Posted inଫୁରସତ

ସବୁଠୁ ଡ଼େଙ୍ଗା ବାସ୍କେଟବଲ ଖେଳାଳି

ଉତ୍ତର ପ୍ରଦେଶ କାନପୁରରେ ପୁନମ ଚତୁର୍ବେଦୀଙ୍କର ଜନ୍ମ। ହାଇସ୍କୁଲରେ ପଢ଼ିବାବେଳକୁ ତାଙ୍କର ଉଚ୍ଚତା ଅସ୍ବାଭାବିକଭାବେ ବଢ଼ି ଛଅଫୁଟ ହୋଇ ସାରିଥିଲା। ଫଳରେ ସେ ଭିଡ଼ ଭିତରୁ ବି ବାରି ହୋଇପଡୁଥିଲେ। ହେଲେ ସାଙ୍ଗସାଥୀ ତାଙ୍କୁ ବହୁତ ଚିଡ଼ାଉଥିଲେ। ତାଙ୍କର ଉପର ଓଠରେ ବିକୃତି ଥିଲା। ତାହା ତାଙ୍କ ରୂପକୁ ଖରାପ କରିବା ସହ ସେ ଭଲରେ କଥା ବି ହୋଇପାରୁ ନ ଥିଲେ। ତେଣୁ ସମସ୍ତେ ତାଙ୍କୁ ଉପହାସ କରୁଥିଲେ। ତେବେ ଥରେ ତାଙ୍କର ଜଣେ ପାରିବାରିକ ମିତ୍ରଙ୍କର ତାଙ୍କ ଉଚ୍ଚତା ଉପରେ ନଜର ପଡ଼ିଲା। ସେ ପ୍ରସ୍ତାବ ଦେଲେ ବାସ୍କେଟବଲ ଖେଳିବା କଥା କେବେ ଭାବିଚ? ଏଇଠୁ ତାଙ୍କ ମନରେ ଏକ ନୂଆ ଆଶା ସଞ୍ଚରିତ ହେଲା। ସେ ଭାବିଲେ ଯେଉଁ ଉଚ୍ଚତା ପାଇଁ ପରିହାସର ଶିକାର ହେବାକୁ ପଡ଼ୁଛି, ତା’ର ସଦୁପଯୋଗ କରି ନାଁ କରିବି। ତେଣୁ ଏହି ଖେଳରେ ମନୋନିବେଶ କଲେ। ଖୁବ୍‌ ଶୀଘ୍ର ସେ ରାଜ୍ୟସ୍ତରୀୟ ଖେଳ ପାଇଁ ମନୋନୀତ ହୋଇଗଲେ। ଦିନକୁ ଦିନ ସେ ଭଲ ପ୍ରଦର୍ଶନ କରି ନାଁ କରିବାକୁ ଲାଗିଲେ। ହେଲେ ଭାଗ୍ୟ ପୁଣିଥରେ ତାଙ୍କ ସହ ଖେଳ ଖେଳିଲା। ୨୦୧୩ରେ ତାଙ୍କର ବ୍ରେନ ଟ୍ୟୁମର୍‌ ହୋଇଛି ବୋଲି ଜଣାପଡ଼ିଲା। ଦୁଇଟି ବଡ଼ ବଡ଼ ସର୍ଜରି ହେଲା। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଖେଳଠୁ ଦୂରେଇ ରହିବାକୁ ହେଲା। ହେଲେ ତାଙ୍କର ବାସ୍କେଟବଲ ପ୍ରତି ଭଲ ପାଇବା ଓ ଦୃଢ଼ମନୋବଳ ତାଙ୍କୁ ଖୁବ୍‌ ଟ୍ୟୁମର ସହ ଲଢ଼ି ସୁସ୍ଥ ହେବାରେ ସାହାଯ୍ୟ କଲା। ୨୦୧୯ରେ ସେ ଟ୍ୟୁମରମୁକ୍ତ ବୋଲି ଘୋଷିତ ହେଲେ। ସେ ପୁଣି ଥରେ ଖେଳ ପଡ଼ିଆକୁ ଓହ୍ଲାଇଲେ। ଭଲ ପ୍ରଦର୍ଶନ ବି କଲେ। ସେ ଏବେ ଭାରତର ସାତଫୁଟିଆ ମହିଳା ବାସ୍କେଟବଲ ଖେଳାଳିଭାବେ ବେଶ୍‌ ପରିଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?