Posted inଖେଳ

ଏହି ଦିନ ଅବସର ନେବେ ରୋହିତ-କୋହଲି! ବଡ଼ ଖୁଲାସା କରିଦେଲେ ଯୁବରାଜ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ନିକଟରେ ଯୁବରାଜ ସିଂ ବଡ଼ ବୟାନ ଦେଇଛନ୍ତି। ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ନିଶ୍ଚିତ ସୁଯୋଗ ମିଳିବା ଉଚିତ ବୋଲି ଯୁବରାଜ କହିଛନ୍ତି।

ଆଗାମୀ ପିଢ଼ିର କ୍ରିକେଟରଙ୍କୁ ଗଢ଼ି ତୋଳିବାରେ ଲାଗିଛନ୍ତି ଯୁବରାଜ ସିଂ। ପ୍ରକୃତରେ ଅଭିଷେକ ଶର୍ମା, ଶୁଭମନ ଗିଲ ଏବଂ ପ୍ରଭସିମରନ ସିଂଙ୍କ ଭଳି କ୍ରିକେଟରଙ୍କୁ ଯୁବରାଜ ହିଁ ନିଜ ମାର୍ଗଦର୍ଶନରେ ଗଢ଼ି ତୋଳିଛନ୍ତି। ତାଙ୍କ କହିବା ଅନୁସାରେ, ଅଭିଷେକ, ବୈଭବ ସୂର୍ଯ୍ୟବଂଶୀ ଏବଂ ଇଶାନ କିଶନଙ୍କ ଭଳି ଖେଳାଳିଙ୍କୁ ଯଦି ଦିନିକିଆ ଦଳରେ ସୁଯୋଗ ନମିଳେ, ତେବେ ଏହା ସେମାନଙ୍କ ପ୍ରତିଭାର ଅପଚୟ ହେବ।

ନିକଟରେ ଯୁବରାଜ ସିଂ ମୁମ୍ବାଇ ଯାଇଥିଲେ। ଏଠାରେ ଅଭିଷେକ ଶର୍ମାଙ୍କୁ ଦିନିକିଆ ଦଳରେ ସାମିଲ କରିବା ପ୍ରସଙ୍ଗରେ ସେ କହିଥିଲେ, ମୁଁ ତାଙ୍କୁ (ଅଭିଷେକ) ଦିନିକିଆ ଦଳରେ ଦେଖିବାକୁ ନିଶ୍ଚିତ ଭାବେ ଚାହିଁବି। ମୁଁ ପୂର୍ବରୁ ମଧ୍ୟ କହିଛି ଯେ, ଯଦି ଆମେ ଅଭିଷେକ, ଇଶାନ କିଶନ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଖେଳାଳିଙ୍କୁ ୫୦ ଓଭର ଫର୍ମାଟରେ ସୁଯୋଗ ନଦେବା, ତେବେ ଆମେ କେଉଁଠି ନା କେଉଁଠି ନିଜ ପ୍ରତିଭା ସହ ଅନ୍ୟାୟ କରିବା। ଏହି ତିନି ଜଣ ବ୍ୟାଟର ଟି-୨୦ କ୍ରିକେଟରେ ଟପ୍‌ ଅର୍ଡରର ଦାୟିତ୍ୱ ସମ୍ଭାଳୁଛନ୍ତି। ଅନ୍ୟପଟେ ୨୦୨୭ ଦିନିକିଆ ବିଶ୍ୱକପ ପରେ ସମ୍ଭବତଃ ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ନେଇପାରନ୍ତି। ଏହାପରେ ଭାରତୀୟ ଦଳର ଟପ ଅର୍ଡରରେ ଦୁଇଟି ସ୍ଥାନ ଖାଲି ହୋଇପାରେ। ବିଶେଷ କରି ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ଲିଷ୍ଟ-ଏ ଓ ଦିନିକିଆ କ୍ରିକେଟର ଅଧିକ ଅଭିଜ୍ଞତା ନାହିଁ। ବୈଭବ ଏପର୍ଯ୍ୟନ୍ତ ମାତ୍ର ୧୩ଟି ଲିଷ୍ଟ-ଏ ମ୍ୟାଚ ଖେଳିଛନ୍ତି। ତଥାପି ଏହି ଯୁବ ଖେଳାଳିଙ୍କୁ ଦିନିକିଆ ଦଳ ପାଇଁ ପ୍ରସ୍ତୁତ କରିବାକୁ ଟିମ ମ୍ୟାନେଜମେଣ୍ଟ ଉଦ୍ୟମ କରିବା ଉଚିତ ବୋଲି ଯୁବରାଜ ମତ ଦେଇଛନ୍ତି।

ଯୁବରାଜ ସିଂ ମଧ୍ୟ ସ୍ବୀକାର କରିଛନ୍ତି ଯେ, ବର୍ତ୍ତମାନ ୫୦ ଓଭର ଫର୍ମାଟରେ ଅଭିଷେକ, ବୈଭବ ଏବଂ ଇଶାନଙ୍କ ପାଇଁ ସ୍ଥାୟୀ ସ୍ଥାନ ହାସଲ କରିବା ସହଜ ନୁହେଁ। କିନ୍ତୁ ସେମାନଙ୍କର ବର୍ତ୍ତମାନର ଦମ୍ଦାର ପ୍ରଦର୍ଶନକୁ ଦେଖିଲେ ଖୁବଶୀଘ୍ର ସେମାନଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିବା ଉଚିତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉତକେଲା-ଭୁବନେଶ୍ୱର ବିମାନ ଭଡ଼ା ୫ ଗୁଣା ବୃଦ୍ଧି: ସାଧାରଣ ଯାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

କେସିଙ୍ଗା,୩୧।୧୦(ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଯାତ୍ରା ଏବେ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି। କଳାହାଣ୍ଡି ଜିଲାର ଉତକେଲା ବିମାନବନ୍ଦରରୁ ଭୁବନେଶ୍ୱର ଯିବା ପାଇଁ…

ଶେଷରେ ରୋହିତ ଶର୍ମାଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଦେଲା ବଡ଼ ଅପଡେଟ୍‌! IPL ପୂର୍ବରୁ ହଇଚଇ

ନୂଆଦିଲ୍ଲୀ,୩୧।୧୦: IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ କିଛି ବଡ଼ ପରିବର୍ତ୍ତନ କରାଯାଇଛି। କିରନ ପୋଲାର୍ଡଙ୍କୁ ଦଳର ନୂଆ ହେଡ କୋଚ ନିଯୁକ୍ତ କରାଯାଇଥିବା ବେଳେ…

ମାତ୍ର ୧୫୭୭ ଦିନରେ ଏମିତି କାରନାମା କଲେ ଅର୍ଶଦୀପ ସିଂହ: ଭାଙ୍ଗିଲେ ୩ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ନିଜ ନାମରେ ଏକାଧିକ ବଡ଼ ରେକର୍ଡ କରିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ…

ବାପା-ଝିଅଙ୍କୁ ଧକ୍କା ଦେଲା ଅଜଣା କାର୍‌: ଆଉ ତା’ପରେ ଘଟିଲା…

ଦାରିଙ୍ଗବାଡ଼ି, ୩୧।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଜଣା କାର୍‌ ଧକ୍କାରେ ବାପା ଓ ତାଙ୍କ ୬…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମଇଣ୍ଡିଆର ଟେନ୍‌ସନ୍‌: ପୁଣି ଫେଲ ମାରିଲେ..

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଖରାପ ଫର୍ମ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ…

ବଡ଼ ରେକର୍ଡ କରିଦେଲେ ଶ୍ରେୟସ ଆୟର: ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳକୁ ଚତୁର୍ଥ ମ୍ୟାଚ୍‌ରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ୩ଟି ମ୍ୟାଚ…

ଭୋଟ ଦେବାକୁ ଆନ୍ଧ୍ର କରୁଛି ବ୍ଲାକ୍‌ମେଲ୍‌: ଲୋକଙ୍କୁ ବୁଝାଇଲେ ବିଧାୟକ

ନନ୍ଦପୁର,୩୧ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ ଓ ପ୍ରଶାସନିକ…

ସରକାର ଆଗୁଆ ପ୍ରସ୍ତୁତ ହୋଇଥିଲେ ଏତେ ଖରାପ ଅବସ୍ଥା ହୋଇ ନ ଥାଆନ୍ତା: ବିଜେଡି

ଭୁବନେଶ୍ୱର, ୩୧।୧୦(ସୁନିତ୍‌ ମିଶ୍ର): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?