଖାଯାଇଛି।...

ପାଟ୍ରୋଲିଂ କରୁଛି ବାଘ !

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।...

୨ବର୍ଷରେ ନିମକାଠରେ ନିର୍ମାଣ କଲେ ତିରୁପତି ବାଲାଜୀଙ୍କ ୩ ମୂର୍ତ୍ତି: ଦାମ ୩ଲକ୍ଷ ୫୦ ହଜାର

ଫରିଦାବାଦ୍‌,୯।୨: ସୁରଜକୁଣ୍ଡ ମେଳାରେ ନିମକାଠରେ ନିର୍ମିତ ହୋଇଥିବା ୭ ଫୁଟ ଉଚ୍ଚର ତିରୁପତି ବାଲାଜୀଙ୍କ ମୂର୍ତ୍ତି ଦର୍ଶକଙ୍କ ଆକର୍ଷିତ କରୁଛି। ଏହାକୁ ଆନ୍ଧ୍ରପ୍ରଦେଶର ଚିତୌଡ଼ ଜିଲାର...

ଓଟଙ୍କ ଡାକ୍ତରଖାନା

ମଣିଷଙ୍କ ଭଳି ପଶୁଙ୍କ ପାଇଁ ବି ଡାକ୍ତରଖାନା ଅଛି। ତେବେ ଖାସ୍‌କରି ଦୁବାଇରେ ଓଟଙ୍କ ପାଇଁ ନିର୍ମିତ ଡାକ୍ତରଖାନାର କଥା ଟିକେ ଅଲଗା। ଏଠି କେବଳ...

Advertisement
Archives

Model This Week