୨୭ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସାଧାରଣତଃ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ। ମୌସୁମୀ ଜୁନ୍‌ ପ୍ରଥମ ସପ୍ତାହ କିମ୍ବା ୧୦ ତାରିଖ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି। ଚାଷୀମାନେ ଅଖିମୁଠି ଅନୁକୂଳ କରି ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ପ୍ରାକ୍‌ ମୌସୁମୀ ବର୍ଷା ହେଲେ ଧାନବୁଣା ଆରମ୍ଭ ହେବ। ଏ ପର୍ଯ୍ୟନ୍ତ ପ୍ରାକ୍‌ ମୌସୁମୀ ବର୍ଷା ହୋଇ ନ ଥିବାରୁ ବିହନ ଅନୁକୂଳ ହୋଇ ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଉ ଦୁଇଦିନ ପରେ ଆଣ୍ଡାମାନ ନିକୋବର ଛୁଇଁବା ସମ୍ଭାବନା ରହିଛ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଭାଗ କହିଛି ଯେ ସାଧାରଣତଃ ମୌସୁମୀ ଜୁନ୍‌ ୧ରେ କେରଳ ଛୁଇଁଥାଏ। ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ। ଏଥର ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଆସିବା ସମ୍ଭାବନା ରହିଛି। ମେ’ ୨୭ରେ ମୌସୁମୀ କେରଳ ଛୁଇଁବାକୁ ଥିବାବେଳେ ଏଥର ଏହା ସ୍ବାଭାବିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବ। ଉତ୍ତର ଭାଗର ଅଧିକାଂଶ ଅଞ୍ଚଳ, ଏହାକୁ ଲାଗି ରହିଥିବା କେନ୍ଦ୍ରୀୟ ଭାରତୀୟ ଅଞ୍ଚଳ ଓ ଉତ୍ତର-ପଶ୍ଚିମ ଭାଗର କିଛି ସ୍ଥାନରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର-ପଶ୍ଚିମର କିଛି ଅଂଶ ଓ ଦକ୍ଷିଣ-ପୂର୍ବ ଭାଗରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ଆକଳନ କରାଯାଇଛି।
ପାଣିପାଗ ବିଭାଗ ସ୍ବାଭାବିକ ବର୍ଷା ହେବ ବୋଲି ଆକଳନ କରୁଥିଲେ ମଧ୍ୟ ଗତ କିଛି ବର୍ଷ ହେବ ମୌସୁମୀଜନିତ ବର୍ଷା ରାଜ୍ୟରୁ କମି କମି ଗଲାଣି। ୨୦୨୧ରେ ମୌସୁମୀ ସ୍ବାଭାବିକ ହେବ ବୋଲି ଅନୁମାନ କରାଯାଇଥିଲା। ଜୁନ୍‌ ୧୨ ତାରିଖରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥିଲା। ଦିନେ ଦୁଇଦିନ ବର୍ଷା ହେବା ପରେ ଗାଏବ ହୋଇ ଯାଇଥିଲା। ଜୁଲାଇ ଏବଂ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଯୋଗୁ ରାଜ୍ୟର ୨୬ ଜିଲାରେ ଚାଷ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଏପରି କି ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଚଳିତ ବର୍ଷ ମୌସୁମୀର କୃପା ଦୃଷ୍ଟି ରହୁଛି କି ନାହିଁ ତାହା ଆଗମନ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଗୁରୁ

ମାଲକାନଗିରି,୨୪।୧୦(ଡି.ଏନ୍‌.ଏ.): ବୟସର ଅପରାହ୍ନରେ ପରିବାର ଲୋକଙ୍କ ସ୍ନେହ ଓ ସେବା ଲୋଡ଼ାହୁଏ। ଶେଷ ସମୟରେ ନିଜର ଲୋକେ ନ ପଚାରିଲେ ଜୀବନ ଜିଇଁବା କଷ୍ଟକର ହୋଇପଡ଼େ।...

ତେଲଙ୍ଗାନାରେ ଲୁଚିଥିଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ,୧୫।୪: କଟକ ବଡ଼ ମେଡିକାଲ(ଏସ୍‌ସିବି)ରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ୫ ଦିନ ପରେ କମିଶନରେଟ ପୋଲିସ ଧରିବାରେ ସଫଳ ହୋଇଛି। ତେଲଙ୍ଗାନାର ସଙ୍ଗାରେଡି ଜିଲାରୁ ହାଇଦରଙ୍କୁ...

ବରଗଡ଼ରେ ଯୋଗ ଦେଲେ ନୂଆ ଏସ୍‌ପି

ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ନୂତନ ଏସ୍‌ପି ଭାବେ ଶୁକ୍ରବାର ପରମାର୍‌ ସ୍ମିତ୍‌ ପୁରୁଷୋତ୍ତମ ଦାଶ ଯୋଗଦାନ କରିଛନ୍ତି। ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପରମାର୍‌...

ପୂଜାଛୁଟି ପରେ ଖୋଲିପାରେ ସ୍କୁଲ୍‌: ବିଦ୍ୟାଳୟ ପରିସର ସଫା ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୮ା୧୦(ବ୍ୟୁରୋ)-  ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ୍‌ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସ୍କୁଲ ପରିସର ସଫେଇ ସହ ସ୍କୁଲ୍‌ ଭିତ୍ତିଭୂମି ସଜାଡ଼ିବା, ଶିକ୍ଷକଙ୍କୁ...

ଭୁବନେଶ୍ୱରରେ ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର : ଅନ୍ତର୍ନିହିତ ଶକ୍ତିର ବିକାଶରେ ଦେଶର ବିକାଶ

ଭୁବନେଶ୍ୱର, ୩।୮(ବ୍ୟୁରୋ): ମଣିଷ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ହୋଇପାରିଲେ ଦେଶର ବିକାଶ ହୋଇପାରିବ। ବର୍ତ୍ତମାନର ଶିକ୍ଷା ପଦ୍ଧତି, ସୃଜନ ଶକ୍ତି...

ଲିଙ୍କ୍‌ ଫେଲ୍‌ ଯୋଗୁ ବ୍ୟାଙ୍କ ସେବା ଅଚଳ: ଗ୍ରାହକ ଅସନ୍ତୋଷ

କଣାସ, ୧୮।୭(ସ୍ବ.ପ୍ର.)-ଗ୍ରାମାଞ୍ଚଳର ଲୋକମାନଙ୍କୁ ସହଜରେ ବ୍ୟାଙ୍କସେବା ଯୋଗାଇଦେବା ପାଇଁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ଅନେକ ସମୟରେ ବ୍ୟାଙ୍କ...

ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କଲେ ଲୁଟେରା

ଝାରବନ୍ଧ,୨୫।୩: ବରଗଡ଼ ଜିଲା ଝାରବନ୍ଧ ଥାନା ଅଧୀନ ଅମଠି ଗ୍ରାମରେ ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଥିବା ମାଇକ୍ରୋ ଫାଇନାନ୍ସ କର୍ମଚାରୀ ବିଶ୍ୱଜିତ ରାଜହଂସଙ୍କ ବୁଧବାର ମୃତ୍ୟୁ...

ପ୍ରେମିକାଙ୍କ ଘରକୁ ଡାକି ପ୍ରେମିକଙ୍କୁ ପିଟିଲେ

ଭଦ୍ରକ ଅଫିସ, ୨୪।୧୨- ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ପ୍ରତାରଣା ଦେଲେ ପ୍ରେମିକା। ଘରକୁ ଡକାଇ ପରିବାର ବର୍ଗଙ୍କ ହାତରେ ଧରା ପକାଇ...

Advertisement
Archives

Model This Week