ପ୍ରଥମଥର ଖୋଲିଲା ନାଇଟ୍‌ ବଜାର

ଭୁବନେଶ୍ୱର, ୧୬।୧ (ବ୍ୟୁରୋ):ହକି ବିଶ୍ୱକପ୍‌କୁ ଅଧିକ ରଙ୍ଗାରଙ୍ଗ କରିବା ସହ ଅତିଥି, ପର୍ଯ୍ୟଟକ, ଖେଳପ୍ରେମୀ ଓ ସହରବାସୀଙ୍କୁ ବିଶ୍ୱସ୍ତରୀୟ ଅନୁଭବ ଦେବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମନୋରଞ୍ଜନର ମହାକୁମ୍ଭ ‘ଡଟ୍‌ଫେଷ୍ଟ’। ଏକା ସଙ୍ଗରେ ଏହା ଲୋକଙ୍କୁ ନୃତ୍ୟ, ସଙ୍ଗୀତ, କମେଡି ସହିତ ଖାଦ୍ୟପେୟ ଏବଂ ବିକ୍ରିବଟାର ଭରପୂର ଖୋରାକ ଯୋଗାଉଛି। ଡଟ୍‌ଫେଷ୍ଟର ଅଂଶବିଶେଷ ଭାବେ ରବିବାର ଏକାମ୍ର ହାଟରେ ଖୋଲିଛି ‘ନାଇଟ୍‌ ବଜାର’। ୧୫ ଦିନ ଧରି ଚାଲିବାକୁ ଥିବା ନାଇଟ୍‌ ବଜାରରେ ସହରବାସୀ ବୁଲାବୁଲି ଓ ମନୋରଞ୍ଜନ କରିବା ସହ ବିଭିନ୍ନ ସାମଗ୍ରୀ କିଣିବାର ସୁଯୋଗ ପାଇବେ।
ଦ୍ୱିତୀୟ ସଂସ୍କରଣରେ ପ୍ରଥମଥର ପାଇଁ ‘ନାଇଟ୍‌ ବଜାର’ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଝଲମଲ ଆଲୋକ ସଜ୍ଜା ସାଙ୍ଗକୁ ଏକ ନୂଆ ରୂପ ପାଇଛି ଏକାମ୍ର ହାଟ। ଓଡ଼ିଶା ସମେତ ଦିଲ୍ଲୀ, କୋଲକାତା ଆଦି ବିଭିନ୍ନ ରାଜ୍ୟରୁ ଆସିଥିବା ଉଦ୍ୟୋଗୀମାନେ ଏଥିରେ ସାମିଲ ହୋଇଛନ୍ତି। ମାସ୍କ ଠାରୁ ଆରମ୍ଭ କରି ସମ୍ବଲପୁରୀ ଶାଢି, ବିଭିନ୍ନ ଭେରାଇଟିର ଡ୍ରେସ୍‌, ବାଉଁଶରୁ ପ୍ରସ୍ତୁତ ଗହଣା, ଘରସଜ୍ଜା ସାମଗ୍ରୀ, ପର୍ସ, ଘରସଜ୍ଜା ସାମଗ୍ରୀ, ଫୁଲଦାନୀ, ହୋମ୍‌ ଡେକୋର, ଖାଦ୍ୟ ସାମଗ୍ରୀ ଆଦିର ବିକ୍ରିବଟା ହେଉଛି। ଏହା ସାଙ୍ଗକୁ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଏକାମ୍ର ହାଟ ମଧ୍ୟରେ ୩ଟି ଷ୍ଟେଜ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ୨୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୫ଟାରୁ ରାତି ୧୨ଟା ଯାଏ ଏହି ମାର୍କେଟ ଖୋଲା ରହିିବ।


Enter your email to get our daily news in your inbox.

All Right Reserved By Dharitri.Com

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri