ନିରାମୟ ଯୋଜନା ପ୍ରହସନ

ଯାଜପୁର ରୋଡ୍‌,୨୨।୪: ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ପରିସରରେ ଘରୋଇ ଔଷଧ ଦୋକାନ ରହିବା ଯୋଗୁ ରାଜ୍ୟ ସରକାରଙ୍କ ନିରାମୟ ଯୋଜନା ପ୍ରତିହତ ହେଉଛି। ଗରିବ ଶ୍ରେଣୀର ରୋଗୀମାନଙ୍କୁ କେତେଜଣ ଡାକ୍ତର ନିରାମୟ ଯୋଜନାରେ ଔଷଧ ନ ଦେଇ ବାହାରେ କିଣିବାକୁ ପରାମର୍ଶ ଦେଉଛନ୍ତି। ଫଳରେ ସମ୍ପୃକ୍ତ ରୋଗୀ ଅଧିକ ଖର୍ଚ୍ଚାନ୍ତ ହେବା ସହ ନିରାମୟ ଯୋଜନାରୁ ବଞ୍ଚିତ ରହୁଛନ୍ତି। ସମସ୍ତଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗର ଯୁଗ୍ମସଚିବ ୨୭ା୨ା୨୦୧୫ରୁ କ୍ୟାମ୍ପସରେ ମେଡିସିନ୍‌ ଷ୍ଟୋରକୁ ବାରଣ (ପତ୍ରସଂଖ୍ୟା ୪୫୩୮) କରିଥିଲେ ହେଁ ତାହା ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗୁ ହୋଇପାରିନାହିଁ। ଏହି ନିର୍ଦ୍ଦେଶର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରୋକ୍ଷରେ କ୍ୟାମ୍ପସ ମେଡିସିନ୍‌ ଷ୍ଟୋରକୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି। ଏହି ଡାକ୍ତରଖାନା ପରିସରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ମାତ୍ର ୨୦୦ ବର୍ଗଫୁଟ ଜମିରେ ଔଷଧ ଦୋକାନ ନିର୍ମାଣ କରିବାକୁ ଅନୁମତି ମିଳିଥିଲା। କିନ୍ତୁ ସେଠାରେ ପ୍ରାୟ ୨ ହଜାର ବର୍ଗଫୁଟ ଜମିରେ ଔଷଧ ଦୋକାନ ନିର୍ମାଣ ହୋଇଛି। ଫଳରେ ଡାକ୍ତରଖାନାର ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ତାହା ପ୍ରତିବନ୍ଧକ ସାଜିଛି। ଏପରିକି ରୋଗୀ କଲ୍ୟାଣ ସମିତି ବୈଠକରେ ଉକ୍ତ ଔଷଧ ଦୋକାନକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ପ୍ରେସ୍‌କ୍ରିପଶନ ଲେଖିବା ସମୟରେ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ଔଷଧ ଲେଖିବାକୁ କଡ଼ା ତାଗିଦ କରିଛନ୍ତି। କିନ୍ତୁ ଯାଜପୁର ରୋଡ୍‌ ସିଏଚ୍‌ସିରେ ତାହା ପାଳନ ହେଉନାହଁି। ଡାକ୍ତରଖାନା ପରିସରରେ ଔଷଧ ଦୋକାନକୁ ହଟାଇବାକୁ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗର ନିର୍ଦ୍ଦେଶ ପରେ ସମ୍ପୃକ୍ତ ଔଷଧ ଦୋକାନ ମାଲିକ ୨୦୧୮ରେ ହାଇକୋର୍ଟର ଦ୍ୱାରସ୍ଥ ହୋଇ ସ୍ଥଗିତାଦେଶ ଆଣିଥିଲେ। ତେବେ ଏହି ସ୍ଥଗିତାଦେଶ ବିରୋଧରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନୈରାଶ୍ୟଜନକ ରହିଥିବା ଅଭିଯୋଗ ହେଉଛି। ଏନେଇ ସିଏଚ୍‌ସିର ମେଡିକାଲ ଅଫିସର ଡା. ସନ୍ତୋଷ କୁମାର ପୃଷ୍ଟିଙ୍କୁ ପଚାରିବାରେ ସେ କହିଛନ୍ତି ଡାକ୍ତରଖାନା ପରିସରରେ ଔଷଧ ଦୋକାନ ରହିବା ଉଚିତ୍‌ ନୁହେଁ। ଏହା ନିରାମୟ ଯୋଜନାକୁ ପ୍ରଭାବ ପକାଉଛି। ତେଣୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଡା. ପୃଷ୍ଟି କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ସିଡିଏମ୍‌ଓ ସୁଧାଂଶୁଶେଖର ବଳଙ୍କୁ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।
ଅନ୍ୟପକ୍ଷରେ ସରକାର ମାଗଣାରେ ରକ୍ତ, ମୂତ୍ର, ମଳ, କଫ୍‌ ଓ ଅନ୍ୟାନ୍ୟ ପରୀକ୍ଷା କରିବା ସହିତ ସମସ୍ତ ପ୍ରକାର ଔଷଧ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ଏନେଇ ବିଭିନ୍ନ କ୍ଷେତ୍ରରେ ସରକାରୀ ଭାବେ ପ୍ରଚାରପ୍ରସାର କରାଯାଉଛି। ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କେତେକାଂଶରେ ରୋଗୀଙ୍କୁ ଏସବୁ ସୁବିଧା ମିଳି ପାରୁନାହିଁ ା ଏଣୁ ପ୍ରତିଦିନ ବହୁ ରୋଗୀ ବାହାର ପାଥୋଲାବକୁ ଯାଉଥିବା ଦେଖିବାକୁ ମିଳୁଛି। ଏହି ଡାକ୍ତରଖାନାରେ ପରୀକ୍ଷାଗାର ରହିଥିଲେ ହେଁ ରୋଗୀଙ୍କୁ ଜାଣିଶୁଣି ଅଧିକ ଖର୍ଚ୍ଚାନ୍ତ ଆଡକୁ ଠେଲି ଦିଆଯାଉଛି। ଏଥିରୁ ସରକାରଙ୍କ ମାଗଣା ସେବାକୁ ଡାକ୍ତରଖାନାରେ ବିକ୍ରି କରି ଦିଆଯାଉଥିବା ମନେ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?