ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ଜାତୀୟ ପତାକା

ନନ୍ଦାହାଣ୍ଡି,୧୬।୧୦,(ଡି.ଏନ.ଏ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକାକୁ ଅସମ୍ମାନ। ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶିଢ଼ି ତଳେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି କେତେଗୁଡିଏ ଜାତୀୟ ପତାକା। ଏହା ଉପରେ ପାନଛେପ ଆଦି ପଡିଛି। କିନ୍ତୁ ବିଡମ୍ବନାର ବିଷୟ ଯେ କୌଣସି ଅଧିକାରୀଙ୍କର ଏ ଦିଗରେ ନଜର ନାହିଁ।
ଉକ୍ତ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଏବ ବ୍ୟାନର ପଡିଥିଲା। ଯାହା ଉପରେ ପାନଛେପ ଓ ଅନ୍ୟ ଅଳିଆ ପଡିଥିଲା। ଏହା ଦେଖି କେତେଜଣ ବିରୋଧ କରିବାରୁ ତାହାକୁ ବ୍ଲକ ପ୍ର୍ରଶାସନ ପକ୍ଷରୁ ହଟାଯାଇଥିଲା। ଏହି ପୋଷ୍ଟର ହଟାଯିବା ପରେ ଏହାତଳୁ ଏକାଧିକ ଜାତୀୟ ପତାକା ମିଳିଥିଲା। କିଛିଦିନ ତଳେ ବ୍ଲକ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଜାତୀୟ ପତାକା ଏପରି ପରିତ୍ୟକ୍ତଭାବେ ପଡିଥିବା କାହାରି ନଜରରେ କିପରି ଆସି ନ ଥିଲା ସେ ନେଇ ପ୍ରଶ୍ନ ଉଠିଛି। ଏ ନେଇ ବିଡିଓ ଶିବଶଙ୍କର ମୁର୍ମୁଙ୍କୁ ପଚାରିବାରୁ ଜାତୀୟ ପତାକା କିପରି ଏଠାକୁ ଆସିଲା ସେ ବିଷୟରେ କୌଣସି ଧାରଣା ନାହିଁ। ଏହାର ତଦନ୍ତ କରାଯିବ। ଘଟଣା ବିଷୟରେ ଜାଣିବାପରେ କର୍ମଚାରୀଙ୍କୁ କହି ଜାତୀୟ ପତାକାକୁ ସେଠାରୁ ହଟାଯାଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଗୁଡିକରେ କିଛି ସ୍କୁଲର ୟୁଡାଇସ କୋଡ୍‌ ଉଲ୍ଲେଖ ଥିଲା। ତେଣୁ ଏ ନେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ବେହେରାଙ୍କୁ ପଚାରିବାରୁ ସେ ଏ ବିଷୟ ଅଜ୍ଞ ଅଛନ୍ତି ବୋଲି କହିଛନ୍ତି। ଜାତୀୟ ପତାକା ଓ ମୁଖ୍ୟମନ୍ତ୍ରୀଙ୍କ ଏହି ବ୍ୟାନର ସବୁ କେଉଁଠାରୁ ଆସିଲା ତାହାର ତଦନ୍ତ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ଓହରିଲେ ୪ ବାର୍‌ ଆସୋସିଏଶନ

କଟକ ଅଫିସ,୨୭।୧: ପଶ୍ଚିମ ଓଡ଼ିଶାର ୪ ବାର୍‌ ଆସୋସିଏଶନ ବିଧିବଦ୍ଧ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଯାଇଛନ୍ତି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା...

ହାତୀର ଗଳିତ ମୃତଦେହ ଉଦ୍ଧାର

ବନ୍ତଳା, ୧୧ା୫(ଡି.ଏନ.ଏ.)-ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ବିଟ୍‌ ପଣସ ତଇଳାରେ ଶୁକ୍ରବାର ଅପରାହ୍ନରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି।...

ବାପଘରୁ ଫେରିଲେ ମହାଲକ୍ଷ୍ମୀ: ଶ୍ରୀମନ୍ଦିରରେ ବୁଧବାର ମକର ନୀତି

ପୁରୀ ଅଫିସ, ୧୪ା୧: ଶ୍ରୀମନ୍ଦିରରେ ମଙ୍ଗଳବାର ନବାଙ୍କ ନୀତି ଶେଷ ହୋଇଛି। ବୁଧବାର ବଡ଼ଦେଉଳରେ ମକର ସଂକ୍ରାନ୍ତି ନୀତି ପାଳନ ହେବ। ତିନିଠାକୁରଙ୍କୁ ମକର ଚୂଳ...

୩ ଇଞ୍ଜେକ୍ସନ ଦେବାରୁ ୨ ମାସର ଶିଶୁ ମୃତ

ଦଶମନ୍ତପୁର, ୨୭।୧୦(ଡି.ଏନ.ଏ.): ଏକା ସାଙ୍ଗରେ ୩ଟି ଇଞ୍ଜେକ୍ସନ ଦେବାରୁ ଏକ ୨ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ପରିବାର...

ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା

ଆସିକା,୧୨ା୪(ଡି.ଏନ୍‌.ଏ.): କରୋନା ରୋକିବା ପାଇଁ ଜନସାଧାରଣ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶନିବାର ଆସିକା ଏନଏସି ଅଞ୍ଚଳରେ ତହସିଲଦାର ସଦାନନ୍ଦ ସେଠୀ, ଏନଏସି...

ତାରାତାରିଣୀ ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତି ପୀଠ ତଥା ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି। ଏ ନେଇ ଗଞ୍ଜାମ...

ଶ୍ୱଶୁର ଘରେ ବେଡସିଟ୍‌ ବାନ୍ଧି ଫ୍ୟାନ୍‌ ହୁକରେ ଝୁଲିପଡ଼ିଲେ ଡାକ୍ତର ଜ୍ୱାଇଁ

ବ୍ରହ୍ମପୁର,୪ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗରରେ ରବିବାର ରାତିରେ ଜଣେ ଡାକ୍ତର ତାଙ୍କ ଶ୍ୱଶୁର ଘରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ...

ଅର୍ଥ ନିଗମକୁ ଚୂନ ଲଗାଇଲେ ଶିଳ୍ପପତି

ସମ୍ବଲପୁର,୧୩ା୧୦(ବ୍ୟୁରୋ): ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ସରକାର ଅର୍ଥ ନିଗମ ଖୋଲିଥିଲେ। ସେ ସମୟରେ ରାଜନେତା, ପ୍ରତିଷ୍ଠିତ ବ୍ୟବସାୟୀ...

Advertisement
Archives

Model This Week