ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ମା’ ମୂଷା ସାପ ସହ ଲଢି କିପରି ନିଜ ଛୁଆର ଜୀବନ ବଞ୍ଚାଇଛି ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ ସାପ ମୂଷା ଛୁଆକୁ ପାଟିରେ କାମୁଡି ଧରି ରାସ୍ତାରେ ଯାଉଛି। ପରେ ମା ମୂଷାଟି ସାପକୁ ପଛରୁ ଆକ୍ରମଣ କରୁଛି। ଏହାପରେ ସାପଟି ଜୀବନ ବିକଳରେ ଛୁଆ ମୂଷାକୁ ଛାଡି ପଳାଇ ଯାଉଥିବା ଦେଖାଯାଇଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ନିଜ ଟୁଇଟରେ ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
If you haven’t seen what mothers courage is…
It rescues it baby from the snakes mouth. Unbelievable.. pic.twitter.com/3u6QD2PAl0
— Susanta Nanda IFS (Retd) (@susantananda3) November 27, 2020

