Posted inଜାତୀୟ

ଚଳନ୍ତା ସ୍କର୍ପିଓରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଡ୍ରାଇଭର

ରାଞ୍ଚି,୧୭।୨: ଝାଡ଼ଖଣ୍ଡର ଜାମସେଦପୁର ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସୋନାରୀ ଥାନା ଅନ୍ତର୍ଗତ ମେରାଇନ ଡ୍ରାଇଭ୍‌ସ୍ଥିତ ବାର୍‌ ନିକଟରେ ମଙ୍ଗଳବାର ରାତିରେ ଏହି ଘଟଣାଟି ଘଟିଛି। ରାସ୍ତାରେ ଯାଉଥିବା ଏକ ସ୍କର୍ପିଓରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁର ଭୟାବହତା ଏତେ ଥିଲା ଯେ, ଡ୍ରାଇଭର ଏଥିରୁ ବାହାରି ପାରିଲେ ନାହିଁ। ଫଳରେ ଜିଅନ୍ତା ଜଳିଗଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ଉପସ୍ଥିତିରେ ଗାଡ଼ିର ଝରକା ଭାଙ୍ଗି ମୃତଦେହ ଜବତ କରାଯାଇଛି। ଏହା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଗାଡ଼ିଟି ପୋଟକା ଥାନାର ଜୁଡ଼ି ଗାଁର। ଏହା ରାଞ୍ଚିରୁ ଆସୁଥିଲା। ପୋଲିସ ପୂରା ଘଟଣାର ତଦନ୍ତ କରୁଛି। ତେବେ ଗାଡ଼ିରେ କିପରି ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେତ୍ରୀୟ ଅଖଣ୍ଡତା-ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଆବଶ୍ୟକ: ଜୟ ଶଙ୍କର

ନୂଆଦିଲ୍ଲୀ,୧୫।୧୧: କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଦ୍ୱାରା ଦେଶ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରିବ। ସେହିପରି ଅନ୍ତର୍ଜାତୀୟ ଆଇନର ପାଳନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ...

ପୋଲିଓ ବୁନ୍ଦା ବଦଳରେ ୧୨ ଶିଶୁଙ୍କ ପାଟିରେ ଦିଆଗଲା ସାନିଟାଇଜର

ୟାଭଟାମାଲ,୨।୨: ମହାରାଷ୍ଟ୍ରର ୟାଭଟାମାଲ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୫ ବର୍ଷରୁ କମ୍‌ ବୟସ୍କ ୧୨ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା...

ବ୍ରେକ୍‌ଅପ୍‌ ହେବାରୁ ପ୍ରେମିକାଙ୍କ ସାନ ଭଉଣୀ ପ୍ରତି ଏମିତି ପ୍ରତିଶୋଧ ନେଲେ ପ୍ରେମିକ

ନୂଆଦିଲ୍ଲୀ,୪ା୯: ଫେକ୍‌ ପ୍ରୋଫାଇଲ୍‌ ବା ନକଲି ପ୍ରୋଫାଇଲ୍‌ କରି ଜଣେ ଝିଅକୁ ବଦ୍‌ନାମ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ଦିଲ୍ଲୀ ପୋଲିସର...

ଆଇଏସ ସହ ସମ୍ପର୍କ: ୩ ସନ୍ଦିଗ୍ଧଙ୍କୁ ଏନଆଇଏର ଜେରା

ନୂଆଦିଲ୍ଲୀ,୨୯ା୪: ଆଇଏସ ସହ ସମ୍ପର୍କ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ କେରଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ପ୍ରଥମେ ୩ ସନ୍ଦିଗ୍ଧଙ୍କ ମଧ୍ୟରୁ...

ହୃଦୟ ବିଦାରକ ସ୍ଥିତି

ନୂଆଦିଲ୍ଲୀ,୨୮ା୪: ରାଜନୈତିକ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ତାଲାବନ୍ଦ ହୋଇଛି। ଦୁଇ ବଡ଼ ସହରର ପ୍ରଶସ୍ତ ରାସ୍ତାଗୁଡ଼ିକରେ ସାଇରନ୍‌ ବଜାଇ ଆମ୍ବୁଲାନ୍ସ ଦୌଡ଼ୁଛି।...

ପୋଲିସ ଚଢ଼ାଉ ବେଳେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଲକ୍ଷ୍ନୌ,୨୯।୯: ଉତ୍ତର ପ୍ରଦେଶର ଗୋରଖପୁରର ଏକ ହୋଟେଲରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ ବେଳେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏଥିଯୋଗୁ ବୁଧବାର ୬...

ମନେ ପଡିଲେନି ମମତା

କୋଲକାତା,୧୩।୨: ପଶ୍ଚିମବଙ୍ଗର ସତ୍‌ ଲେକ୍‌ ସେକ୍ଟର-୫ ଓ ସତ୍‌ ଲେକ୍‌ ଷ୍ଟାଡିୟମ ମଧ୍ୟରେ ଉଦ୍‌ଘାଟନ ହେବାକୁ ଥିବା ମେଟ୍ରୋ କରିଡରର ଉଦ୍‌ଘାଟନ ଉତ୍ସବ ପାଇଁ ଯେଉଁ...

ଔରଙ୍ଗାବାଦ ରେଳ ଷ୍ଟେଶନର ନାଁ ବଦଳାଇଦେଲେ ଅଜ୍ଞାତ ଯୁବକ

ପୁଣେ, ୧।୭: ମହାରାଷ୍ଟ୍ରର ଔରଙ୍ଗାବାଦ ରେଳ ଷ୍ଟେଶନର ନାଁ ବଦଳାଇ ସଂଭାଜୀନଗର ରଖିଛନ୍ତି ତିନି ଯୁବକ। ଦୁହେଁ ହୋଡିଂରେ ଔରଙ୍ଗାବାଦ ଶବ୍ଦକୁ ହଟାଇ ସଭାଜୀନଗର ଲେଖୁଥିବାର...

Advertisement
Archives

Model This Week