ଜିନୋମ୍‌ର ନୂଆ ଜନନୀ

ଜିନୋମିକ୍ସର ଏଲନ୍‌ ମସ୍କ ଭାବେ ପରିଚିତ ଜେନିଫର ଡୁଡ୍‌ନାଙ୍କ ବିଷୟରେ ଭାରତରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସ୍ପେସ୍‌ଏକ୍ସର ପ୍ରତିଷ୍ଠାତା ଏଲନ୍‌ ମସ୍କଙ୍କ ଭଳି ଜିନୋମ୍‌ ଏଡିଟିଂରେ ନୂତନ ପଦ୍ଧତି ଆବିଷ୍କାର କରି ଜେନିଫର ଔଦ୍ୟୋଗିକ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିନେଇଛନ୍ତି। ୨୦୨୦ରେ ରସାୟନ ବିଜ୍ଞାନ ପାଇଁ ଇମାନୁଏଲ୍‌ ଚାର୍ପେଣ୍ଟର ଏବଂ ଜେନିଫର ଡୁଡ୍‌ନାଙ୍କୁ ନୋବେଲ ପୁରସ୍କାର ମିଳିଛି। ତେବେ ସାନ୍‌ଫ୍ରାନ୍ସିସ୍‌କୋଭିତ୍ତିକ ବୃହତ୍‌ ବାୟୋଇଞ୍ଜିନିୟରିଂ ଟେକ୍‌ ‘ମାମୁଥ୍‌ ବାୟୋସାଇନ୍‌ସେସ୍‌’ ୨୦୧୭ରେ ଷ୍ଟାର୍ଟ ଅପ୍‌ ଭାବେ ଆରମ୍ଭ ବେଳୁ ଜେନିଫର ଏହାର ସହ-ପ୍ରତିଷ୍ଠାତା ରହିଥିଲେ। ଏବେ ଏହା ୪୫ ମିଲିୟନ୍‌ ଆମେରିକୀୟ ଡଲାରରେ ପହଞ୍ଚି ସାରିଲାଣି। ଏହି ବାୟୋସାଇନ୍ସ କମ୍ପାନୀର ସାଇଣ୍ଟିଫିକ୍‌ ଆଡ୍‌ଭାଇଜରୀ ବୋର୍ଡର ଅଧ୍ୟକ୍ଷା ଜେନିଫର ରୋଗ ପରୀକ୍ଷଣର ନୂଆ ପଦ୍ଧତି ବାହାର କରି ଚର୍ଚ୍ଚାକୁ ଆସିଛନ୍ତି। ଇନୋଭେଟିଭ୍‌ ଜିନୋମିକ୍ସ ଇନ୍‌ଷ୍ଟିଚ୍ୟୁଟ୍‌ (ଆଇଜିଆଇ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଜେନିଫର ମଧ୍ୟ ଦୈନିକ ଏକ ହଜାର ଟେଷ୍ଟିଂ ହୋଇପାରୁଥିବା କୋଭିଡ୍‌-୧୯ କେନ୍ଦ୍ର ପରିଚାଳନା କରୁଛନ୍ତି। ଆର୍‌ଟି-ପିସିଆର୍‌ ଟେଷ୍ଟଠାରୁ ଅଧିକ କ୍ଷୀପ୍ର ଓ କମ୍‌ ଖଚ୍ଚର୍ର୍ରେ କ୍ଲଷ୍ଟର୍ଡ ରେଗୁଲାର୍‌ଲି ଇଣ୍ଟରସ୍ପେଶ୍‌ଡ୍‌ ଶର୍ଟ ପାଲିନ୍‌ଡ୍ରୋମିକ୍‌ ରିପିଟ୍‌ସ (କ୍ରିସ୍ପପର) ମାଧ୍ୟମ ବ୍ୟବହାର କରି ମାମୁଥ୍‌ ବାୟୋସାଇନ୍ସ ଖୁବ୍‌ ନାମ ଅର୍ଜନ କରିଛି। ଏଥିସହିତ କୃଷି, ପରିବେଶ ଅନୁଧ୍ୟାନ ଓ ଅନ୍ୟାନ୍ୟ କ୍ଷେତ୍ର ଯେଉଁଥିରେ ସଂକ୍ରମଣ ରୋଗ କାବୁ କରୁଛି (ଏହାକୁ ବାୟୋଟେରୋରିଜମ୍‌ ଆଖ୍ୟା ଦିଆଗଲାଣି) ତାହାର ନିରାକରଣ ବା ପ୍ରତିରୋଧକ ଭାବେ ବାୟୋଡିଫେନ୍ସ ପଦ୍ଧତି ବିକଶିତ କରାଯାଇଛି। ଏସବୁ ଦିଗରେ ଜେନିଫରଙ୍କ ଭୂମିକା ସର୍ବାଗ୍ରେ ରହିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ପୁନଶ୍ଚ ଚର୍ଚ୍ଚାକୁ ଆସିଛି।
ଜେନିଫର ଆନେ ଡୁଡ୍‌ନା ୧୯ ଫେବୃୟାରୀ ୧୯୬୪ରେ ଓ୍ବାଶିଂଟନ୍‌ ଡିସିରେ ଜନ୍ମଗ୍ରହଣ କରିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ସେ ପିଲାବେଳୁ ଆକର୍ଷିତ ଥିଲେ। ପ୍ରକୃତିର ରହସ୍ୟ ଜାଣିବା ପାଇଁ ଅନୁସନ୍ଧିତ୍ସୁ ହୋଇପଡ଼ିଥିଲେ। ପିତା ଇଂଲିଶ ସାହିତ୍ୟର ଗବେଷକ ଓ ମାତା ଶିକ୍ଷା ବିଷୟରେ ସ୍ନାତକୋତ୍ତର କରିଥିଲେ। ଫଳରେ ଜେନିଫର ସର୍ବଦା ଏକ ପଢ଼ା ପରିବେଶରେ ବଢ଼ିଥିଲେ। ଯେତେବେଳେ ସେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲେ ପିତା ତାଙ୍କୁ ଜେମ୍ସ ଓ୍ବାଟସନ୍‌ଙ୍କ ‘ଡବଲ୍‌ ହେଲିକ୍ସ’ ପୁସ୍ତକ ପଢ଼ିବାକୁ ଦେଇଥିଲେ। ସେହି ପୁସ୍ତକ ଡିଏନ୍‌ଏ (ଡିଓକ୍ସିରାଇବୋନ୍ୟୁକ୍ଲିକ୍‌ ଏସିଡ୍‌) ଗଠନର ଆବିଷ୍କାର ଉପରେ କେନ୍ଦ୍ରିତ ଥିଲା। ଏହା ପଢ଼ିବା ପରେ ସେ ବିଜ୍ଞାନ ପ୍ରତି ଅଧିକ ଆଗ୍ରହ ଦେଖାଇଥିଲେ। ହାଇସ୍କୁଲ ପଢ଼ିଲା ବେଳେ ତାଙ୍କୁ ରସାୟନ ବିଜ୍ଞାନ ଆକୃଷ୍ଟ କରିଥିଲା। ସେବେଠାରୁ ସେ ସେହି ବିଷୟରେ ଗବେଷଣା କରିଚାଲିଲେ। କାଲିଫର୍ନିଆସ୍ଥିତ ପୋମୋନା କଲେଜ୍‌ ଇନ୍‌ କ୍ଲାରେମୋଣ୍ଟରେ ବାୟୋକେମିଷ୍ଟ୍ରି ପଢ଼ା ଶେଷ କରିବା ପରେ ସେ ହାର୍ଭାର୍ଡ ମେଡିକାଲ ସ୍କୁଲରେ ଗବେଷଣା କରିବା ଲାଗି ଭର୍ତ୍ତି ହୋଇଥିଲେ। ୧୯୮୯ରେ ବାୟୋକେମିଷ୍ଟ୍ରି ଆଣ୍ଡ୍‌ ମଲିକ୍ୟୁଲାର ଫାର୍ମାକୋଲୋଜିରେ ପିଏଚ୍‌.ଡି କରିଥିଲେ। ଏହା ପରେ ଜେନିଫର ମାସାଚ୍ୟୁସେଟ୍‌ସ ଜେନେରାଲ ହସ୍ପିଟାଲ ଏବଂ ହାର୍ଭାର୍ଡ ମେଡିକାଲ ସ୍କୁଲରେ ଜେନେଟିକ୍ସ ଉପରେ ଅଧିକ ଗବେଷଣା କରି ଫେଲୋଶିପ୍‌ ଅର୍ଜନ କରିଥିଲେ। ୨୦୦୨ରେ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆରେ ବୟୋକେମିଷ୍ଟ୍ରି ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ପ୍ରଫେସର ଭାବେ ଯୋଗ ଦେଇଥିଲେ। ସେତେବେଳେ ସେଠାରେ ତାଙ୍କ ସ୍ବାମୀ ଜାମି କାଟେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ। ୨୦୦୯ରେ ଅଧ୍ୟାପନାରୁ ସାମୟିକ ବିରତି ନେଇ ଜେନ୍‌ଟେକ୍‌ ଉପରେ ଜେନିଫର ଅଧିକ ଗବେଷଣା କରିବାକୁ ମନୋନିବେଶ କରିଥିଲେ। ହେଲେ ଦୁଇ ମାସ ପରେ ସେ ପୁଣି ୟୁନିଭର୍ସିଟିକୁ ଫେରିଆସିଥିଲେ। ଏଭଳି ଦୋଦୁଲ୍ୟମାନ ଅବସ୍ଥା କିଛିଦିନ ଗଲେ ପରେ ସେ ପୁଣି ଜିନୋମ ଗବେଷଣାରେ ଲାଗି ପଡ଼ିଲେ। ଆରମ୍ଭ ହେଲା ଜିନୋମ୍‌ ଏଡିଟିଂ।
ଉଲ୍ଲେଖଯୋଗ୍ୟ ଯେ, କୌଣସି ଜୀବର ଡିଏନ୍‌ଏ ପରିବର୍ତ୍ତନ କରିବାର ଜ୍ଞାନକୌଶଳପୁଞ୍ଜ ହେଉଛି ଜିନୋମ୍‌ ଏଡିଟିଂ। ବଂଶାନୁକ୍ରମିକ ରୋଗ ବା ଦୁରାରୋଗ୍ୟ ଆଦିର ପ୍ରତିକାର ସକାଶେ ଜିନୋମ୍‌ ଏଡିଟିଂ ବେଳେ ଜେନେଟିକ୍‌ ଉପାଦାନରେ ପରିବର୍ତ୍ତନ କରାଯାଇଥାଏ। ଏହି ପ୍ରକ୍ରିୟାରେ ଜେନେଟିକ୍‌ ଉପାଦାନ ମିଶାଇବା ବା ବାହାର କରିବା କିମ୍ବା ସେଗୁଡ଼ିକ ମଧ୍ୟରେ ସ୍ଥାନ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ସେହି ପ୍ରଯୁକ୍ତି ମଧ୍ୟରୁ ସଦ୍ୟତମ ଉଦ୍ଭାବନ ହେଉଛି କ୍ରିସ୍‌ପର କାସ୍‌୯। ଅଦ୍ୟାବଧି ଜିନୋମ କ୍ଷେତ୍ରରେ କରାଯାଇଥିବା ଏଡିଟିଂଠାରୁ ଏହା କମ୍‌ ଖର୍ଚ୍ଚରେ ଅତ୍ୟନ୍ତ ଦ୍ରୁତ ଓ ପରିଶୁଦ୍ଧ ପଦ୍ଧତି ପାଲଟିପାରିଥିବାରୁ ସବୁଆଡ଼େ ଏବେ କ୍ରିସ୍‌ପର କାସ୍‌୯ ବିଷୟରେ ଆଲୋଚନା ହେଉଛି। ଫଳରେ ଜେନିଫର ଏବେ ଜଣେ ବୈଜ୍ଞାନିକ ତଥା ମହିଳା ଉଦ୍ୟୋଗୀ ଭାବେ ବିଶ୍ୱର ଯୁବପିଢ଼ିଙ୍କ ପାଇଁ ଜିନୋମ୍‌ର ନୂଆ ଜନନୀ ପାଲଟି ଯାଇଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri