ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ, କର୍ମଚାରୀ

ବାଲେଶ୍ୱର ଅଫିସ,୧୭।୫ ବାଲେଶ୍ୱର ଜିଲା ଓଷ୍ଟା କାର୍ଯ୍ୟକାରୀ କମିଟି ପକ୍ଷରୁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ପ୍ରକାଶ କରିଥିବା ନୂତନ ଅନୁଦାନଭୁକ୍ତ ଶିକ୍ଷକ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଦରମା ପ୍ରଦାନର ପଦ୍ଧତି (ମୋଡାଲିଟି) ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ମନମୁଖୀ ଏବଂ ଠିକ୍‌ ପଦ୍ଧତି ନିର୍ଦ୍ଧାରଣ କରିବାକୁ ବୈଠକରେ ଦୃଢ଼ ଦାବି କରାଯାଇଛି। ନଚେତ୍‌ ରାଜ୍ୟର ୫୦ହଜାର ଶିକ୍ଷକ କର୍ମଚାରୀ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସମ୍ପାଦକ ମନୋରଞ୍ଜନ ଦାସ ଓ ସଭାପତି ବାଦଲ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି।
ରାଜ୍ୟ ସରକାର ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ କରାଯିବ ବୋଲି ଗତ ଜାନୁଆରୀ ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ବେତନ ପ୍ରଦାନର ପଦ୍ଧତି ପ୍ରକାଶ କରି ନ ଥିଲେ। ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ଜିଲା ଶିକ୍ଷାଧିକାରୀମାନେ ମନୋମୁଖୀ କାର୍ଯ୍ୟ କରି କିଏ ଦେଲେ କିଏ ଦେଲେ ନାହଁି। ବିଜ୍ଞପ୍ତିରେ କେବଳ ୩୧।୧୨।୨୦୧୨ ସୁଦ୍ଧା ୧୦୦% ଦରମା ପାଉଥିବା ବିଦ୍ୟାଳୟକୁ ଏହା ଦିଆଯିବାର ନିର୍ଦ୍ଦେଶ ରହିବା ସହ ୭୦% କିମ୍ବା ୧।୧।୨୦୨୨ରିଖରେ ୧୦୦% ପାଇବାକୁ ଯୋଗ୍ୟ କର୍ମଚାରୀଙ୍କ ବାବଦରେ ସରକାର ନୀରବ ରହିଥିଲେ। ଏ ନେଇ ସାରା ରାଜ୍ୟରେ ଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାପୂର୍ବରୁ ଦିଆଯାଇଥିବା ସରକାରୀ ତଥା ପୂର୍ଣ୍ଣ ଅନୁଦାନ ପ୍ରାପ୍ତ କର୍ମଚାରୀଙ୍କ ଓଆର୍‌ଏସ୍‌ପି ରୁଲ୍‌-୨୦୧୭ ସପ୍ତମ ବେତନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏ ବାବଦରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି କ୍ରମେ ରବିବାର ବାଲେଶ୍ୱର ଜିଲା ଓଷ୍ଟା କାର୍ଯ୍ୟକାରିଣୀର ଆଭାସୀ ବୈଠକରେ ଦୃଢ଼ ପ୍ରତିବାଦ କରାଯାଇଛି। ବୈଠକରେ ଜିଲା ଓଷ୍ଟାର ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ରାଜେନ୍ଦୁ ବିକାଶ ପାତ୍ର, ନବକିଶୋର ବାରିକଙ୍କ ସମେତ ୧୫ଟି ମଣ୍ଡଳର ସମ୍ପାଦକମାନେ ବକ୍ତବ୍ୟ ରଖିଥିଲେ। ଆସନ୍ତା ୧୭ ତାରିଖ ସୁଦ୍ଧା ସରକାର ଏହାର ସମାଧାନ ସହ ଉଚିତ୍‌ ପଦ୍ଧତି ନିର୍ଦ୍ଧାରଣ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଚୋରି: କ୍ଷତି ରୋକିବ ସ୍ମାର୍ଟ ମିଟର; ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଉପଭୋକ୍ତା ହେବେ ସ୍ମାର୍ଟ ମିଟର ପରିସରଭୁକ୍ତ

ଭୁବନେଶ୍ୱର, ୧୯।୮ (ବ୍ୟୁରୋ): ଘରେ ଲାଗିଥିବା ପୁରୁଣା ବିଦ୍ୟୁତ୍‌ ମିଟର ବଦଳିଯିବ। ଲାଗିବ ନୂଆ ପ୍ରିପେଡ୍‌ ଓ ସ୍ମାର୍ଟ ମିଟର। ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ...

ସମ୍ପତି ଲାଗି ଛୁରାମାଡ଼, ବାପା ପୁଅ ଗୁରୁତର

ପୁରୁଷୋତ୍ତମପୁର,୧୧ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଶୁକ୍ରବାର ପୈତୃକ ସମ୍ପତିକୁ ନେଇ ୨ ଭାଇଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।...

ତୃତୀୟ ସପ୍ତାହ ସୁଦ୍ଧା ନୂଆ ପିସିସି ସଭାପତି

ଭୁବନେଶ୍ୱର,୧୨।୪ (ବ୍ୟୁରୋ):ନିର୍ବାଚନ ପରେ ନିର୍ବାଚନ ରାଜ୍ୟ କଂଗ୍ରେସର ଦୁର୍ବଳ ପ୍ରଦର୍ଶନକୁ ନେଇ ସଭାପତି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ କେନ୍ଦ୍ର କରି ଅଖିଳ ଭାରତ...

ରାଗିଂ ଘଟଣାରେ ବିଜେବି କଲେଜର ୪ ଛାତ୍ର ନିଲମ୍ବିତ

ଭୁବନେଶ୍ୱର,୫।୧(ବ୍ୟୁରୋ): ବିଜେବି କଲେଜରେ ରାଗିଂ ଘଟଣାରେ ଗୁରୁବାର କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଅନ୍ୟପକ୍ଷେ, ପୋଲିସ ସମ୍ପୃକ୍ତ ୪ ଛାତ୍ରଙ୍କୁ ଗିରଫ କରି...

ରାଉରକେଲାରେ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା ଅଫିସ,୧୪।୪: ବିସ୍କୁଟ ଆଣିବା ପାଇଁ ଦୋକାନକୁ ଯାଇଥିବା ବେଳେ ଷ୍ଟିଲ ସିଟି ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକା(୧୨ବର୍ଷ)ଙ୍କୁ ବଳାତ୍କାର କରାଯାଇଛି। ଏ...

ବାଲେଶ୍ୱର ଜିଲା: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୧୫୦୩ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୬।୭: ଚଳିତବର୍ଷ ବାଲେଶ୍ୱର ଜିଲାରେ ୩୨,୭୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ଏ-୧ ଗ୍ରେଡରେ ୧୫୦୩ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା...

କଟକ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତ୍ତି

କଟକ ଅଫିସ୍‌,୨୬।୬: କଟକ ନଗର ମଣ୍ଡଳ ଅଧୀନ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତ୍ତି କଟକ ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

କାଠଯୋଡ଼ିରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା: ୨୧ ଘଣ୍ଟା ପରେ ମୃତଦେହ ଉଦ୍ଧାର

ନରାଜ/ବାରଙ୍ଗ, ୨୭।୫(ଡି.ଏନ୍‌.ଏ.): କଟକସ୍ଥିତ ନରାଜ ଆନିକଟ ପାଖ କାଠଯୋଡ଼ିରେ ବୁଡ଼ି ରବିବାର ମଧ୍ୟାହ୍ନରେ ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ସେ ହେଲେ...

Advertisement
Archives

Model This Week