ଖୁବ୍‌ଶୀଘ୍ର ପିସିସି ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ପରିବର୍ତ୍ତନ ନେଇ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅନୁମତି ଦେବାପରେ ରାଜ୍ୟ ପ୍ରଭାରୀ ଡ. ଏ. ଚେଲ୍ଲାକୁମାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥିପାଇଁ ସେ ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି। ଏଆଇସିସି ନେତା ରାହୁଲ ଗାନ୍ଧୀ ଚଳିତ ମାସ ଚତୁର୍ଥ ସପ୍ତାହରେ ବିଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଏହା ପୂର୍ବରୁ ପିସିସି ସଭାପତି ଚୟନ ପ୍ରକ୍ରିୟା ସାରିବାକୁ ଆଦେଶ ରହିଛି। ଏଣୁ ଅତିଶୀଘ୍ର ନୂତନ ପିସିସି ସଭାପତିଙ୍କ ନାମ ଘୋଷଣା କରାଯିବା ନେଇ ଚିତ୍ର ସ୍ପଷ୍ଟ ହୋଇଛି।
ପିସିସି ସଭାପତି ପରିବର୍ତ୍ତନ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ପ୍ରଭାରୀ ଚେଲ୍ଲାକୁମାର ରାଜ୍ୟର ପ୍ରାୟ ସମସ୍ତ ବରିଷ୍ଠ ନେତାଙ୍କ ସହିତ ଏହି ବିଷୟରେ ପ୍ରାରମ୍ଭିକ ଆଲୋଚନା କରିସାରିଛନ୍ତି। ତେବେ ଆଗାମୀ ଗସ୍ତ ସମୟରେ ସେ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ମୁହାମୁହିଁ ଆଲୋଚନା କରିବେ। ତେବେ ସମସ୍ତଙ୍କ ସହମତିରେ ଯିଏ ଉଭୟ ରାଜ୍ୟବାସୀ ଓ କର୍ମୀଙ୍କ ଗ୍ରହଣୀୟ ହେବ ତାଙ୍କୁ ହିଁ ସଭାପତି ପଦ ପାଇଁ ଚୂଡ଼ାନ୍ତ କରାଯିବ ବୋଲି ଶୁକ୍ରବାର ପ୍ରଭାରୀ ଚେଲ୍ଲାକୁମାର ସୂଚନା ଦେଇଥିଲେ। ଅପରପକ୍ଷରେ ପିସିସି ସଭାପତି ପଦ ପାଇଁ କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ କରାଯିବାକୁ ନେଇ ବିଧାୟକମାନେ ଦାବି କରି ଆସୁଛନ୍ତି। ନିର୍ବାଚିତ ନେତୃବୃନ୍ଦଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ୱ ପ୍ରଦାନ କଲେ ଦଳରେ ନେତୃତ୍ୱ ଓ ଜନସାଧାରଣଙ୍କ ମଧ୍ୟରେ ଗ୍ରହଣୀୟତା ବୃଦ୍ଧି ପାଇବ ବୋଲି ଯୁକ୍ତି ରଖିଛନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଶରତ ପଟ୍ଟନାୟକ ଏହି ପଦବୀ ଦୌଡ଼ରୁ ନିଜକୁ ଦୂରରେ ରଖିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତରଣ ଦାସ କିମ୍ବା ବିଧାୟକଙ୍କ ମଧ୍ୟରୁ ହିଁ ପିସିସି ସଭାପତି ହେବେ ବୋଲି ଦଳୀୟ ମହଲରୁ ଶୁଣିବାକୁ ମିଳିୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?