କୁମାରୀ ମାତୃତ୍ୱ ପରେ ଆଖି ବୁଜିଲେ ମା’

ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ଜଣେ ନାବାଳିକା ଗର୍ଭବତୀଙ୍କ ଯତ୍ନ ଅଭାବରୁ ପ୍ରସବ ପରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଅଙ୍ଗନୱାଡି କେନ୍ଦ୍ରରେ ତାଙ୍କର ଯତ୍ନ ନିଆ ନଯିବା ଏବଂ ନିୟମିତ ଚିକିତ୍ସା ନ ହେବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଏବେ ତଦନ୍ତ ଆରମ୍ଭ କରିଛି। ସେପଟେ ପ୍ରସବ ପରେ ଏମକେସିଜିରୁ ଶିଶୁ ଗାଏବ ହୋଇଥିଲା। ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ଅଧ୍ୟକ୍ଷ ଖୋଳତାଡ଼ କରିବା ପରେ ଶିଶୁଟି ଧରାକୋଟରୁ ଉଦ୍ଧାର ହୋଇଛି। ଶିଶୁଟିକୁ ସିଡବ୍ଲ୍ୟୁସିରେ ହାଜର କରିବା ପରେ ନାମକରଣ କରାଯାଇଛି। ତାହାକୁ ଉତ୍କଳ ବାଳାଶ୍ରମରେ ଥିବା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର (ସା)କୁ ପଠାଇ ଦିଆଯାଇଛି। ଗୁରୁବାର ପୂର୍ବାହ୍ନରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଏମକେସିଜିରେ ହିଁ ପଡିରହିଛି। ସେପଟେ ପରିବାର ଲୋକ ଓ ସମ୍ପର୍କୀୟ ମାନେ ମୃତଦେହ ନେବାକୁ ଆସିନାହାନ୍ତି ବୋଲି ଏମକେସିଜି ଅଧୀକ୍ଷକ ପ୍ରଫେସର ଡା.ସୂଚିତ୍ରା ଦାଶ କହିଛନ୍ତି। ପ୍ରସୂତିଙ୍କ ମମତା କାର୍ଡ ମଧ୍ୟ ନାହିଁ ବୋଲି ସେ କହିଛନ୍ତି।
ଘଟଣାରୁ ପ୍ରକାଶ ଯେ, ବଡ଼ଗଡ଼ ଥାନା ଅଞ୍ଚଳର ନାବଳିକାଙ୍କ ବାପା ମାଆ କେହି ନଥିବା ବେଳେ ସେ ଜେଜେମା ପାଖରେ ରହୁଥିଲେ। ବିବାହ ପୂର୍ବରୁ ଗର୍ଭବତୀ ହେବା ଜଣାପଡିବା ପରେ ସମ୍ପର୍କୀୟ ମାନେ ଦୂରେଇ ଯାଇଥିଲେ। ଗତ ୨୩ ତାରିଖରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଧରାକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହିମୋଗ୍ଲୋବିନ୍‌ କମ୍‌ ଥିବା ଜଣାପଡିବା ପରେ ଏମକେସିଜି ରେଫର କରାଯାଇଥିଲା। ସେଠାରେ ଗତ ୨୪ ତାରିଖରେ ତାଙ୍କର ଶିଶୁପୁତ୍ର ଜନ୍ମ ହୋଇଥିଲା। ରକ୍ତସ୍ରାବ ବନ୍ଦ ନ ହେବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା। ଶିଶୁପୁତ୍ରକୁ ଜଣ୍ଡିସ୍‌ ଥିବାରୁ ନିୟୋନେଣ୍ଟାଲ୍‌ ଆଇସିୟୁରେ ରଖାଯାଇଥିଲା। ଗତ ୨୮ତାରିଖରେ ଶିଶୁଟି ଗାଏବ ହୋଇଥିବା ସୁରାକ୍‌ ପାଇଥିଲେ ସିଡବ୍ଲୁସି ଅଧ୍ୟକ୍ଷ। ଖୋଳତାଡ଼ ପରେ ଶିଶୁଟିକୁ ଧରାକୋଟ ନିଆଯାଇଥିବା ଜଣାପଡିଥିଲା। ସିଡବ୍ଲ୍ୟୁସି ସଦସ୍ୟ ମାନେ ସଂପୃକ୍ତ ଆଶାକୁ ଯୋଗାଯୋଗ କରିବା ପରେ ସେ ଶିଶୁକୁ ଆଣି ସିଡବ୍ଲୁସିରେ ହାଜର କରିଥିଲେ ଏବଂ ତାଙ୍କୁ ସା’କୁ ନିଆଯାଇଥିଲା। ଶିଶୁଟି ଅସୁସ୍ଥ ଥିବାରୁ ତାକୁ ପୁଣି ଏମକେସିଜିରେ ଭର୍ତ୍ତି କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରି ଡ. ଉମା ଶଙ୍କର ମିଶ୍ର କହିଛନ୍ତି, ନବଜାତ ଶିଶୁପୁତ୍ରକୁ ଆଶା ଡାକ୍ତରଖାନାରୁ କାହିଁକି ନେଇଯାଇ ଥିଲେ ତାହାର ତଦନ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri