ଜାତୀୟ ଉଦ୍ୟାନ ମ୍ୟାପ୍‌ରେ ଭିତରକନିକା ନାହିଁ

ଅସମାପିକା ସାହୁ
ଭୁବନେଶ୍ୱର, ୨୩।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପିଲାଙ୍କୁ ଭୁଲ୍‌ ପାଠ ପଢ଼ାଉଛି। ସିବିଏସ୍‌ଇ ନିଜ ସ୍କୁଲଗୁଡ଼ିକରେ ଏନ୍‌ସିଇଆର୍‌ଟି ବହି ପଢ଼ାଇବାକୁ ପ୍ରାଧାନ୍ୟ ଦେଇଥାଏ। କିନ୍ତୁ ଏନ୍‌ସିଇଆର୍‌ଟି ତରଫରୁ ପ୍ରଣୀତ ନବମ ଶ୍ରେଣୀ ବହିରେ ଏକ ତ୍ରୁଟି ପରିଲକ୍ଷିତ ହୋଇଛି। ସାମାଜିକ ବିଜ୍ଞାନ ବହି ‘ସୋସିଆଲ ସାଇନ୍ସ କଣ୍ଟେମ୍ପୋରାରି ଇଣ୍ଡିଆ-୧’ର ପଞ୍ଚମ ଅଧ୍ୟାୟରେ ଦିଆଯାଇଥିବା ୱାଇଲ୍ଡ ଲାଇଫ୍‌ ରିଜର୍ଭ ମ୍ୟାପରେ ଶିମିଳିପାଳକୁ ନ୍ୟାଶନାଲ ପାର୍କ (ଜାତୀୟ ଉଦ୍ୟାନ) ବୋଲି ଚିହ୍ନଟ କରାଯାଇଛି। ହେଲେ ଓଡ଼ିଶାର ଏକମାତ୍ର ନ୍ୟାଶନାଲ ପାର୍କ ଭିତରକନିକାର ନାମ ନାହିଁ। ଏଭଳି ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
ସୂଚନାଯୋଗ୍ୟ, ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର, ଅହିରାଜ ସାପ, ବର୍ମିଜ ଅଜଗର, ୱାଟର ମନିଟର ଆଦିଙ୍କ ସହିତ ଅନ୍ୟାନ୍ୟ ବନ୍ୟପ୍ରାଣୀ ରହିଛନ୍ତି। କେବଳ ସେତିକି ନୁହେଁ ନାନା ଜାତିର ହେନ୍ତାଳ ବଣ ଏବଂ ଅନ୍ୟାନ୍ୟ ଉଦ୍ଭିଦକୁ ନେଇ ଭିତରକନିକା ସାରା ପୃଥିବୀରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ୧୯୯୮ ମସିହାରୁ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ତରଫରୁ ଭିତରକନିକା ଜାତୀୟ ଉଦ୍ୟାନ ବୋଲି ନୋଟିଫିକେଶନ ଜାରି କରାଯାଇଥିଲା। ଏହାର ୨୪ ବର୍ଷ ପରେ ମଧ୍ୟ ଏନ୍‌ସିଇଆର୍‌ଟି ପ୍ରଣୀତ ବହିରେ ଭାରତ ମ୍ୟାପ୍‌ରେ ଭିତରକନିକା ଜାତୀୟ ଉଦ୍ୟାନ ସ୍ଥାନ ନ ପାଇବା ଦୁର୍ଭାଗ୍ୟଜନକ ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଉକ୍ତ ବହିର ତ୍ରୁଟିକୁ ତୁରନ୍ତ ସୁଧାରିବା ନିମନ୍ତେ ଉପଯୁକ୍ତ ସ୍ତରରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ ମାଧ୍ୟମରେ ଶୁଭେନ୍ଦୁ ପତ୍ର ଲେଖିଛନ୍ତି। ଏହାର ନକଲ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଏବଂ ସିବିଏସ୍‌ଇ ଚେୟାରମ୍ୟାନ୍‌ଙ୍କ ନିକଟକୁ ପଠାଇଛନ୍ତି। ଶୁଭେନ୍ଦୁ କହିଛନ୍ତି, ଶିମିଳିପାଳ ଭିତରେ କିଛି ଜନବସତି ରହିଯାଇଥିବାରୁ, ତାହାକୁ ନ୍ୟାଶନାଲ ପାର୍କ ମାନ୍ୟତା ଦିଆଯାଇପାରୁନାହିଁ। ତାହା ମଧ୍ୟ ଏନ୍‌ସିଇଆର୍‌ଟି ବହିର ଆଉ ଏକ ଭୁଲ୍‌। ତେଣୁ ଆସନ୍ତା ଶିକ୍ଷାବର୍ଷରୁ ଯେପରି ନୂଆ ବହିରେ ଠିକ୍‌ ତଥ୍ୟ ରହିବ, ସେଥିପାଇଁ ରାଜ୍ୟ ସରକାର ଉଭୟ ସିବିଏସ୍‌ଇ ଏବଂ ଏନ୍‌ସିଇଆର୍‌ଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଆବଶ୍ୟକ। ଏଠାରେ

ଉଲ୍ଲେଖଯୋଗ୍ୟ, ଶିମିଳିପାଳକୁ ବାୟୋସ୍ଫିୟର ରିଜର୍ଭ ଭାବେ ମାନ୍ୟତା ଦିଆଯାଇଛି। ତେଣୁ ଆସନ୍ତା ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଭିତରକନିକା ଓ ଶିମିଳିପାଳ ସମ୍ପର୍କିତ ଭୁଲ୍‌ ତଥ୍ୟ ଉତ୍ତର ଦେବା ଭଳି ପ୍ରଶ୍ନ ନ ପଚାରିବାକୁ ଶୁଭେନ୍ଦୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri