ବିଶ୍ୱାସ କମୁଛି

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସମ୍ପ୍ରତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳକୁ ମୋଦି ସରକାର ୩୧ ଅକ୍ଟୋବର ୨୦୨୭ ପର୍ଯ୍ୟନ୍ତ ଆଉ ବର୍ଷେ ବୃଦ୍ଧି କରିଛନ୍ତି। ପ୍ରତିରକ୍ଷା ଆଧୁନିକୀକରଣ, ସ୍ବଦେଶୀ ଉତ୍ପାଦନ, କ୍ରୟ ପ୍ରକ୍ରିୟାରେ ସଂସ୍କାର ଏବଂ ଡିଆର୍‌ଡିଓ ଅଧ୍ୟକ୍ଷ ଭାବେ ତାଙ୍କର ଅତିରିକ୍ତ ଦାୟିତ୍ୱ ପାଇଁ ପ୍ରଶାସନିକ ନିରନ୍ତରତା ଆବଶ୍ୟକ। ମୋ ମତରେ, ଯଦି ନିରନ୍ତରତା ଆଧାରରେ ପ୍ରତିରକ୍ଷା ସଚିବ ସିଂହ, କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ, ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ ବୈଦେଶିକ ସଚିବ ବିକ୍ରମ ମିସ୍ରି ଓ ଅନ୍ୟମାନଙ୍କୁ ସେମାନଙ୍କ ପଦବୀରେ ରଖିବାକୁ ଉଚିତ ମନେକରାଯାଏ, ତେବେ ଏହା ଶୀର୍ଷ ସ୍ତରରେ ଉତ୍ତରାଧିକାରୀ ଚୟନ ତଥା ନେତୃତ୍ୱ ପରିବର୍ତ୍ତନ ଯୋଜନା ସମ୍ପର୍କରେ କ’ଣ ସୂଚାଉଛି?
ପ୍ରତ୍ୟେକ କାର୍ଯ୍ୟକାଳ ବୃଦ୍ଧି ପଛରେ ଯୁକ୍ତି ଥାଇପାରେ। କିନ୍ତୁ ସାମଗ୍ରିକ ଭାବେ ଦେଖିଲେ ଏହା ଦର୍ଶାଉଛି ଯେ, ସରକାର ଏହିଭଳି ବ୍ୟତିକ୍ରମକୁ ନିୟମିତ ପରମ୍ପରାରେ ପରିଣତ କରିଚାଲିଛନ୍ତି। କିଛି ସମ୍ବେଦନଶୀଳ ଦାୟିତ୍ୱରେ ହଠାତ୍‌ ପରିବର୍ତ୍ତନ ହେଲେ ଜଟିଳ ପ୍ରକଳ୍ପଗୁଡ଼ିକରେ ବାଧା ଉପୁଜିପାରେ। ଏ ଦୃଷ୍ଟିରୁ କାର୍ଯ୍ୟକାଳ ବୃଦ୍ଧି ଅନାବଶ୍ୟକ ନୁହେଁ। କିନ୍ତୁ ଦୃଢ଼ ବ୍ୟବସ୍ଥାଗତ କାରଣରୁ ଜଣେ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧିକରିବା ଏବଂ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତି ନ ଦେବାର ପରିଣାମ ତଳସ୍ତରର ଅଧିକାରୀ ଭୋଗନ୍ତି। ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ଅପେକ୍ଷାରେ ରହିଯାନ୍ତି ଏବଂ କେତେକ କ୍ଷେତ୍ରରେ ସୁଯୋଗ ହରାନ୍ତି। ଏଭଳି ବ୍ୟତିକ୍ରମ ଯୋଗୁ ଅବହେଳିତ ଅଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥାଏ। ଏହା ସହ କ୍ୟାରିୟରରେ ନ୍ୟାୟସଙ୍ଗତ ସୁଯୋଗ ମିଳିବାର ବ୍ୟବସ୍ଥା ପ୍ରତି ସେମାନଙ୍କ ବିଶ୍ୱାସ ମଧ୍ୟ କମିଯାଉଛି।
ପଦବୀ ସୃଷ୍ଟି ବାହାନା
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ)ର ଗୋଟିଏ ବିଭାଗ ପ୍ରତି ଘଣ୍ଟାରେ ଯାତ୍ରା ନିର୍ଦ୍ଦେଶାବଳୀ ଜାରିକରିବା ଏକ ଆଶ୍ୱସ୍ତିକର ବିଷୟ। କିନ୍ତୁ ପ୍ରଶ୍ନ ଉଠୁଛି,ଏହା ବିଦେଶରେ ଥିବା ଭାରତୀୟଙ୍କୁ ସୁରକ୍ଷା ଦେବା ପାଇଁ ନା ଆଉ ଏକ ନୂତନ ଅମଲାତାନ୍ତ୍ରିକ ସାମ୍ରାଜ୍ୟ ତିଆରି କରିବା ପାଇଁ ନା ଏକ ଅବାସ୍ତବ ଯୋଜନାର ଆରମ୍ଭ? କିଛିଦିନ ପରେ ଏହା ବନ୍ଦ ହୋଇଯିବ ନାହିଁ ତ? ସମୟୋଚିତ ଏବଂ ବିଶ୍ୱସନୀୟ ଯାତ୍ରା ସମ୍ପକିର୍ର୍ତ ପରାମର୍ଶ ଜରୁରୀ। କିନ୍ତୁ ଏଥିପାଇଁ କ’ଣ ପ୍ରତି ଘଣ୍ଟାରେ କାର୍ଯ୍ୟ କରୁଥିବା ଏକ ଡେସ୍କ ବା ବିଭାଗ ଆବଶ୍ୟକ? ଏହା ପ୍ରଶାସନିକ ନବସୃଜନ ଆଳରେ ନିଜ ପ୍ରିୟ ଲୋକଙ୍କୁ ଚାକିରି ଦେବାର ପ୍ରୟାସ କି? ଶୀଘ୍ର ପଦବୀ ସୃଷ୍ଟି କରିବା, ପସନ୍ଦର ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଏବଂ ଆଉ ଏକ ବ୍ୟବସ୍ଥା ଗଢ଼ିବା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟକରିବା ଉଚିତ ଯେ ବର୍ତ୍ତମାନର କୂଟନୈତିକ ମିଶନ, ଦୂତାବାସ ସେବା ଏବଂ ସଙ୍କଟ ଦୂରକରିବା ପାଇଁ ଥିବା ବ୍ୟବସ୍ଥାଗୁଡ଼ିକ କାହିଁକି ସମାନ ପ୍ରକାର କାର୍ଯ୍ୟ ତୁଲାଇପାରିବେ ନାହିଁ। ପଦବୀ ସଂଖ୍ୟା ନ ବଢ଼ାଇ ପୂର୍ବରୁ ରହିଥିବା ବ୍ୟବସ୍ଥାଗୁଡ଼ିକୁ ସୁଧାରିବା ଅଧିକ ଯୁକ୍ତିଯୁକ୍ତ। ଏକ ଗ୍ଲୋବାଲ୍‌ ହୁଇସିଲବ୍ଲୋଅର ଶୈଳୀର ରିପୋର୍ଟଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରାଯାଇ ଆସନ୍ନ ବିପଦ ବିଷୟରେ ସୂଚନା ଦେବା ଉପଯୋଗୀ ପ୍ରମାଣିତ ହୋଇପାରେ। ନଚେତ୍‌ ଏହା ଏକ ଡିଜିଟାଲ ଅଭିଯୋଗ ବକ୍ସ ହୋଇଯିବ। ବର୍ତ୍ତମାନ ପାଇଁ ଏହା କେବଳ ଚର୍ଚ୍ଚାର ବିଷୟ ହୋଇ ରହିଛି, କୌଣସି ସ୍ପଷ୍ଟ ସରକାରୀ ନୀତି ନୁହେଁ। ଏହା ଭାରତୀୟମାନଙ୍କୁ ସୁରକ୍ଷା ଦେବ ନା କେତେଜଣ ମନୋନୀତ ବ୍ୟକ୍ତିଙ୍କ ପାଇଁ ଆରାମଦାୟକ ପଦବୀ ଯୋଗାଇବ? ସରକାରଙ୍କ ପାଖରେ ଯଥେଷ୍ଟ ବିଭାଗ ଓ ଡେସ୍କ ଅଛି। ଏବେ ଆଉ ଅଧିକ ପଦବୀ ସୃଷ୍ଟି କରିବା ବାହାନା ନ କରି ଅଧିକ ଫଳପ୍ରଦ ଜନସେବା ଯୋଗାଇବା ଆବଶ୍ୟକ।
ବୁଝାମଣା ଆବଶ୍ୟକ
ପୋଲିସ ଜେନ୍‌ ଜିକୁ ବୁଝିବା ପାଇଁ ପ୍ରସ୍ତୁତ ହେଉଛି ନା କେବଳ ଏହାକୁ ଦମନ କରିବାର ବାଟ ଖୋଜୁଛି? ହାଇଦ୍ରାବାଦରେ ଏବେ ଅନୁଷ୍ଠିତ ଏକ ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି। ଦକ୍ଷିଣ ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବରିଷ୍ଠ ପୋଲିସ ଅଧିକାରୀମାନେ ଏଥିରେ ଯୋଗଦେଇ ଜେନ୍‌ ଜିଙ୍କ ପ୍ରତିବାଦ, ସଙ୍ଗଠିତ ଅପରାଧ ଓ ଆତଙ୍କବାଦ ସମ୍ପର୍କରେ ଆଲୋଚନା କରିଥିଲେ। ଜେନ୍‌ ଜିର ଅଧିକାଂଶ ଆନ୍ଦୋଳନ ଉତ୍ତର ଏବଂ ପଶ୍ଚିମ ରାଜ୍ୟଗୁଡ଼ିକରେ କେନ୍ଦ୍ରୀଭୂତ ହୋଇଛି। ତଥାପି ଦକ୍ଷିଣ ଭାରତର ପୋଲିସ ନେତୃତ୍ୱ ଆଞ୍ଚଳିକ ବାସ୍ତବତା ଓ ସମସ୍ତଙ୍କ ପାଇଁ ବିପଦ କେତେ ଅଛି ତାହା ବୁଝିବା ଉଚିତ। ସୋସିଆଲ ମିଡିଆ ଯୁବ ଆନ୍ଦୋଳନକାରୀଙ୍କୁ ଏକାଠି କରିପାରେ, କିନ୍ତୁ ସେମାନଙ୍କ ଅସନ୍ତୋଷର କାରଣ ଓ ରାଜନୈତିକ ସ୍ଥିତି ଅଞ୍ଚଳ ଅନୁସାରେ ଭିନ୍ନ ହୋଇଥାଏ। ଯୁବକଙ୍କ ପ୍ରତିବାଦକୁ ଏକ ସୁରକ୍ଷା ସମସ୍ୟା ଭାବେ ଗ୍ରହଣ କରିବା ଦ୍ୱାରା ଭିନ୍ନମତ, ବୈଧ ଅସନ୍ତୋଷ ଓ ଆପରାଧିକ କାର୍ଯ୍ୟକଳାପ ମଧ୍ୟରେ ଥିବା ସୀମାରେଖା ଅସ୍ପଷ୍ଟ ହୋଇପାରେ। ସଙ୍ଗଠିତ ଅପରାଧ ଏବଂ ଆତଙ୍କବାଦ ବିରୋଧରେ ଗୋଇନ୍ଦା ତଥ୍ୟ ଆଦାନପ୍ରଦାନ ଏବଂ ଆନ୍ତଃ ରାଜ୍ୟ ସମନ୍ବୟ ଜରୁରୀ । ତେବେ ଆନ୍ଦୋଳନଗୁଡ଼ିକ ଉପରେ ଏକ ଭିନ୍ନ ପ୍ରତିକ୍ରିୟା ଦରକାର। ଆଲୋଚନା, ସଂଯମ ଏବଂ ଯୁବକମାନଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପ୍ରେରିତ କରୁଥିବା କାରଣଗୁଡ଼ିକୁ ବୁଝିବା ଆବଶ୍ୟକ। ଜେନ୍‌ ଜି ବର୍ଗ କୌଣସି ବିପଦ ନୁହେଁ। ଯଦି ପୋଲିସ ବୁଝାମଣା ପରିବର୍ତ୍ତେ ସନ୍ଦେହରୁ ନିଜର କାର୍ଯ୍ୟ ଆରମ୍ଭକରେ, ତେବେ ଯେଉଁ ବିଚ୍ଛିନ୍ନତା ଓ ଅସନ୍ତୋଷକୁ ରୋକିବା ଏହାର ଉଦ୍ଦେଶ୍ୟ, ଶେଷରେ ସେହି ଅସନ୍ତୋଷକୁ ତୀବ୍ର କରିଦେଇପାରେ।
Email: dilipcherian@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟ୍‌କା! ନଭେମ୍ୱର ୧ରୁ ବଢିବ ଇଲେକ୍ଟ୍ରି ବିଲ୍‌, ପ୍ରତି କିଲୋଓ଼୍ବାଟ୍‌ ପିଛା ଲାଗିବ…

ନୂଆଦିଲ୍ଲୀ,୩୧।୧୦: ରାଜ୍ୟରେ ବିଜୁଳି ସଂଯୋଗ (Electricity Connection) ମହଙ୍ଗା ହୋଇଯାଇଛି ଏବଂ ନଭେମ୍ୱର ୧ ରୁ ନୂଆ ଦର ଲାଗୁ ହେବ। ନୂଆ ବିଜୁଳି ସଂଯୋଗ ପାଇଁ…

ଧରିତ୍ରୀ ପ୍ରଭାବ: ୨୪ ଦିନ ପରେ ଖୋଲିଲା ହାତୀଲିମୁଣ୍ଡା ୟୁପି ସ୍କୁଲ

ଅମରପାଲି,୩୧ା୧୦(ପୀତାମ୍ବର ସାହୁ):ଶେଷରେ ଅଭିଭାବକଙ୍କ ଦାବି ପୂରଣ ହେବା ସହ ୨୪ ଦିନ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର କ୍ଲଷ୍ଟର ଅନ୍ତର୍ଗତ ହାତୀଲିମୁଣ୍ଡା ଉଚ୍ଚ ପ୍ରାଥମିକ…

ଭାରତକୁ ହରାଇବାର ଖୁସି ମନାଇଲେ ପାକ ପ୍ରଧାନମନ୍ତ୍ରୀ: ସୋସିଆଲ ମିଡିଆରେ ଲେଖିଲେ ଏମିତି, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସେସ୍‌ରେ ଅକ୍ଟୋବର ୩୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମୁକାବିଲାରେ ପାକିସ୍ତାନ ୪ ଉଇକେଟ୍‌ରେ ବିଜୟୀ ହୋଇଥିଲା। ହଂକଂ…

ନଭେମ୍ବର ୧ରୁ ନୂଆ ନିୟମ: NHAIର ନୂଆ ପାସ୍‌କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୩୧।୧୦: ଜାତୀୟ ରାଜପଥ ପ୍ରାଧିକରଣ (NHAI) ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଇ ୧ ନଭେମ୍ବର ୨୦୨୬ରୁ କନସେସନାଲ ଆନୁଆଲ ଲୋକାଲ ପାସ (Concessional Annual…

ଜଳବନ୍ଦୀ ଗ୍ରାମରେ ପହଞ୍ଚିଲା ରିଲିଫ ସାମଗ୍ରୀ: ଲୋକଙ୍କ ଦୁଃଖ ବୁଝିଲେ ବିଧାୟକ

ଗଞ୍ଜାମ,୩୦।୧୦ (ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ଋଷିକୂଲ୍ୟା ନଦୀର ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି।…

ଅନ୍ତର୍ଜାତୀୟ ରାଜନୀତିରେ ବିକ୍ଷୋଭ

ବିଶୃଙ୍ଖଳା, ବିକ୍ଷୋଭ, ବ୍ୟସ୍ତତା ଓ ବିପଯର୍‌ୟୟ ଆଜି ସର୍ବବ୍ୟାପୀ। ପୃଥିବୀବ୍ୟାପୀ ଏହି ବିପର୍ଯ୍ୟୟର ଅନ୍ତର୍ନିହିତ କାରଣ ଓ ଉଦ୍ଦେଶ୍ୟ ବୁଝିବା କଷ୍ଟକର। ଯେଉଁମାନଙ୍କ ଦୃଷ୍ଟିଭଙ୍ଗୀ ସଂକୀର୍ଣ୍ଣ, ସୀମାବଦ୍ଧ…

ଏଆଇ ଭସ୍ମାସୁର ନ ହେଉ

୧୯୫୦ ଦଶକରେ ପ୍ରଖ୍ୟାତ ଇଂରେଜ ଗଣିତଜ୍ଞ ଆଲାନ ଟର୍ନିଙ୍ଗ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାକ୍ଷିକ ବିଜ୍ଞାନ ପତ୍ରିକା ମାଇଣ୍ଡରେ ‘କମ୍ପ୍ୟୁଟର ଯନ୍ତ୍ର ଓ ବୁଦ୍ଧିମତ୍ତା’ ଶୀର୍ଷକ ଏକ ଆଲେଖ୍ୟରେ…

ଏହି ଦିନ ଅବସର ନେବେ ରୋହିତ-କୋହଲି! ବଡ଼ ଖୁଲାସା କରିଦେଲେ ଯୁବରାଜ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ନିକଟରେ ଯୁବରାଜ ସିଂ ବଡ଼ ବୟାନ ଦେଇଛନ୍ତି। ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ନିଶ୍ଚିତ ସୁଯୋଗ ମିଳିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?