ଖୋଲୁନି ମୂର୍ତ୍ତି ଚୋରି ରହସ୍ୟ

ଢେଙ୍କାନାଳ ଅଫିସ, ୧୨।୫: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ବିଜେସ୍ଥଳୀ କପିଳାସରୁ ୨୦୧୬ରେ ଚୋରି ହୋଇଯାଇଥିଲା ଦ୍ୱାଦଶ ଶତାବ୍ଦୀର ୩ ଦେବଦେବୀଙ୍କ ବିରଳ ମୂର୍ତ୍ତି। ଇତିମଧ୍ୟରେ ଏହି ଘଟଣାକୁ ଦୀର୍ଘ ୬ବର୍ଷ ବିତିଗଲାଣି। ହେଲେ ମୂର୍ତ୍ତି ଚୋରି ସମ୍ପର୍କିତ ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ। ଜିଲା ପ୍ରଶାସନ, ଦେବୋତ୍ତର ବିଭାଗ ଏବଂ ପୋଲିସ ପକ୍ଷରୁ ମୂର୍ତ୍ତି ଖୋଜିବା ଲାଗି ତତ୍ପରତା ଦେଖିବାକୁ ମିଳୁନାହିଁ। ଏଭଳି ଏକ ଚର୍ଚ୍ଚିତ ଘଟଣାର ତଦନ୍ତରେ ଶିଥିଳତା ଦେଖାଦେଇଥିବାବେଳେ ଜିଲାବାସୀ ଅନ୍ଧାରରେ ରହିଛନ୍ତି।
୨୦୧୬ କାର୍ତ୍ତିକ ପୂର୍ଣ୍ଣିମା ରାତିରେ ଦୁର୍ବୃତ୍ତମାନେ କପିଳାସ ପୀଠରୁ ୧୨୪୦ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ଶ୍ରୀଗଣେଶ, ଶ୍ରୀଦୁର୍ଗା ଏବଂ ଶ୍ରୀଭୈରବଙ୍କ ମୂର୍ତ୍ତି ଚୋରାଇ ନେଇଥିଲେ। ସ୍ଥାନୀୟ ଅଞ୍ଚଳର ଅସାମାଜିକମାନେ ଏଭଳି କାଣ୍ଡ ଭିଆଇଥିବା ପ୍ରଥମରେ ସନ୍ଦେହ କରାଯାଉଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ବାହାର ଅପରାଧୀଙ୍କ ଏଥିରେ ଲିଙ୍କ୍‌ ଥିବା ଅନୁମାନ କରାଯାଇଥିଲା। ମୂର୍ତ୍ତି ଚୋରି ପରେ ପୋଲିସ ଓ ଦେବୋତ୍ତର ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ତତ୍ପରତା କିଛିଦିନ ପରେ ଶିଥିଳ ପଡ଼ିଯାଇଛି। ଇତିମଧ୍ୟରେ ଘଟଣାର ତଦନ୍ତ କରୁଥିବା ଡିଏସ୍‌ପିସ୍ତରୀୟ ପୋଲିସ ଅଧିକାରୀଙ୍କ ମଧ୍ୟରୁ ଅନେକେ ଅବସର ଗ୍ରହଣ କରିସାରିଲେଣି। ତଥାପି ମୂର୍ତ୍ତି ଚୋରି ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ। ଏପରି କି ଏ ଦିଗରେ ରାଜ୍ୟ ସରକାର କିମ୍ବା ପୋଲିସ ବିଭାଗର ପଦସ୍ଥ ଅଧିକାରୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ନ ପାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପଟେ ଘଟଣାର ବର୍ଷକ ପରେ ଦେବୋତ୍ତର ବିଭାଗ ଉପଦେଷ୍ଟାମଣ୍ଡଳୀ ବୈଠକର ନିଷ୍ପତ୍ତି ଅନୁଯାୟୀ ଚୋରି ହୋଇଥିବା ମୂର୍ତ୍ତିର ଫଟୋଚିତ୍ର ଆଧାରରେ ମୟୂରଭଞ୍ଜ ଜିଲା ଖିଚିଂରୁ ଅବିକଳ ୩ଟି ମୂର୍ତ୍ତି ନିର୍ମାଣ କରି ଅଣାଯାଇଥିଲା। ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂଦେଓଙ୍କ ଉପସ୍ଥିତିରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଏହାକୁ ନୀତି ଅନୁଯାୟୀ ପ୍ରତିଷ୍ଠା କରାଯାଇଥିଲା। ତେବେ ପୁରାତନ ମୂର୍ତ୍ତି ସମ୍ପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିନାହିଁ। ଏ ସଂକ୍ରାନ୍ତରେ ଦେବୋତ୍ତର ବିଭାଗ ଟ୍ରଷ୍ଟି ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଏ ସଂକ୍ରାନ୍ତରେ ସେ ଜାଣି ନ ଥିଲେ। ପୋଲିସ ବିଭାଗ ସହିତ ଆଲୋଚନା କରାଯିବା ପରେ ଯାହା କିଛି କହିହେବ। ଏସ୍‌ପି ଏଲ୍‌. ଦିବ୍ୟା ଭି. କୁହନ୍ତି, ଘଟଣା ବିଷୟରେ ତାଙ୍କ ନିକଟରେ ସୂଚନା ନାହିଁ। ଏ ସମ୍ପର୍କରେ ଅନୁଧ୍ୟାନ କରିବାକୁ ପଡ଼ିବ।

ସୂକ୍ଷ୍ମ କାରୁକାର୍ଯ୍ୟ ଉଚ୍ଚକୋଟୀର ଥିଲା
କପିଳାସ ପୀଠରୁ ଚୋରି ହୋଇଥିବା ମୂର୍ତ୍ତିର ସୂକ୍ଷ୍ମ କାରୁକାର୍ଯ୍ୟ ଉଚ୍ଚକୋଟୀର ଥିଲା। ସ୍ଥାୟୀ ଜିମାଦାର ନ ରହିବା ଏବଂ ଦେବୋତ୍ତର ବିଭାଗର ଦାୟିତ୍ୱହୀନତା ଯୋଗୁ ଏଭଳି ବିରଳ ମୂର୍ତ୍ତି ଚୋରି ହୋଇଗଲା। ଖିଚିଂରୁ ଆସିଥିବା ମୂର୍ତ୍ତିର କାରୁକାର୍ଯ୍ୟ ପ୍ରାଚୀନ ମୂର୍ତ୍ତି ଭଳି ହୋଇନାହିଁ ା
-ଦେବବ୍ରତ ପଟ୍ଟନାୟକ, ଦେବୋତ୍ତର ବିଭାଗ ଉପଦେଷ୍ଟା

ତତ୍ପରତା ପ୍ରକାଶ ପାଉନାହିଁ
ଜିଲାବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉ ମହାଦେବଙ୍କ ପୀଠରୁ ପ୍ରାଚୀନ ଗଣେଶ, ଦୁର୍ଗା ଏବଂ ଭୈରବ ମୂର୍ତ୍ତି ଚୋରି ହେବା ଅତ୍ୟନ୍ତ ଦୁଃଖଦାୟକ। ଏହାକୁ ଉଦ୍ଧାର କରିବା ଲାଗି ଦେବୋତ୍ତର ବିଭାଗ କିମ୍ବା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ।
-ଶଶିମୌଳି ରଥ, ମୁକ୍ତାଦେଈପୁର ଶାସନ ମହାଜନ ମହାସଭା ସଭାପତି

ଇଚ୍ଛାଶକ୍ତିର ଅଭାବରୁ ତଦନ୍ତ ଶିଥିଳ
କପିଳାସ ମୂର୍ତ୍ତି ଚୋରି ଘଟଣାକୁ ୬ବର୍ଷ ବିତିବା ପରେ ମଧ୍ୟ ଏହାର ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ। ଦେବୋତ୍ତର ବିଭାଗ ଓ ପୋଲିସ ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ଯୋଗୁ ତଦନ୍ତ ଶିଥିଳ ପଡ଼ିଯାଇଛି। ଏହି ମାମଲାର ଫାଇଲ ଖୋଲି ପୁଣିଥରେ ଏହାର ବିଧିବଦ୍ଧ ତଦନ୍ତ କରାଯାଉ ା
-ଶିବସାଇ ମହାପାତ୍ର, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri