ଧୋକା ଦେଇପାରେ ମୌସୁମୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାକୁ କେବେ ପ୍ରବେଶ କରିବ ଓ କେତେ ବର୍ଷା ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ଅଖିମୁଠି ଅନୁକୂଳ କରି ଚାଷୀ ମୌସୁମୀକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ଚାଷ କାର୍ଯ୍ୟ ଆରମ୍ଭ ହେବ। ତେବେ ପାଣିପାଗର ପୂର୍ବାନୁମାନ ଯାହା କହୁଛି, ଆସନ୍ତା ୧୨ ତାରିଖ ସୁଦ୍ଧା ଓଡ଼ିଶାକୁ ମାୈସୁମୀ ପ୍ରବେଶ କରିବାର କୌଣସି ସୂଚନା ଦେଖାଯାଉ ନାହିଁ। ରାଜ୍ୟରେ ତାତି ବଢ଼ି ଚାଲିଥିବା ବେଳେ ବର୍ଷା ମଧ୍ୟ ହ୍ରାସ ପାଇବାରେ ଲାଗିଛି।
ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଗତ କିଛି ବର୍ଷ ହେବ ରାଜ୍ୟରେ ମାର୍ଚ୍ଚ ଓ ଏପ୍ରିଲରେ ସ୍ବାଭାବିକଠାରୁ ୩ରୁ ୮ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ବଢ଼ିଯାଉଛି। ୨୦୧୬ ମାର୍ଚ୍ଚ ୩୧ରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ପୂର୍ବ ରେକର୍ଡକୁ ଭାଙ୍ଗି ୪୨.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ୨୦୨୧ ମାର୍ଚ୍ଚ ୩୧ରେ ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ତାପମାତ୍ରାଠାରୁ ୮ ଡିଗ୍ରୀ ସେଲ୍‌ସିୟସ ଅଧିକ। ସେହିପରି ରାଜ୍ୟର ଅନ୍ୟାନ୍ୟ ଭାଗରେ ମଧ୍ୟ ପାରଦ ଉପରମୁହଁା ରହୁଛି। ବର୍ଷକରେ ମାତ୍ର ୨ ମାସ ଛାଡ଼ିଦେଲେ ୧୦ ମାସ ଶୁଖିଲା ରହୁଛି। ବର୍ଷା ପରିମାଣ କମୁଥିବାରୁ ରାଜ୍ୟର ଅଧିକାଂଶ ନଦୀ ବର୍ଷା ଋତୁରେ ମଧ୍ୟ ଶୁଖିଲା ପଡୁଛି। ଆଷାଢ଼ ଓ ଶ୍ରାବଣରେ ପ୍ରବଳ ବର୍ଷା ହୁଏ। ତାହା ଏବେ ସ୍ବପ୍ନ ହେବାକୁ ବସିଲାଣି। କେତେବେଳେ ପ୍ରବଳ ବର୍ଷା ହେଉଛି ତ କେତେବେଳେ ଟୋପାଏ ହେଉ ନାହିଁ।
ଚଳିତ ବର୍ଷ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ କେତେ ବର୍ଷା ହେବ, ସେ ନେଇ ଏକ ମିଶ୍ରିତ ଆକଳନ କରାଯାଇଛି । ମୌସୁମୀ ଋତୁରେ ରାଜ୍ୟର କିଛି ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। କିଛି ଅଞ୍ଚଳରେ ସ୍ବାଭାବିକ ବର୍ଷା ହେବ। କିନ୍ତୁ ଆଉ କିଛି ସ୍ଥାନରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ। ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଦୁର୍ବଳ ମୌସୁମୀକୁ ଦେଖିଲେ ଏହି ଆକଳନ କେତେ ସତ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ। କେରଳରେ ୩ ଦିନ ପୂର୍ବରୁ ଅର୍ଥାତ୍‌ ମେ’ ୨୯ରେ ମୌସୁମୀ ପ୍ରବେଶ କରିଥିବା ପାଣିପାଗ ବିଭାଗ ଘୋଷଣା କରିଥିଲା। ତେବେ କେରଳରେ ଏହା ଦୁର୍ବଳ ସ୍ଥିତିରେ ରହିଛି। ପାଗ ଅନୁକୂଳ ହେଉ ନ ଥିବାରୁ ମୌସୁମୀ ଆଗକୁ ବଢ଼ିପାରୁ ନାହିଁ। ଆସନ୍ତା ୧୨ ତାରିଖ ପୂର୍ବରୁ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବା ସମ୍ଭାବନା କ୍ଷୀଣ। ଆସନ୍ତା ୧୧ ତାରିଖ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ତେବେ ୧୨ ତାରିଖରେ ମୌସୁମୀ ଓଡ଼ିଶା ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି। ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ମୌସୁମୀ ବର୍ଷା ହୋଇପାରେ। ୧୭ ତାରିଖ ସୁଦ୍ଧା ରାଜ୍ୟର ଅଧିକାଂଶ ଭାଗକୁ ମୌସୁମୀ ପ୍ରବେଶ କରିବ। ମୌସୁମୀ ପ୍ରବେଶ କଲେ ମଧ୍ୟ ହାଲୁକା ବର୍ଷା ହେବ। ଜୁନ୍‌ ୨୫ରୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି।
ମୌସୁମୀ ବାୟୁ ସାଧାରଣତଃ ଓଡ଼ିଶାରେ ଜୁନ୍‌ ୧୦ରୁ ୧୨ ମଧ୍ୟରେ ପ୍ରବେଶ କରିଥାଏ। ଚଳିତ ବର୍ଷ ଆଗୁଆ ପ୍ରବେଶ କରିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିଲା। ହେଲେ ଏ ପର୍ଯ୍ୟନ୍ତ ପାଗ ଅନୁକୂଳ ହୋଇ ନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ପାରଦ ୪୨ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ନୂଆପଡ଼ାରେ ୪୨.୪, ସୁନ୍ଦରଗଡ଼ରେ ୪୨, ଝାରସୁଗୁଡ଼ାରେ ୪୧.୬, ବାରିପଦାରେ ୪୦, ସମ୍ବଲପୁରରେ ୪୧, ହୀରାକୁଦରେ ୩୯.୬, ଫୁଲବାଣୀରେ ୩୯.୭, ମାଲକାନଗିରିରେ ୩୯, ନୟାଗଡ଼ ୪୦, ଯାଜପୁର ୪୦, ବରଗଡ଼ ୩୯.୫ ଏବଂ ଦେବଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri