ଧୋକା ଦେଇପାରେ ମୌସୁମୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାକୁ କେବେ ପ୍ରବେଶ କରିବ ଓ କେତେ ବର୍ଷା ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ଅଖିମୁଠି ଅନୁକୂଳ କରି ଚାଷୀ ମୌସୁମୀକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ଚାଷ କାର୍ଯ୍ୟ ଆରମ୍ଭ ହେବ। ତେବେ ପାଣିପାଗର ପୂର୍ବାନୁମାନ ଯାହା କହୁଛି, ଆସନ୍ତା ୧୨ ତାରିଖ ସୁଦ୍ଧା ଓଡ଼ିଶାକୁ ମାୈସୁମୀ ପ୍ରବେଶ କରିବାର କୌଣସି ସୂଚନା ଦେଖାଯାଉ ନାହିଁ। ରାଜ୍ୟରେ ତାତି ବଢ଼ି ଚାଲିଥିବା ବେଳେ ବର୍ଷା ମଧ୍ୟ ହ୍ରାସ ପାଇବାରେ ଲାଗିଛି।
ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଗତ କିଛି ବର୍ଷ ହେବ ରାଜ୍ୟରେ ମାର୍ଚ୍ଚ ଓ ଏପ୍ରିଲରେ ସ୍ବାଭାବିକଠାରୁ ୩ରୁ ୮ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ବଢ଼ିଯାଉଛି। ୨୦୧୬ ମାର୍ଚ୍ଚ ୩୧ରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ପୂର୍ବ ରେକର୍ଡକୁ ଭାଙ୍ଗି ୪୨.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ୨୦୨୧ ମାର୍ଚ୍ଚ ୩୧ରେ ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ତାପମାତ୍ରାଠାରୁ ୮ ଡିଗ୍ରୀ ସେଲ୍‌ସିୟସ ଅଧିକ। ସେହିପରି ରାଜ୍ୟର ଅନ୍ୟାନ୍ୟ ଭାଗରେ ମଧ୍ୟ ପାରଦ ଉପରମୁହଁା ରହୁଛି। ବର୍ଷକରେ ମାତ୍ର ୨ ମାସ ଛାଡ଼ିଦେଲେ ୧୦ ମାସ ଶୁଖିଲା ରହୁଛି। ବର୍ଷା ପରିମାଣ କମୁଥିବାରୁ ରାଜ୍ୟର ଅଧିକାଂଶ ନଦୀ ବର୍ଷା ଋତୁରେ ମଧ୍ୟ ଶୁଖିଲା ପଡୁଛି। ଆଷାଢ଼ ଓ ଶ୍ରାବଣରେ ପ୍ରବଳ ବର୍ଷା ହୁଏ। ତାହା ଏବେ ସ୍ବପ୍ନ ହେବାକୁ ବସିଲାଣି। କେତେବେଳେ ପ୍ରବଳ ବର୍ଷା ହେଉଛି ତ କେତେବେଳେ ଟୋପାଏ ହେଉ ନାହିଁ।
ଚଳିତ ବର୍ଷ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ କେତେ ବର୍ଷା ହେବ, ସେ ନେଇ ଏକ ମିଶ୍ରିତ ଆକଳନ କରାଯାଇଛି । ମୌସୁମୀ ଋତୁରେ ରାଜ୍ୟର କିଛି ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। କିଛି ଅଞ୍ଚଳରେ ସ୍ବାଭାବିକ ବର୍ଷା ହେବ। କିନ୍ତୁ ଆଉ କିଛି ସ୍ଥାନରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ। ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଦୁର୍ବଳ ମୌସୁମୀକୁ ଦେଖିଲେ ଏହି ଆକଳନ କେତେ ସତ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ। କେରଳରେ ୩ ଦିନ ପୂର୍ବରୁ ଅର୍ଥାତ୍‌ ମେ’ ୨୯ରେ ମୌସୁମୀ ପ୍ରବେଶ କରିଥିବା ପାଣିପାଗ ବିଭାଗ ଘୋଷଣା କରିଥିଲା। ତେବେ କେରଳରେ ଏହା ଦୁର୍ବଳ ସ୍ଥିତିରେ ରହିଛି। ପାଗ ଅନୁକୂଳ ହେଉ ନ ଥିବାରୁ ମୌସୁମୀ ଆଗକୁ ବଢ଼ିପାରୁ ନାହିଁ। ଆସନ୍ତା ୧୨ ତାରିଖ ପୂର୍ବରୁ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବା ସମ୍ଭାବନା କ୍ଷୀଣ। ଆସନ୍ତା ୧୧ ତାରିଖ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ତେବେ ୧୨ ତାରିଖରେ ମୌସୁମୀ ଓଡ଼ିଶା ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି। ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ମୌସୁମୀ ବର୍ଷା ହୋଇପାରେ। ୧୭ ତାରିଖ ସୁଦ୍ଧା ରାଜ୍ୟର ଅଧିକାଂଶ ଭାଗକୁ ମୌସୁମୀ ପ୍ରବେଶ କରିବ। ମୌସୁମୀ ପ୍ରବେଶ କଲେ ମଧ୍ୟ ହାଲୁକା ବର୍ଷା ହେବ। ଜୁନ୍‌ ୨୫ରୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି।
ମୌସୁମୀ ବାୟୁ ସାଧାରଣତଃ ଓଡ଼ିଶାରେ ଜୁନ୍‌ ୧୦ରୁ ୧୨ ମଧ୍ୟରେ ପ୍ରବେଶ କରିଥାଏ। ଚଳିତ ବର୍ଷ ଆଗୁଆ ପ୍ରବେଶ କରିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିଲା। ହେଲେ ଏ ପର୍ଯ୍ୟନ୍ତ ପାଗ ଅନୁକୂଳ ହୋଇ ନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ପାରଦ ୪୨ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ନୂଆପଡ଼ାରେ ୪୨.୪, ସୁନ୍ଦରଗଡ଼ରେ ୪୨, ଝାରସୁଗୁଡ଼ାରେ ୪୧.୬, ବାରିପଦାରେ ୪୦, ସମ୍ବଲପୁରରେ ୪୧, ହୀରାକୁଦରେ ୩୯.୬, ଫୁଲବାଣୀରେ ୩୯.୭, ମାଲକାନଗିରିରେ ୩୯, ନୟାଗଡ଼ ୪୦, ଯାଜପୁର ୪୦, ବରଗଡ଼ ୩୯.୫ ଏବଂ ଦେବଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?