ଏକାସାଙ୍ଗରେ ଚାଲିଗଲେ ମା’-ପୁଅ

ସମ୍ବଲପୁର/ଜମନକିରା,୨୪ା୨: ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଞ୍ଜିପାଲି ସେକ୍ସନ ଆଖଡ଼ାଦାଣ୍ଡ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମା’ ରୀନା ମୁଣ୍ଡା (୪୧) ଓ ପୁଅ ସାହିଲ ମୁଣ୍ଡା(୧୫)। ବାପା ସୁଶାନ୍ତ ମୁଣ୍ଡା ଗୁରୁତର ହୋଇ ବୁର୍ଲା ଭିମ୍‌ସାରରେ ଚିକିତ୍ସିତ ହେଉଛନ୍ତି। ଶ୍ରମିକମାନେ କ୍ୟାମ୍ପରେ ଶୋଇଥିବା ବେଳେ ଏକ ହାତୀ କ୍ୟାମ୍ପକୁ ଭାଙ୍ଗି ପରିବାର ସଦସ୍ୟଙ୍କୁ ଦଳଦେଇଥିଲା। ଘଟଣାସ୍ଥଳରେ ମା’-ପୁଅଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଜମନକିରା ରେଞ୍ଜର ଲକ୍ଷ୍ମୀନାରାୟଣ ନାୟକ, ଫରେଷ୍ଟର ଟିକନ ଚୌଧୁରୀ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। କୁଚିଣ୍ଡା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ସମ୍ପର୍କିୟଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷେ ଜଙ୍ଗଲ ଭିତରେ ବେଆଇନ ଭାବେ ଇଟାଭାଟି ଚାଲୁଥିବା ବେଳେ ବନ କର୍ମଚାରୀ କିପରି ଜାଣିପାରୁ ନ ଥିଲେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ରେଙ୍ଗାଲି ରେଞ୍ଜର ହରିହର ପାତ୍ର କହିଛନ୍ତି, ସରକାରଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ୨୪ ଘଣ୍ଟା ଭିତରେ ୨୦ ପ୍ରତିଶତ ଅର୍ଥରାଶି ପ୍ରଦାନ କରାଯିବ। ଆହତଙ୍କୁ ବିଭାଗ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯିବ। ବନ କର୍ମଚାରୀ ଦନ୍ତା ଉପରେ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ବନ୍ୟାରେ ମାନବିକତାର ପରିଚୟ ଦେଲେ ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ୍‌ର…

ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟ୍‌କା! ନଭେମ୍ୱର ୧ରୁ ବଢିବ ଇଲେକ୍ଟ୍ରି ବିଲ୍‌, ପ୍ରତି କିଲୋଓ଼୍ବାଟ୍‌ ପିଛା ଲାଗିବ…

ନୂଆଦିଲ୍ଲୀ,୩୧।୧୦: ରାଜ୍ୟରେ ବିଜୁଳି ସଂଯୋଗ (Electricity Connection) ମହଙ୍ଗା ହୋଇଯାଇଛି ଏବଂ ନଭେମ୍ୱର ୧ ରୁ ନୂଆ ଦର ଲାଗୁ ହେବ। ନୂଆ ବିଜୁଳି ସଂଯୋଗ ପାଇଁ…

ଧରିତ୍ରୀ ପ୍ରଭାବ: ୨୪ ଦିନ ପରେ ଖୋଲିଲା ହାତୀଲିମୁଣ୍ଡା ୟୁପି ସ୍କୁଲ

ଅମରପାଲି,୩୧ା୧୦(ପୀତାମ୍ବର ସାହୁ):ଶେଷରେ ଅଭିଭାବକଙ୍କ ଦାବି ପୂରଣ ହେବା ସହ ୨୪ ଦିନ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର କ୍ଲଷ୍ଟର ଅନ୍ତର୍ଗତ ହାତୀଲିମୁଣ୍ଡା ଉଚ୍ଚ ପ୍ରାଥମିକ…

ଭାରତକୁ ହରାଇବାର ଖୁସି ମନାଇଲେ ପାକ ପ୍ରଧାନମନ୍ତ୍ରୀ: ସୋସିଆଲ ମିଡିଆରେ ଲେଖିଲେ ଏମିତି, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସେସ୍‌ରେ ଅକ୍ଟୋବର ୩୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମୁକାବିଲାରେ ପାକିସ୍ତାନ ୪ ଉଇକେଟ୍‌ରେ ବିଜୟୀ ହୋଇଥିଲା। ହଂକଂ…

ନଭେମ୍ବର ୧ରୁ ନୂଆ ନିୟମ: NHAIର ନୂଆ ପାସ୍‌କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୩୧।୧୦: ଜାତୀୟ ରାଜପଥ ପ୍ରାଧିକରଣ (NHAI) ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଇ ୧ ନଭେମ୍ବର ୨୦୨୬ରୁ କନସେସନାଲ ଆନୁଆଲ ଲୋକାଲ ପାସ (Concessional Annual…

ଜଳବନ୍ଦୀ ଗ୍ରାମରେ ପହଞ୍ଚିଲା ରିଲିଫ ସାମଗ୍ରୀ: ଲୋକଙ୍କ ଦୁଃଖ ବୁଝିଲେ ବିଧାୟକ

ଗଞ୍ଜାମ,୩୦।୧୦ (ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ଋଷିକୂଲ୍ୟା ନଦୀର ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି।…

ବିଶ୍ୱାସ କମୁଛି

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସମ୍ପ୍ରତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳକୁ ମୋଦି ସରକାର ୩୧…

ଏହି ଦିନ ଅବସର ନେବେ ରୋହିତ-କୋହଲି! ବଡ଼ ଖୁଲାସା କରିଦେଲେ ଯୁବରାଜ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ନିକଟରେ ଯୁବରାଜ ସିଂ ବଡ଼ ବୟାନ ଦେଇଛନ୍ତି। ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ନିଶ୍ଚିତ ସୁଯୋଗ ମିଳିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?