Posted inରାଜ୍ୟ

ଦୁର୍ଘଟଣାରେ ମୃତ୍ୟୁ ହେଲେ ଖବରକାଗଜ ବିତରକଙ୍କୁ ମିଳିବ ୨ ଲକ୍ଷ

ଭୁବନେଶ୍ୱର,୧ା୧୨(ବ୍ୟୁରୋ)- ସୂଚନା ଓ ଖବର ପ୍ରସାରଣରେ ବିତରକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥାଏ। ଜନସାଧାରଣଙ୍କୁ ଖବର ସହ ଯୋଡ଼ିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟର ଖବରକାଗଜ ବିତରକଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି।

ଏହି ଯୋଜନା ଅନୁଯାୟୀ ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ଖବରକାଗଜ ବିତରକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ଏହି ଯୋଜନା ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ସେହିପରି ଦୁର୍ଘଟଣା ଯୋଗୁ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବା ବିତରକମାନଙ୍କୁ ଦେଢ଼ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ଉଭୟ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ସହାୟତା ଦିଆଯିବ।

କୋଭିଡ୍‌ ଯୋଗୁ ସେମାନେ ସମ୍ମୁଖୀନ ହୋଇଥିବା ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପଞ୍ଜୀକୃତ ଖବରକାଗଜ ବିତରକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର ସହାୟତା ଦେବା ପାଇଁ ନିଷ୍ପତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ଲୋକ ଦେଖୁଛନ୍ତି ଶିଶୁଙ୍କ ଅଶ୍ଳୀଳ ଭିଡିଓ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଲୋକେ ଘରେ ରହିଛନ୍ତି। ଅଧିକାଂଶ ସମୟ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ସହ ବିତୁଛି। ଅନ୍‌ଲାଇନ୍‌ରେ କରୋନା ଅପ୍‌ଡେଟ୍‌ ସହ ବିଭିନ୍ନ...

ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଅଧିବେଶନ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ। ଅକ୍ଟୋବର...

CORONAVIRUS UPDATE: ଯାଜପୁରରେ ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୨

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌...

ମାସନ ଟ୍ରେନିଂ: ଶ୍ରମିକଙ୍କୁ ମିଳୁନି ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କୁ କୁଶଳୀ କରିବା ଲାଗି ସରକାର ମାସନ (ରାଜମିସ୍ତ୍ରି) ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା...

ଶିକ୍ଷାବିତ୍‌ ତାରାପ୍ରସାଦ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର ଅଫିସ,୨୧।୧: ବରିଷ୍ଠ ଶିକ୍ଷାବିତ୍‌ ତଥା ସ୍ବର୍ଗତ ପଣ୍ଡିତ ବାଇକୋଳି ମହାପାତ୍ର(ଜ୍ୟୋତିଷ ବିଶାରଦ)ଙ୍କ ପୁତ୍ର ତାରାପ୍ରସାଦ ମହାପାତ୍ରଙ୍କ(୮୫)ର ସୋମବାର ପରଲୋକ ଘଟିଛି। ସ୍ବର୍ଗତ ମହାପାତ୍ର ଖଲ୍ଲିକୋଟର...

‘ମଙ୍କିପକ୍ସ’କୁ ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି: ଗାଇଡ଼ଲାଇନ୍‌ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ବର,୨୫।୭(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏପଟେ ଆତଙ୍କ ଖେଳାଇଲାଣି ‘ମଙ୍କିପକ୍ସ’। ଯାହାକୁ ନେଇ ସରକାରଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି। ତେବେ...

ପୋଲିସକୁ ସୁରକ୍ଷା ମାଗିଲେ ଅପରାଜିତା

ଭୁବନେଶ୍ବର,୨୭।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ବୁଧବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପରେ ସେ ତାଙ୍କ ଘରକୁ ଫେରିଥିବା ଜଣାପଡ଼ିଛି। ଏହା ପରେ ତାଙ୍କ ମା’ ଅପରାଜିତା ମହାନ୍ତି...

ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର,୧୧।୬(ବ୍ୟୁରୋ): ପ୍ରଥମ ଡୋଜ ଟିକା ନେଇଥିବା ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣକୁ ନେଇ ବିଏମ୍‌ସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଅବଧି ଶେଷ ହେଉଥିବାରୁ ଅଗ୍ରାଧିକାର...

Advertisement
Archives

Model This Week