Posted inଖେଳ

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ,୧୪।୭: ପୂର୍ବତନ କ୍ରିକେଟର ୟଶ୍‌ପାଲ ଶର୍ମାଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ରିକେଟ ଜଗତ ଓ ସମାଜର ବିଭିନ୍ନ ବର୍ଗରୁ ଜଣାଶୁଣା ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ତାଙ୍କ ପରିବାର ଓ ଜ୍ଞାତି ପରିଜନଙ୍କୁ ସମବେଦନା ଜଣାଇଛନ୍ତି। ୧୯୮୩ ବିଶ୍ୱକପ୍‌ ବିଜୟରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି। ସେହିପରି ୟଶ୍‌ପାଲଙ୍କ ଦେହାନ୍ତରେ ବହୁତ ଦୁଃଖିତ ଓ ମର୍ମାହତ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ପରିବାରକୁ ମଧ୍ୟ ସେ ସମବେଦନା ଜଣାଇଛନ୍ତି। ୧୯୮୩ ବିଶ୍ୱକପ୍‌ ସମେତ ଭାରତୀୟ ଦଳର ସେ ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ଟିମ୍‌ ମେଟ୍‌, ପ୍ରଶଂସକ ଓ ଉଦୀୟମାନ କ୍ରିକେଟରମାନଙ୍କ ପାଇଁ ସେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଥିଲେ। ଭାରତୀୟ କ୍ରିକେଟ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କ୍ରିକେଟ ଜଗତରେ ଶୋକର ଛାୟା
କ୍ରିକେଟ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଦିଲୀପ ଭେଙ୍କସରକାର, ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, କ୍ରିସ୍‌ ଶ୍ରୀକାନ୍ତ, ରବି ଶାସ୍ତ୍ରୀ, ମହମ୍ମଦ ଆଝାରୁଦ୍ଦିିନ, ଓ୍ବାସିମ ଜାଫର, ମୁରଲୀ କାର୍ତ୍ତିକ, ପ୍ରଜ୍ଞାନ ଓଝା, ଶିଖର ଧାଓ୍ବନ, ବଲବିନ୍ଦର ସିଂ ସାନ୍ଧୁ, କୀର୍ତ୍ତି ଆଜାଦ, ଭିଭିଏସ୍‌ ଲକ୍ଷ୍ମଣ, ଇର୍ଫାନ ପଠାନ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ପ୍ରମୁଖ ସୋସିଆଲ ମିଡିଆ ମାଧ୍ୟମରେ ଶୋକପ୍ରକାଶ କରିଛନ୍ତି। ପୂର୍ବତନ ଅଧିନାୟକ କପିଳ ଦେବ ଏହି ଖବର ଶୁଣିବା ପରେ କାନ୍ଦି ପକାଇଥିଲେ ଓ କିଛି କହିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଏହି ଖବର ଅବିଶ୍ୱସନୀୟ ବୋଲି ଭେଙ୍କସରକାର କହିଛନ୍ତି। ଆମ ଦଳରେ ସେ ସବୁଠାରୁ ଫିଟ୍‌ ସଦସ୍ୟ ଥିଲେ। ସେ ମଦ କିମ୍ବା ଆମିଷ ଖାଉ ନ ଥିଲେ ବୋଲି ଭେଙ୍କସରକାର କହିଛନ୍ତି।
ୟଶ୍‌ପାଲଙ୍କ ଦେହାନ୍ତରେ ମୁଁ ସ୍ତବ୍ଧ ଓ ଦୁଃଖିତ ବୋଲି ସଚିନ କହିଛନ୍ତି। ଭାରତୀୟ କ୍ରିକେଟ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ୧୯୮୩ ବିଶ୍ୱକପ୍‌ରେ ତାଙ୍କ ପ୍ରଦର୍ଶନ ଅଭୁଲା ହୋଇ ରହିବ। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ବୋଲି ସଚିନ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି।
ପୂର୍ବତନ ଟିମ୍‌ ମେଟ୍‌ ତଥା ୧୯୮୩ ବିଶ୍ୱକପ୍‌ ଦଳ ସଦସ୍ୟ କ୍ରିସ୍‌ ଶ୍ରୀକାନ୍ତ ମଧ୍ୟ ଶୋକ କରିଛନ୍ତି। ତାଙ୍କ ଆତ୍ମାର ସଦ୍‌ଗତି ହେଉ। ୧୯୮୩ ବିଶ୍ୱକପ୍‌ ବିଜୟରେ ତାଙ୍କ ଭୂମିକା ଅଭୁଲା ହୋଇ ରହିବ ବୋଲି ସେ କହିଛନ୍ତି। ସେହିପରି ତାଙ୍କ ପୂର୍ବତନ ଦଳୀୟ ସାଥି ରବି ଶାସ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ବିଶ୍ୱକପ୍‌ର ଜଣେ ସାଥିଙ୍କୁ ହରାଇଲି ବୋଲି ସେ ଉଲ୍ଲେଖ କରିଛନ୍ତି। ୟଶ୍‌ପାଲ ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ଓ ଫିଲ୍ଡର ଥିଲେ ବୋଲି ପୂର୍ବତନ ଅଧିନାୟକ ଆଝାରୁଦ୍ଦିନ କହିଛନ୍ତି। ତାଙ୍କ ଦେହାନ୍ତରେ ମର୍ମାହତ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ଏକ ଦୁଃଖଦ ଖବର ଓ ତାଙ୍କ ଆତ୍ମାର ସଦ୍‌ଗତି ହେଉ ବୋଲି ଯୁବରାଜ ସିଂ ଉଲ୍ଲେଖ କରିଛନ୍ତି। ସେହିପରି ତାଙ୍କ ଆତ୍ମାର ସଦ୍‌ଗତି ହେଉ ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ବୀରେନ୍ଦ୍ର ସେହ୍ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri