ଆଲିଆଙ୍କ ସହ ଏମିତି ବନ୍ଧନ ଚାହୁଁଛନ୍ତି ଭାବି ଶାଶୁ

ଆଜିକାଲି ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା। ଉଭୟ କେବେ ବିବାହ କରିବେ ତାହା ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି। କିନ୍ତୁ ପ୍ରଶଂସକଙ୍କ ଅପେକ୍ଷା ବେଶୀ ରଣବୀର କପୁରଙ୍କ ମା’ ନୀତୁ କପୁର ଏହି ବିବାହକୁ ନେଇ ବ୍ୟଗ୍ର ଅଛନ୍ତି। ସେ ବୋହୂ ଆଲିଆଙ୍କୁ ନିଜ ଘରକୁ ଆଣିବାକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ଚାହୁଁନାହାନ୍ତି। ସେ ଚାହୁଁଛନ୍ତି ଆଲିଆ ଯଥାଶୀଘ୍ର କପୁର ପରିବାରର ବୋହୂ ହୁଅନ୍ତୁ। ନିକଟରେ ଏକ ସାକ୍ଷାତକାରରେ ନୀତୁ କହିଛନ୍ତି, ମୋର ଶାଶୁଙ୍କ ସହ ବହୁତ ଭଲ ବନ୍ଧନ ଥିଲା। ଆମେ ଦୁହେଁ ଭଲ ବନ୍ଧୁ ଥିଲୁ। ସ୍ବାମୀ ରୁଷି କପୁରଙ୍କ ଅପେକ୍ଷା ଶାଶୁ ମୋତେ ଅଧିକ ଭଲ ପାଉଥିଲେ। ଆଲିଆଙ୍କ ସହ ମୁଁ ସମାନ ସମ୍ପର୍କ ରଖିବାକୁ ଚାହେଁ।
ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଆଲିଆ ଓ ରଣବୀର ବିବାହ କରିବାକୁ ଚାହୁଁଛନ୍ତି। ତେବେ ଦୁହେଁ କେବେ ବିବାହ କରିବେ ତା’ର ତାରିଖକୁ ଗୁପ୍ତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେବଳ ନିକଟ ସମ୍ପର୍କୀୟଙ୍କୁ ହିଁ ବିବାହ ତାରିଖ ବିଷୟରେ ସୂଚନା ମିଳିଛି। କୁହାଯାଉଛି ଯେ, ବଲିଉଡର ଏହି ଗ୍ରାଣ୍ଡ ୱେଣ୍ଡିଂରେ କେବଳ ଉଭୟଙ୍କ ପରିବାରର କିଛି ଘନିଷ୍ଠ ସମ୍ପର୍କୀୟମାନେ ହିଁ ସାମିଲ ହେବେ। ବିବାହ ପରେ ଗ୍ରାଣ୍ଡ ରିସେପ୍ସନ ହେବ, ଏଥିରେ ବଲିଉଡର ସମସ୍ତ ସେଲେବ୍ରିଟି ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

‘ନୋ ଏଣ୍ଟ୍ରି’ର ସିକ୍ୱେଲ କରିବେ ବୋନି, ରିପ୍ଲେସ ହେବେ ଅନିଲ-ସଲମାନ

ମୁମ୍ବାଇ: ୨୦୦୫ର ବ୍ଲକବଷ୍ଟର ମୁଭି ‘ନୋ ଏଣ୍ଟ୍ରି’ର ବହୁ ପ୍ରତୀକ୍ଷିତ ସିକ୍ୱେଲ ସ୍କ୍ରିନରେ ଧମାକାଦାର କମବ୍ୟାକ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ବରୁଣ ଧୱନ, ଅର୍ଜୁନ କପୁର...

ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବଡ ହୃଦୟ ଦେଖାଇଲେ ଆୟୁଷ୍ମାନ

ମୁମ୍ବାଇ: ନିକଟରେ ବଲିଉଡ ତାରକା ଆୟୁଷ୍ମାନ ଖୁରାନା ଚଣ୍ଡିଗଡ଼ରେ ଏକ ନିଆରା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ସେ ଜିରକପୁରରେ ଏକ ଫୁଡ ଟ୍ରକର ଉଦଘାଟନ କରିଥିଲେ...

ରିଲ୍‌ ଲାଇଫର ‘ରାମ’ଙ୍କ ପରି ପୂର୍ବରୁ ‘ରାବଣ’ଙ୍କୁ ମଧ୍ୟ ଟିକେଟ୍‌ ଦେଇଛି ଭାଜପା, ଜାଣନ୍ତୁ ‘ଲଙ୍କେଶ’ଙ୍କ କିପରି ଥିଲା ରାଜନୈତିକ କ୍ୟାରିୟର

ମୁମ୍ବାଇ: ଚାରି ଦଶକ ପୂର୍ବରୁ ଟିଭି ସିରିଆଲରେ ଲୋକପ୍ରିୟ ହୋଇଥିଲା ରାମାୟଣ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ହିନ୍ଦୁଙ୍କ ରିଅଲ ଲାଇଫର...

ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’

ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...

ଆଲିଆଙ୍କ ମହଙ୍ଗା ନେକଲେସ

ମୁମ୍ବାଇ: ନିକଟରେ ଲଣ୍ଡନରେ ଆୟୋଜିତ ହୋପ ଗାଲା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଯୋଗ ଦେଇଥିଲେ। ଆଲିଆ ନିଜେ ଏହି କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ।...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ...

ପରିଚୟ ସୃଷ୍ଟି କରିବାକୁ ଲାଗେ ସମୟ

ଅଭିନେତ୍ରୀ କ୍ରିତି ସାନନ ଅଭିନୟ ସହ ଖୋଲାଖୋଲି ମନ୍ତବ୍ୟ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ସେ ତାଙ୍କ ଫିଲ୍ମ ‘ଦି କ୍ରୁ’ ପାଇଁ ଚର୍ଚ୍ଚାରେ ରହିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri