ନିରାମୟ ଯୋଜନା ପ୍ରହସନ

ଯାଜପୁର ରୋଡ୍‌,୨୨।୪: ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ପରିସରରେ ଘରୋଇ ଔଷଧ ଦୋକାନ ରହିବା ଯୋଗୁ ରାଜ୍ୟ ସରକାରଙ୍କ ନିରାମୟ ଯୋଜନା ପ୍ରତିହତ ହେଉଛି। ଗରିବ ଶ୍ରେଣୀର ରୋଗୀମାନଙ୍କୁ କେତେଜଣ ଡାକ୍ତର ନିରାମୟ ଯୋଜନାରେ ଔଷଧ ନ ଦେଇ ବାହାରେ କିଣିବାକୁ ପରାମର୍ଶ ଦେଉଛନ୍ତି। ଫଳରେ ସମ୍ପୃକ୍ତ ରୋଗୀ ଅଧିକ ଖର୍ଚ୍ଚାନ୍ତ ହେବା ସହ ନିରାମୟ ଯୋଜନାରୁ ବଞ୍ଚିତ ରହୁଛନ୍ତି। ସମସ୍ତଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗର ଯୁଗ୍ମସଚିବ ୨୭ା୨ା୨୦୧୫ରୁ କ୍ୟାମ୍ପସରେ ମେଡିସିନ୍‌ ଷ୍ଟୋରକୁ ବାରଣ (ପତ୍ରସଂଖ୍ୟା ୪୫୩୮) କରିଥିଲେ ହେଁ ତାହା ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗୁ ହୋଇପାରିନାହିଁ। ଏହି ନିର୍ଦ୍ଦେଶର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରୋକ୍ଷରେ କ୍ୟାମ୍ପସ ମେଡିସିନ୍‌ ଷ୍ଟୋରକୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି। ଏହି ଡାକ୍ତରଖାନା ପରିସରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ମାତ୍ର ୨୦୦ ବର୍ଗଫୁଟ ଜମିରେ ଔଷଧ ଦୋକାନ ନିର୍ମାଣ କରିବାକୁ ଅନୁମତି ମିଳିଥିଲା। କିନ୍ତୁ ସେଠାରେ ପ୍ରାୟ ୨ ହଜାର ବର୍ଗଫୁଟ ଜମିରେ ଔଷଧ ଦୋକାନ ନିର୍ମାଣ ହୋଇଛି। ଫଳରେ ଡାକ୍ତରଖାନାର ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ତାହା ପ୍ରତିବନ୍ଧକ ସାଜିଛି। ଏପରିକି ରୋଗୀ କଲ୍ୟାଣ ସମିତି ବୈଠକରେ ଉକ୍ତ ଔଷଧ ଦୋକାନକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ପ୍ରେସ୍‌କ୍ରିପଶନ ଲେଖିବା ସମୟରେ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ଔଷଧ ଲେଖିବାକୁ କଡ଼ା ତାଗିଦ କରିଛନ୍ତି। କିନ୍ତୁ ଯାଜପୁର ରୋଡ୍‌ ସିଏଚ୍‌ସିରେ ତାହା ପାଳନ ହେଉନାହଁି। ଡାକ୍ତରଖାନା ପରିସରରେ ଔଷଧ ଦୋକାନକୁ ହଟାଇବାକୁ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗର ନିର୍ଦ୍ଦେଶ ପରେ ସମ୍ପୃକ୍ତ ଔଷଧ ଦୋକାନ ମାଲିକ ୨୦୧୮ରେ ହାଇକୋର୍ଟର ଦ୍ୱାରସ୍ଥ ହୋଇ ସ୍ଥଗିତାଦେଶ ଆଣିଥିଲେ। ତେବେ ଏହି ସ୍ଥଗିତାଦେଶ ବିରୋଧରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନୈରାଶ୍ୟଜନକ ରହିଥିବା ଅଭିଯୋଗ ହେଉଛି। ଏନେଇ ସିଏଚ୍‌ସିର ମେଡିକାଲ ଅଫିସର ଡା. ସନ୍ତୋଷ କୁମାର ପୃଷ୍ଟିଙ୍କୁ ପଚାରିବାରେ ସେ କହିଛନ୍ତି ଡାକ୍ତରଖାନା ପରିସରରେ ଔଷଧ ଦୋକାନ ରହିବା ଉଚିତ୍‌ ନୁହେଁ। ଏହା ନିରାମୟ ଯୋଜନାକୁ ପ୍ରଭାବ ପକାଉଛି। ତେଣୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଡା. ପୃଷ୍ଟି କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ସିଡିଏମ୍‌ଓ ସୁଧାଂଶୁଶେଖର ବଳଙ୍କୁ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।
ଅନ୍ୟପକ୍ଷରେ ସରକାର ମାଗଣାରେ ରକ୍ତ, ମୂତ୍ର, ମଳ, କଫ୍‌ ଓ ଅନ୍ୟାନ୍ୟ ପରୀକ୍ଷା କରିବା ସହିତ ସମସ୍ତ ପ୍ରକାର ଔଷଧ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ଏନେଇ ବିଭିନ୍ନ କ୍ଷେତ୍ରରେ ସରକାରୀ ଭାବେ ପ୍ରଚାରପ୍ରସାର କରାଯାଉଛି। ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କେତେକାଂଶରେ ରୋଗୀଙ୍କୁ ଏସବୁ ସୁବିଧା ମିଳି ପାରୁନାହିଁ ା ଏଣୁ ପ୍ରତିଦିନ ବହୁ ରୋଗୀ ବାହାର ପାଥୋଲାବକୁ ଯାଉଥିବା ଦେଖିବାକୁ ମିଳୁଛି। ଏହି ଡାକ୍ତରଖାନାରେ ପରୀକ୍ଷାଗାର ରହିଥିଲେ ହେଁ ରୋଗୀଙ୍କୁ ଜାଣିଶୁଣି ଅଧିକ ଖର୍ଚ୍ଚାନ୍ତ ଆଡକୁ ଠେଲି ଦିଆଯାଉଛି। ଏଥିରୁ ସରକାରଙ୍କ ମାଗଣା ସେବାକୁ ଡାକ୍ତରଖାନାରେ ବିକ୍ରି କରି ଦିଆଯାଉଥିବା ମନେ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri