ରାଜଧାନୀରେ ବଢ଼ିଲା କୋଭିଡ୍‌ ହସ୍ପିଟାଲ୍‌, ଶଯ୍ୟା ସଂଖ୍ୟା

ଭୁବନେଶ୍ୱର, ୯।୧(ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ସମ୍‌ ଓ ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲକୁ ଏ ନେଇ ଅନୁମତି ମିଳିଥିବା ବେଳେ ଏବେ ହାଇଟେକ୍‌ ଓ କିମ୍ସ ହସ୍ପିଟାଲ ସହ ବିଏମ୍‌ସି ଚୁକ୍ତି କରିଛି। କିମ୍ସ କୋଭିଡ ହସ୍ପିଟାଲରେ ୫୦୦ ଓ ହାଇଟେକ୍‌ କୋଭିଡ ହସ୍ପିଟାଲରେ ୨୩୯ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ସମ୍‌ କୋଭିଡ ହସ୍ପିଟାଲରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ୧୫୦ଟି ଶଯ୍ୟାର ସୁବିଧା ଥିଲା।
ରାଜଧାନୀରେ ଏବେ ମୋଟ କୋଭିଡ ହସ୍ପିଟାଲ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ ଶଯ୍ୟା ସଂଖ୍ୟା ୧,୬୯୯କୁ ବୃଦ୍ଧି ପାଇଛି। ଏହା ସହିତ ବିଏମ୍‌ସିି ପକ୍ଷରୁ ପଟିଆ ଓ ଡୁମଡୁମା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ୍‌ କେୟାର ସେଣ୍ଟର ଖୋଲାଯାଇଛି। ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମ୍‌ସି କମିଶନର ସଂଜୟ ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବା ଭଳି ପରିବେଶ କରାଯାଇନାହିଁ’

କଟକ ଅଫିସ, ୧୧ା୨: ବାଣିଜ୍ୟରେ ଓଡ଼ିଶାର ଇତିହାସ ହଜାର ବର୍ଷ ପୁରୁଣା। ସେହି ସମୟରେ ଅନ୍ୟ ରାଜ୍ୟଠାରୁ ଓଡ଼ିଶା ବାଣିଜ୍ୟ କ୍ଷେତ୍ରରେ ବହୁ ଆଗରେ ଥିଲା।...

ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ବ୍ରହ୍ମାନନ୍ଦ

ପୁରୀ ଅଫିସ, ୧୧ା୭: ଘୋଷଯାତ୍ରା ଏବଂ ବାହୁଡ଼ାଯାତ୍ରା ସମୟରେ ଅନେକ ସାମାଜିକ ଅନୁଷ୍ଠାନ ସଚେତନତା ବାର୍ତ୍ତ ପ୍ରଦାନ କରିଥାନ୍ତି। ଶରଧାବାଲିରେ ଗୁରୁବାର ପରିବେଶ ଓ ଘରଚଟିଆର...

ଭିତ୍ତିଭୂମି ଅଭାବରୁ ଶ୍ରୀହୀନ ଶିକ୍ଷାନୁଷ୍ଠାନ

ଧାମନଗର ୩୦।୭(ଡି.ଏନ.ଏ.)- ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାରଭୁକ୍ତ କରାଯାଇଥିଲେ ବି ଭିତ୍ତିଭୂମି ଅଭାବରୁ ଗ୍ରାମାଞ୍ଚଳର ଅନେକ ଶିକ୍ଷାନୁଷ୍ଠାନ ଥାଇ ନ ଥିଲା ପରି ଚାଲିଛି। ଗରିବ...

ମମିତା ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ,୨୦ା୧୦: ମମିତା ମେହେର ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ତାଙ୍କୁ କଡ଼ା ସୁରକ୍ଷା...

ଚିନ୍ତା ବଢ଼ାଇଲାଣି ଲଘୁଚାପ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ସମ୍ଭାବ୍ୟ ଲଘୁଚାପ ଚାଷୀକୁଳ ଚିନ୍ତା ବଢ଼ାଇ ଦେଇଛି। ବିଲରେ ପାଚିଲା ଧାନ ଲହଡି ଭାଙ୍ଗୁଛି। ଗତ ୨ଦିନ ହେବ ଚାଷୀମାନେ ପାଚିଲା ଓ ଦରପାଚିଲା...

ମିଳିଲା ଅନୁମତି, ପରୀକ୍ଷା ପରିଚାଳନା କରିବ ଭିମ୍‌ସାର

ସମ୍ବଲପୁର,୧୬ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଭିମ୍‌ସାର) ଚଳିତ ଶିକ୍ଷାବର୍ଷରୁ ନିଜେ ପରୀକ୍ଷା ପରିଚାଳନା କରିବ। ଏ...

ରାଜ୍ୟରେ ସିଏସି, ଏନ୍‌ଆରସି ଲାଗୁ ହେବା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତିନିଧି

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପାର୍ଲାମେଣ୍ଟ ନିକଟରେ ନାଗରିକତ୍ୱ ସଂଶୋଧନ ବିଧେୟକ(ସିଏବି)-୨୦୧୯କୁ ଗୃହୀତ କରାଯାଇଛି। ଏହି ବିଧେୟକକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ସେହିପରି ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ସାରା...

‘ମାଲକାନଗିରିକୁ ଉଡିବ ବିମାନ’

ଭୁବନେଶ୍ୱର,୧୪।୪(ବ୍ୟୁରୋ): ୪ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲା ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁୁରେଶ ଚନ୍ଦ୍ର ମହାପାତ୍ର। ଗସ୍ତର ପ୍ରଥମ ଦିନରେ ମାଲକାନଗିରି...

Advertisement
Archives

Model This Week