ସ୍ପେଶାଲ ସ୍କ୍ବାଡ୍‌ ହାତରେ କୁଖ୍ୟାତ ଚୋର

ଭୁବନେଶ୍ୱର,୫। ୧୦(ବ୍ୟୁରୋ): ଚୋରି କରିବା ଥିଲା ନିଶା, ଆଉ ପେସା। ବାରମ୍ବାର ଚୋରି କରି ଗିରଫ ହେଉଥିଲେ, ଜେଲ ବି ଯାଉଥିଲେ। ହେଲେ ଜେଲରୁ ବାହାରିବା ପରେ ପୁଣି ସେହି ଧନ୍ଦା ଜାରି ରଖୁଥିଲେ। ଦୀର୍ଘ ୩୫ ବର୍ଷ ଧରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଚୋରି କରୁଥିବା କୁଖ୍ୟାତ ଚୋରଙ୍କୁ କମିଶନରେଟ ପୋଲିସ ସୋମବାର କାବୁ କରିଛି। କଟକରେ ଚୋରି ଉଦ୍ୟମବେଳେ ସ୍ପେଶାଲ ସ୍କ୍ବାଡ୍‌ ତାଙ୍କୁ ଗିରଫ କରିଛି। ସେ ହେଲେ ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ହାଟସାହିର ହେମନ୍ତ ଦାଶ(୫୯)। ପଚରାଉଚରାବେଳେ ତାଙ୍କଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୋଲିସ। ଦେଶର ୫ଶହ ସ୍ଥାନରୁ ୫କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଜିନିଷପତ୍ର ଚୋରି କରିଥିବା ଜଣାପଡିଛି। ସେ ରାଜ୍ୟରୁ ରାଜ୍ୟ ବୁଲି ବୁଲି ଚୋରି କରୁଥିବାବେଳେ ମୁମ୍ବାଇ ଓ ଚେନ୍ନାଇ ପୋଲିସ ଦ୍ୱାରା ମଧ୍ୟ ପୂର୍ବରୁ ଗିରଫ ହୋଇଛନ୍ତି। ତାଙ୍କ ନାମରେ ଭୁବନେଶ୍ୱର ୟୁପିଡିର ବିଭିନ୍ନ ଥାନାଞ୍ଚଳରେ ୮୨ରୁ ଅଧିକ ମାମଲା ରହିଛି। ଅନ୍ୟପକ୍ଷରେ କଟକ, ପୁରୀ, ବ୍ରହ୍ମପୁର ଆଦି ସହରରେ ଏକାଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି। ମଙ୍ଗଳବାର ହେମନ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ପରେ ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ହେମନ୍ତ ୧୯୮୬ ରେ ବିଜେବି କଲେଜରେ ପଢୁଥିବାବେଳେ ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ସେଠାରେ ସେ ଜଣେ ଚୋରି ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କଠାରୁ ପ୍ରୋତ୍ସାହନ ପାଇ ଚୋରି କରିବାକୁ ମନ ବଳାଇଥିଲେ। ସେ ଜେଲରୁ ବାହାରିବା ପରେ ଚୋରି କରିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ବୟସ ହୋଇଥିଲା ୨୪। ପ୍ରଥମେ ବିଳମ୍ବିତ ରାତିରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବନ୍ଦ ଥିବା ଘର କବାଟକୁ ଶାବଳରେ ତାଡ଼ି ଟଙ୍କା, ଅଳଙ୍କାର ଓ ବିଭିନ୍ନ ସାମଗ୍ରୀ ଚୋରି କରୁଥିଲେ। ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ସହରକୁ ଫ୍ଲାଇଟ ଯୋଗେ ଯାଇ ବଡ଼ ବଡ଼ ହୋଟେଲରେ ରହୁଥିଲେ। ହୋଟେଲର ପାଖ ରୁମ୍‌ ଓ ଆଖପାଖ ଅଞ୍ଚଳରୁ ମଧ୍ୟ ଚୋରି କରୁଥିଲେ। ୨୦୧୮ରେ ସେ କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ତେବେ କିଛିଦିନ ତଳେ ବଡଗଡ, କ୍ୟାପିଟାଲ ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସେ ପୁଣି ଚୋରି କରିଥିଲେ। ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏଥିସହ ତାଙ୍କୁ ଗିରଫ କରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌ ଯୋଜନା ପ୍ରସ୍ତୁତ କରି ପୂରା ନଜର ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?