ମୁହଁ ଖୋଲିଲେ ଶ୍ରୀମନ୍ଦିର ଚୁଲା ଭାଙ୍ଗିଥିବା ସନ୍ଦିଗ୍ଧଙ୍କ ମା’

ଖୋର୍ଦ୍ଧା ଅଫିସ,୬ା୪:

ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ର ପୁରୀ ବୁଲିବାକୁ ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପଶିଥିଲେ। ଶ୍ରୀମନ୍ଦିରରେ ବୁଲୁଥିବା ବେଳେ ସେ କିଛି ଅସହଜ ଅନୁଭବ କରିଥିଲେ। ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିବା ପୁରୀ ଏସ୍‌ପି କନଓ୍ବାର ବିଶାଳ ସିଂହ କହିଛନ୍ତି। ହେଲେ ଜଗନ ଏପରି କାମ କରିଥିବେ ବୋଲି ପରିବାର ଲୋକ ବିଶ୍ୱାସ କରିପାରୁ ନାହାନ୍ତି।

ପରିବାର ଲୋକଙ୍କ କହିବା ଅନୁସାରେ, ଜଗନ ଅତ୍ୟଧିକ ଧର୍ମପରାୟଣ ବ୍ୟକ୍ତି ଥିଲେ। ବିଶେଷକରି ପୁରୀ ଓ ରଣପୁର ଜଗନ୍ନାଥ ମନ୍ଦିରକୁ ବହୁ ସମୟରେ ଯାଇଥାଆନ୍ତି। ଏପରିକି ଗାଁରେ ଥିବା ମନ୍ଦିରରେ ବହୁ ସମୟ ବିତାଇ ଥାଆନ୍ତି। ମନ୍ଦିର ଭିତରେ କୌଣସି ପ୍ରକାର ଅପରିଷ୍କାରକୁ ସେ ବରଦାସ୍ତ କରନ୍ତିନାହିଁ। ତେବେ ଠାକୁରଙ୍କୁ ଏତେ ଭଲ ପାଉଥିବା ଜଗନ ରୋଷ ଘର ଚୁଲି କିଭଳି ଭାଙ୍ଗିଲା, ତାହା ଜଗନ୍ନାଥଙ୍କୁ ଜଣା ବୋଲି ଜଗନଙ୍କ ବାପା କହିଛନ୍ତି। ଯଦି ସେ କୌଣସି ଦୋଷ କରିଛି, ତାହାହେଲେ ସେହି ପ୍ରଭୁ ତାକୁ ଦଣ୍ଡ ଦେବେ ବୋଲି ଭାବବିହ୍ବଳ ହୋଇ କହିଛନ୍ତି। ସେହିପରି ତାଙ୍କ ମା’କହିଛନ୍ତି ମୋ ପୁଅ ନିର୍ଦ୍ଦୋଷ।

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାହତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

କଲ୍ୟାଣସିଂହପୁର, ୨୬।୬ (ଦୀପକ କୁମାର ପରିଡା): ବିଷାକ୍ତ ଛତୁ ଖାଇ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ପୋଡ଼ି ପାଉଁଶ ହେଲା ୩,୧୧୬ କିଲୋ ଗଞ୍ଜେଇ, NDPS ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ମୋହନା, ୨୬।୬ (ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri