କଡ଼ା ହେଉନି ରାତ୍ରି କର୍ଫ୍ୟୁ

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ସଂକ୍ରମଣ ରୋକିବାକୁ କଟକ ଓ ଭୁବନେଶ୍ୱର ରାତ୍ର କର୍ଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଛି। ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଦ୍ୱୈତନଗରୀର ପୂରା କମିଶନରେଟ ପୋଲିସ ହାତରେ ରହୁଛି। ଶନିବାର ପ୍ରଥମ ରାତିରେ କର୍ଫ୍ୟୁ କଟକଣା ଅପେକ୍ଷା ପୋଲିସ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ହେଲେ ରବିବାର ଦ୍ୱିତୀୟ ରାତିରେ ମଧ୍ୟ ସେପରି କଡ଼ା ନ ଥିଲା। ଭୁବନେଶ୍ୱର ପିଏମଜି, ମାଷ୍ଟରକ୍ୟାଣ୍ଟିନ, କଳ୍ପନା ଛକ, ସାମନ୍ତରାପୁର, ରସୁଲଗଡ, ପଳାଶୁଣୀ, ପାହାଳ, ଶହୀଦନଗର, ଜୟଦେବ ବିହାର, ସିଆରପି, ଗଙ୍ଗନଗର, ଗୋପବନ୍ଧୁ ଛକ, ଖଣ୍ଡଗିରି, ବରମୁଣ୍ଡା, ପଟିଆ, ଡମଣା, କିଟ ଛକରେ ପୋଲିସ ବ୍ଲକିଂ କରି ଯାଞ୍ଚ କରୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଢ଼ିଲା ଥିଲା। ଅମାନିଆ ଭାବେ ନାନା ବାହାନାରେ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ଛକରେ ଯାଞ୍ଚ ନ ଥିବାରୁ ଏହା ସେମାନଙ୍କ ପାଇଁ ସୁଯୋଗ ପାଲଟିଥିଲା। ସେହିପରି ରବିବାର ରାତିରେ ସିଡ଼ିଏ ବେଲ୍‌ଭ୍ୟୁ ଛକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯାଞ୍ଚ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ କୌଣସି କାମ ନ ଥିଲେ ଗାଡ଼ି ଚାଳକଙ୍କୁ ବାହାରେ ନ ବୁଲିବା ପାଇଁ କହିଥିଲେ।
ସକାଳ, ସନ୍ଧ୍ୟାରେ
ବଜାରରେ ଗହଳି
ରାତିରେ କର୍ଫ୍ୟୁ ଥିବାରୁ ଲୋକେ ସକାଳୁ ରାତି ପର୍ଯ୍ୟନ୍ତ ଖୁଲମ୍‌ଖୁଲା ବୁଲୁଛନ୍ତି। ବିଶେଷକରି ସନ୍ଧ୍ୟାରେ ହାଟ, ବଜାରରେ ଭିଡ଼ ଜମାଉଛନ୍ତି। ସଂକ୍ରମଣ ରୋକିବା ପାଇଁ ସରକାର ଓ ପ୍ରଶାସନର ସବୁ ଉଦ୍ୟମ ବେକାର ହେଉଛି। ରବିବାର ଥିବାରୁ ସକାଳେ ଆମିଷ ବଜାରରେ ଭିଡ଼ ହୋଇଥିଲା। ସେହିପରି ଅପରାହ୍ନରୁ ବିଭିନ୍ନ ହାଟ, ବଜାର, ମଲ୍‌ରେ ଭିଡ଼ ହୋଇଥିଲା। ବିଏମ୍‌ସି କିମ୍ବା ପୋଲିସ ପକ୍ଷରୁ ସେପରି ଯାଞ୍ଚ ହୋଇ ନ ଥିଲା।
ଆଚାର୍ଯ୍ୟବିହାର ମୁକୁଳା
ଆଚାର୍ଯ୍ୟ ବିହାର ଛକ ପୂରା ମୁକୁଳା ପଡିଥିଲା। କୌଣସି ପୋଲିସ କର୍ମଚାରୀ ନ ଥିଲେ କି ଯାଞ୍ଚ ବି ନ ଥିଲା। ପୋଲିସ ମୁତୟନ ହୋଇ ନ ଥିଲେ ନା କର୍ମଚାରୀ ବିରତି ନେଇ ଯାଇଥିଲେ, ସେ ସମ୍ପର୍କରେ କାହା ପାଖରେ ଖବର ନ ଥିଲା।
ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବିଗ୍‌ବଜାର ଅନ୍ଧାର
ମାଷ୍ଟର କ୍ୟାଣ୍ଟିନ ଛକରେ ୨ଜଣ ପୋଲିସ ଚେକିଂ ଚାଲିଥିବାବେଳେ ତାରିଣୀ ମନ୍ଦିର ନିକଟରେ କୌଣସି ଲାଇଟ ନ ଥିଲା। ଏଠାରୁ ବିଗ୍‌ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବାରୁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତିମାନେ ଯିବା ଆସିବାରେ ସମସ୍ୟାର ସମ୍ମୁଖୀନ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ କମିଟି ସହ ମ୍ୟାନ୍‌ମାର ପୂର୍ବତନ ନେତ୍ରୀ ସୁ ଚୀଙ୍କ ବୈଠକ

ବ୍ୟାଙ୍କକ୍‌,୪ା୮: ୨୦୨୧ର ସେନା ବିଦ୍ରୋହ ବଳରେ କ୍ଷମତାଚ୍ୟୁତ ହୋଇଥିବା ମ୍ୟାନ୍‌ମାରର ପୂର୍ବତନ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀ ସୋମବାର ରାଜଧାନୀ ବ୍ୟାଙ୍କକ୍‌ରେ ରେଡ୍‌କ୍ରସ ଅନ୍ତର୍ଜାତୀୟ କମିଟି…

ଦୁର୍ବଳ ହେଉଛି ମୌସୁମୀ ବାୟୁ; ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆଗକୁ ହେବ….

ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା…

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri