ଜାତୀୟ ଉଦ୍ୟାନ ମ୍ୟାପ୍‌ରେ ଭିତରକନିକା ନାହିଁ

ଅସମାପିକା ସାହୁ
ଭୁବନେଶ୍ୱର, ୨୩।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପିଲାଙ୍କୁ ଭୁଲ୍‌ ପାଠ ପଢ଼ାଉଛି। ସିବିଏସ୍‌ଇ ନିଜ ସ୍କୁଲଗୁଡ଼ିକରେ ଏନ୍‌ସିଇଆର୍‌ଟି ବହି ପଢ଼ାଇବାକୁ ପ୍ରାଧାନ୍ୟ ଦେଇଥାଏ। କିନ୍ତୁ ଏନ୍‌ସିଇଆର୍‌ଟି ତରଫରୁ ପ୍ରଣୀତ ନବମ ଶ୍ରେଣୀ ବହିରେ ଏକ ତ୍ରୁଟି ପରିଲକ୍ଷିତ ହୋଇଛି। ସାମାଜିକ ବିଜ୍ଞାନ ବହି ‘ସୋସିଆଲ ସାଇନ୍ସ କଣ୍ଟେମ୍ପୋରାରି ଇଣ୍ଡିଆ-୧’ର ପଞ୍ଚମ ଅଧ୍ୟାୟରେ ଦିଆଯାଇଥିବା ୱାଇଲ୍ଡ ଲାଇଫ୍‌ ରିଜର୍ଭ ମ୍ୟାପରେ ଶିମିଳିପାଳକୁ ନ୍ୟାଶନାଲ ପାର୍କ (ଜାତୀୟ ଉଦ୍ୟାନ) ବୋଲି ଚିହ୍ନଟ କରାଯାଇଛି। ହେଲେ ଓଡ଼ିଶାର ଏକମାତ୍ର ନ୍ୟାଶନାଲ ପାର୍କ ଭିତରକନିକାର ନାମ ନାହିଁ। ଏଭଳି ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
ସୂଚନାଯୋଗ୍ୟ, ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର, ଅହିରାଜ ସାପ, ବର୍ମିଜ ଅଜଗର, ୱାଟର ମନିଟର ଆଦିଙ୍କ ସହିତ ଅନ୍ୟାନ୍ୟ ବନ୍ୟପ୍ରାଣୀ ରହିଛନ୍ତି। କେବଳ ସେତିକି ନୁହେଁ ନାନା ଜାତିର ହେନ୍ତାଳ ବଣ ଏବଂ ଅନ୍ୟାନ୍ୟ ଉଦ୍ଭିଦକୁ ନେଇ ଭିତରକନିକା ସାରା ପୃଥିବୀରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ୧୯୯୮ ମସିହାରୁ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ତରଫରୁ ଭିତରକନିକା ଜାତୀୟ ଉଦ୍ୟାନ ବୋଲି ନୋଟିଫିକେଶନ ଜାରି କରାଯାଇଥିଲା। ଏହାର ୨୪ ବର୍ଷ ପରେ ମଧ୍ୟ ଏନ୍‌ସିଇଆର୍‌ଟି ପ୍ରଣୀତ ବହିରେ ଭାରତ ମ୍ୟାପ୍‌ରେ ଭିତରକନିକା ଜାତୀୟ ଉଦ୍ୟାନ ସ୍ଥାନ ନ ପାଇବା ଦୁର୍ଭାଗ୍ୟଜନକ ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଉକ୍ତ ବହିର ତ୍ରୁଟିକୁ ତୁରନ୍ତ ସୁଧାରିବା ନିମନ୍ତେ ଉପଯୁକ୍ତ ସ୍ତରରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ ମାଧ୍ୟମରେ ଶୁଭେନ୍ଦୁ ପତ୍ର ଲେଖିଛନ୍ତି। ଏହାର ନକଲ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଏବଂ ସିବିଏସ୍‌ଇ ଚେୟାରମ୍ୟାନ୍‌ଙ୍କ ନିକଟକୁ ପଠାଇଛନ୍ତି। ଶୁଭେନ୍ଦୁ କହିଛନ୍ତି, ଶିମିଳିପାଳ ଭିତରେ କିଛି ଜନବସତି ରହିଯାଇଥିବାରୁ, ତାହାକୁ ନ୍ୟାଶନାଲ ପାର୍କ ମାନ୍ୟତା ଦିଆଯାଇପାରୁନାହିଁ। ତାହା ମଧ୍ୟ ଏନ୍‌ସିଇଆର୍‌ଟି ବହିର ଆଉ ଏକ ଭୁଲ୍‌। ତେଣୁ ଆସନ୍ତା ଶିକ୍ଷାବର୍ଷରୁ ଯେପରି ନୂଆ ବହିରେ ଠିକ୍‌ ତଥ୍ୟ ରହିବ, ସେଥିପାଇଁ ରାଜ୍ୟ ସରକାର ଉଭୟ ସିବିଏସ୍‌ଇ ଏବଂ ଏନ୍‌ସିଇଆର୍‌ଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଆବଶ୍ୟକ। ଏଠାରେ

ଉଲ୍ଲେଖଯୋଗ୍ୟ, ଶିମିଳିପାଳକୁ ବାୟୋସ୍ଫିୟର ରିଜର୍ଭ ଭାବେ ମାନ୍ୟତା ଦିଆଯାଇଛି। ତେଣୁ ଆସନ୍ତା ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଭିତରକନିକା ଓ ଶିମିଳିପାଳ ସମ୍ପର୍କିତ ଭୁଲ୍‌ ତଥ୍ୟ ଉତ୍ତର ଦେବା ଭଳି ପ୍ରଶ୍ନ ନ ପଚାରିବାକୁ ଶୁଭେନ୍ଦୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri