ମା’ଓ ଶିଶୁର ପୋଷଣ

ସୁସ୍ଥ ମା’ ପେଟରୁ ଜନ୍ମ ନିଏ ସୁସ୍ଥ ସମାଜ। ଏଇଠୁ ଅଙ୍କୁରିତ ହୁଏ ସୃଷ୍ଟିର ପ୍ରଥମ ମୂଳଦୁଆ। ଯେକୌଣସି ଦେଶର ଭବିଷ୍ୟତ ନିର୍ଭର କରେ ମା’ ଓ ଶିଶୁର ସୁସ୍ଥତା ଉପରେ। ତେଣୁ ଭବିଷ୍ୟତକୁ ସମୃଦ୍ଧ କରିବାକୁ ହେଲେ ଏମାନଙ୍କର ସୁସ୍ଥତା ନିହାତି ଆବଶ୍ୟକ। ଆଉ ସୁସ୍ଥତା ଲାଗି ସର୍ବପ୍ରଥମେ ଲୋଡ଼ା ସ୍ବାସ୍ଥ୍ୟ ପାଇଁ ଠିକ୍‌ ମାତ୍ରାରେ ପୋଷଣ…

ଆଜି ଅକ୍ଟୋବର ୨ ତାରିଖକୁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଷଷ୍ଠ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ଓ ଶ୍ରୀଧନ୍ବନ୍ତରୀ ଜୟନ୍ତୀ ଉତ୍ସବ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସ ଉପଲକ୍ଷେ ସୁସ୍ଥ ଜୀବନ ଲାଗି ପୋଷଣର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହି ଅବସରରେ ମା’ ଓ ଶିଶୁର ପୋଷଣକୁ ନେଇ ବିଶେଷ
ଗର୍ଭବତୀ ମହିଳା, ଶିଶୁ ଓ ରୋଗୀମାନଙ୍କ ପାଇଁ ପ୍ରୋଟିନର ଆବଶ୍ୟକତା ବହୁତ ବେଶି। ତେଣୁ ଶରୀରରେ ଉପଯୁକ୍ତ ପୋଷଣ ନିମନ୍ତେ ସେମାନେ ସର୍ବଦା ସୁଷମ ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଉଚିତ। ଶସ୍ୟ, ଛୁଇଁ ଜାତୀୟ ପରିବା, ବାଦାମ, ତୈଳ ଜାତୀୟ ଖାଦ୍ୟ, କ୍ଷୀର ଜାତୀୟ ପଦାର୍ଥ, ଚୂନା ମାଛ, ଅଣ୍ଡା ଓ ସୋୟାବିନ୍‌ରୁ ଶତକଡ଼ା ୪୦ ଭାଗ ପ୍ରୋଟିନ ମିଳେ। କ୍ଷୀର, ଛେନା, ଲହୁଣି, ଘିଅ ପ୍ରଭୃତି ଚର୍ବି ଜାତୀୟ ଖାଦ୍ୟରେ ଭିଟାମିନ୍‌ ଏ, ଡି, ଇ ଏବଂ କେ ରହିଥାଏ। ୧ ଗ୍ରାମ ଚର୍ବି ଜାତୀୟ ଖାଦ୍ୟ ୯ କିଲୋ କ୍ୟାଲୋରି ପ୍ରଦାନ କରେ। ସିମ୍‌ଲା ଓ ଲଙ୍କା, ପାଳଙ୍ଗ, ବଥୁଆ, ସୋରିଷ ଶାଗ, ପତ୍ର କୋବି, ପିଆଜ ଷଣ୍ଢା, ମେଥି, ମୂଳାଶାଗ, ଧନିଆପତ୍ର, ଅଁଳା, କଦଳୀ ଭଣ୍ଡା, ଚଣାଶାଗ, ଅଙ୍ଗୁର, ନାସପାତି, ପିଜୁଳି ଆଦି ହାଡ଼ ଓ ଦାନ୍ତ ମଜଭୁତ କରେ, ଦୃଷ୍ଟିଶକ୍ତି ବୃଦ୍ଧି କରେ।
ସାଧାରଣତଃ ମହିଳା ଓ ଶିଶୁମାନେ ଅପପୁଷ୍ଟିର ଶିକାର ହେବା ଫଳରେ ସେମାନଙ୍କ ରକ୍ତରେ ହିମୋଗ୍ଲୋବିନ୍‌ ପରିମାଣ କମିଯାଏ; ଯାହା ଫଳରେ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ସମସ୍ୟା ସୃଷ୍ଟି କରିଥାଏ। ମହିଳାମାନେ ସାଧାରଣତଃ ଶେଥା ଦେଖାଯାଆନ୍ତି। ହାଲିଆ ଲାଗିବା, ଦୁର୍ବଳତା, ମୁଣ୍ଡ ବୁଲାଇବା, ଅଣନିଃଶ୍ୱାସୀ ଅନୁଭବ କରନ୍ତି। ମୁହଁ ଦେହରେ ଫୁଲା ଦେଖାଯାଏ। ସବୁଜ ପନିପରିବା, ଆମ୍ବ, ପିଜୁଳି, କମଳା ଓ ମିଠା ଲେମ୍ବୁ, ଡାଲିଜାତୀୟ ଖାଦ୍ୟ, ରାଶି, ଗୁଡ଼, ଗାଈ କ୍ଷୀର, ଅଶ୍ୱଗନ୍ଧା ରସାୟନ, ଶିଳାଜତୁ ରସାୟନ, ବ୍ରାହ୍ମୀ ବଟିକା ପ୍ରଭୃତି ଔଷଧ ସେବନ କରିବା ଦ୍ୱାରା ପ୍ରାକୃତିକ ଉପାୟରେ ଏହାର ପ୍ରତିରୋଧ କରାଯାଇପାରିବ।
ସୁଷମ ଖାଦ୍ୟ ହିଁ ଶରୀରକୁ ଆବଶ୍ୟକୀୟ ଉପାଦାନ ଯୋଗାଇବା ସହ ଏନ୍‌ଜାଇମ୍‌, ହରମୋନ ଓ ଆଣ୍ଟିବଡ଼ି ଗଠନ କରିବା ସହ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଖଣିଜ ଲବଣ ଯେପରି କି କ୍ଷୀର କ୍ୟାଲସିୟମ୍‌ ଖାଦ୍ୟସାର ଓ ପ୍ରୋଟିନ୍‌ର ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସ। ପୁଷ୍ଟିହୀନତାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଜନସ୍ବାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବିଚାର କରି ସୁଷମ ଖାଦ୍ୟ ଗ୍ରହଣ ନିମନ୍ତେ ପରାମର୍ଶ ଦେଇଛନ୍ତି।
କିଶୋରୀ ଗର୍ଭବତୀଙ୍କର ସ୍ବତନ୍ତ୍ର ଭାବେ ଯତ୍ନ ନେବା ଆବଶ୍ୟକ। ଖାଦ୍ୟରେ ଉପଯୁକ୍ତ ପୋଷଣ ମିଳିଲେ ସେମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିପାଇବ। ୧୮ବର୍ଷରୁ କମ୍‌ ୩୫ବର୍ଷରୁ ଅଧିକ ବୟସରେ ପ୍ରଥମ ଗର୍ଭଧାରଣ କଲେ ମହିଳାଙ୍କ କ୍ଷେତ୍ରରେ ବହୁ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଥାଏ। ରକ୍ତହୀନତା, ଉଚ୍ଚ ରକ୍ତଚାପ, ଥାଲାସେମିଆ, ମଧୁମେହ, ଥାଇରଏଡ, ହୃଦ୍‌ରୋଗ, ପେଟରେ ଅଧିକ ଯନ୍ତ୍ରଣା କିମ୍ବା ପେଟରେ ପିଲା ନ ବୁଲିବା ଭଳି ଲକ୍ଷଣଗୁଡ଼ିକ ଗର୍ଭାବସ୍ଥାରେ ବିପଦପୂର୍ଣ୍ଣ ହୋଇଥିବାରୁ ଠିକ୍‌ ଚିକିତ୍ସା, ଖାଦ୍ୟପେୟ ଓ ବିଶ୍ରାମ ଆବଶ୍ୟକ। ମା’ର ପ୍ରଥମ କ୍ଷୀର ହଳଦିଆ ଓ ବହଳିଆ କଷକ୍ଷୀର ଯାହାକୁ କୋଲେଷ୍ଟ୍ରମ କହନ୍ତି, ତାହା ଶିଶୁକୁ ପିଆଇବା ନିହାତି ଆବଶ୍ୟକ। ଏହି କ୍ଷୀର ଶିଶୁକୁ ଅନେକ ସଂକ୍ରମଣରୁ ରକ୍ଷା କରିବା ସହ ତା’ର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରେ।
ଶିଶୁଟି ମାତୃ ଗର୍ଭରେ ସଞ୍ଚାର ହେବା ଓ ଜନ୍ମ ହେବା ପରଠାରୁ ପୂର୍ଣ୍ଣ ବୟସ ପ୍ରାପ୍ତି ପର୍ଯ୍ୟନ୍ତ ମା’ ଓ ଶିଶୁର ଉତ୍ତମ ପୋଷଣ ଆବଶ୍ୟକ। କୁପୋଷଣ ହେତୁ ଶିଶୁଟି ଦୁର୍ବଳ ହୋଇପଡ଼େ। ସେହିପରି ବିବିଧ ଖଣିଜ ଲବଣ ଅଭାବରୁ ରକ୍ତହୀନତା, ହୃଦ୍‌ରୋଗ ସ୍ମରଣ ଶକ୍ତି ହ୍ରାସ ପାଏ। ବିଶେଷ କରି ଶାଗ ଜାତୀୟ ଖାଦ୍ୟରୁ ଖଣିଜ ଲବଣ ଗାଜରରେ ପ୍ରଚୁର ଜୀବସାର କାଞ୍ଜିଅଁଳା, ଲେମ୍ବୁ, ସଜନାଶାଗ ଆଦିରେ ଜୀବସାର ‘ଗ’ ମିଳିଥାଏ। କଦଳୀ, ବ୍ରୋକଲି, ବନ୍ଧାକୋବି, ଭେଣ୍ଡି, ପୋଟଳ ପ୍ରଭୃତି ତଟକା ସବୁଜ ପରିବା ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ପାଇଁ ଉପଯୁକ୍ତ ପୋଷଣ ଯୋଗାଇ ଦେଇଥାଏ। ବ୍ରାହ୍ମୀ ରସାୟନ, ଚ୍ୟବନ ପ୍ରାଶ, ଅଶ୍ୱଗନ୍ଧା ରସାୟନ, ଯଷ୍ଟିମଧୁ, ମଣ୍ଡୁକପର୍ଣ୍ଣି, ଆମଳକୀ, ରକ୍ତପୁରିଣୀ ଶାଗ ପ୍ରଭୃତି ଶରୀରକୁ ପୋଷଣ ଯୋଗାଇବାରେ ସାହାଯ୍ୟ କରିଥାଏ। ତେଣୁ ଆମେ ସଚେତନ ହୋଇ ପ୍ରାକୃତିକ ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଚେଷ୍ଟା କରିବା ଉଚିତ।

 

ଡା. ସ୍ବପ୍ନେଶ୍ୱର ପଣ୍ଡା
-ରାଜବୈଦ୍ୟ, ସାଇଲୋ ଗୋବିନ୍ଦପୁର କଟକ, ମୋ:୯୪୩୭୦୩୬୨୬୫


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?