ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଚଳିତବର୍ଷ ଗ୍ରୀଷ୍ମର ପ୍ରକୋପ ବଢ଼ିନାହିଁ। ଅଳ୍ପ କିଛିଦିନ ଗୋଟିଏ ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲେ ମଧ୍ୟ ଲଗାତର ଝଡ଼ବର୍ଷା ଯୋଗୁ ରାଜ୍ୟରେ ତାତି ହ୍ରାସ ପାଇଛି। ନିୟମିତ ବ୍ୟବଧାନରେ ରାଜ୍ୟର କେତେକ ସ୍ଥାନରେ ଝଡ଼ବର୍ଷା ଲାଗିରହୁଛି। ସାଧାରଣତଃ ଉପକୂଳ ଓଡ଼ିଶାରେ ଅଧିକ କାଳବୈଶାଖୀ ଦେଖିବାକୁ ମିଳିଥାଏ। ଚଳିତବର୍ଷ କୋରାପୁଟ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ ଭଳି ଜିଲାରେ ଅଧିକ ଝଡ଼ବର୍ଷା ହେଉଛି। ଏଥିଯୋଗୁ ପରିବେଶ ଥଣ୍ଡା ରହୁଛି। ଆସନ୍ତା ୧୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ଝଡ଼ବର୍ଷା ହେବା ସମ୍ଭାବନା ରହିଛି। ଏଥିଯୋଗୁ ରାଜ୍ୟରେ ପାରଦ ୪୦ ଡିଗ୍ରୀ ତଳେ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯଦି ଏଭଳି ପାଗ ଜାରିରହିବ ତେବେ ଚଳିତ ବର୍ଷ ଓଡ଼ିଶାରେ ମୌସୁମୀ ସ୍ବାଭାବିକ ରହିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ଏପ୍ରିଲ ଓ ମେ’ ମାସରେ ଗରମ ବଢ଼ିଲେ ରାଜ୍ୟକୁ ମୌସୁମୀ ଆଗମନ ଠିକ୍‌ ସମୟରେ ହୋଇଥାଏ। ରାଜ୍ୟକୁ ସ୍ବାଭାବିକ ବର୍ଷା ମଧ୍ୟ ମିଳିଥାଏ।
ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକ ଭାବେ ମେ’ ୨୦ରେ ଆଣ୍ଡାମାନ ଉପକୂଳ ଛୁଇଁଥାଏ। ଜୁନ୍‌ ୧ ସୁଦ୍ଧା କେରଳ ଏବଂ ଜୁନ୍‌ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶାକୁ ପ୍ରବେଶ କରିଥାଏ। ଚଳିତବର୍ଷ ଗ୍ରୀଷ୍ମର ପ୍ରକୋପ ନ ଥିବାରୁ ଏହା ମୌସୁମୀ ଆଗମନକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗମନ ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି। ଚଳିତ ବର୍ଷ ଓଡ଼ିଶାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ପୂର୍ବରୁ ପାଣିପାଗ ବିଭାଗ ଅନୁମାନ କରିଥିଲା। ଏପ୍ରିଲ ଓ ମେ’ରେ ଗରମ ବଢୁ ନ ଥିବାରୁ ମୌସୁମୀ ପାଇଁ ପାଗ ଅନୁକୂଳ ହେବା ସମ୍ଭାବନା କମ୍‌ ରହିଛି। ଜୁନ୍‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁଲେ ମଧ୍ୟ ବର୍ଷା ଆଶାନୁରୂପ ହୋଇ ନ ପାରେ । ଚଳିତ ବର୍ଷର ଜଳବାୟୁ ମୌସୁମୀ ପାଇଁ କେତେ ଅନୁକୂଳ ହେଉଛି ତାହା ଆଉ ୩ ସପ୍ତାହ ମଧ୍ୟରେ ଜଣାପଡ଼ିବ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକଠାରୁ ୪ ପ୍ରତିଶତ ଅଧିକ ବର୍ଷା ଦେଇଥିଲା। ଜୁଲାଇରେ ଶୁଖିଲା ପକାଇଥିଲେ ମଧ୍ୟ ଅଗଷ୍ଟରୁ ଅକ୍ଟୋବର ତୃତୀୟ ସପ୍ତାହ ଯାଏ ଲଗାତର ଲଘୁଚାପଜନିତ ବର୍ଷା ଯୋଗୁ ବର୍ଷା ଅଭାବ ଭରଣା ହୋଇଯାଇଥିଲା। ଜୁନ୍‌ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୨୫୦ ମିଲିମିଟର ବର୍ଷା ହେବାକୁ ଥିବାବେଳେ ୧୩୦୨ ମିଲିମିଟର ହୋଇଥିଲା। ମାଲକାନଗିରି ଓ ଝାରସୁଗୁଡ଼ା ଜିଲାରେ ଅଧିକ ବର୍ଷା ହୋଇଥିଲା। ଜୁନ୍‌ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ରାଜ୍ୟରେ ୧୦ ଲଘୁଚାପ ସୃଷ୍ଟି ହୋଇଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍‌ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନ୍‌ରେ ସାଧାରଣ ବୃଷ୍ଟିପାତଠାରୁ ୯.୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଜୁଲାଇରେ ୩୪.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା। ଅଗଷ୍ଟରେ ୪୫.୨ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା। ଅଗଷ୍ଟରେ ୧୭ ଜିଲାରେ ସାଧାରଣ ବୃଷ୍ଟିପାତ (୧୯%)ଠାରୁ ଅଧିକ ହୋଇଥିବାବେଳେ ୧୨ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିଲା। ଅଗଷ୍ଟରେ ୪ ଲଘୁଚାପ ହୋଇଥିଲା। ଫଳରେ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଥିଲା। ଏହି ବନ୍ୟାରେ ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲା ଅଧିକ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସ ଦେଇଥାଏ ବ୍ୟବସାୟକୁ ବଳ

ଭୁବନେଶ୍ୱର,୨୩।୧୦: ଇତିହାସ ସାଙ୍ଗକୁ ପୁରାଣରେ ବର୍ଣ୍ଣତ ରହିଛି ଯେ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଜନ୍ମଦିବସକୁ ଧନ୍‌ତେରସ ଭାବେ ଜୈନ ଧର୍ମାବଲମ୍ବୀମାନେ ପାଳନ କରୁଥିବା ବେଳେ ସମୟକ୍ରମେ...

୨୪ରେ ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି

ଢେଙ୍କାନାଳ ଅଫିସ,୨୨ା୧୦ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବର ଭସାଣି ଉତ୍ସବ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ...

କୁଶଭଦ୍ରା ନଦୀରେ ବୁଡ଼ି ଜଣଙ୍କ ଜୀବନ ଗଲା

ଗୋପ,୩।୭(ଡି.ଏନ୍‌.ଏ.): କୁଶଭଦ୍ରା ନଦୀରେ ବୁଡ଼ି ବୁଧବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୀ ଜିଲା ଗୋପ ଥାନା ଅଧୀନ ବାଲିସାହି ଗ୍ରାମର କାଶୀନାଥ...

ଘରୋଇ ସଂସ୍ଥାକୁ ସେସୁ ପରିଚାଳନା ଦାୟିତ୍ୱକୁ ବିରୋଧ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ବିଦ୍ୟୁତ୍‌ ବିତରଣ ପରିଚାଳନା ସଂସ୍ଥା ସେସୁକୁ ଏକ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ସିପିଆଇଏମ ଘୋର୍‌ ବିରୋଧ କରିଛି। ଏନେଇ...

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କୁଳପତି କମଲ ଜିତ୍‌ ସିଂ

ଭୁବନେଶ୍ୱର,୯।୪(ବ୍ୟୁରୋ): ପ୍ରଫେସର କମଲ ଜିତ ସିଂଙ୍କୁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍‌ଏଲ୍‌ୟୁ)ର କୁଳପତି ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର...

ଆଉ ନାହାନ୍ତି ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତା

ଭୁବନେଶ୍ୱର,୬।୨(ବ୍ୟୁରୋ): ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଗବେଷକ ଦାମୋଦାର ହୋତାଙ୍କ ପରଲୋକ ଘଟିଛି। ଶନିବାର ରାତିରେ ନୟାପଲ୍ଲୀସ୍ଥିତ ବାସଭବନ ‘ସୀତାରାମ’...

ଆଲମାରିରୁ ମିଳିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ,୮ା୮(ସ୍ବ.ପ୍ର.): ଗଞ୍ଜେଇ ଚୋରାଚାଲାଣ କରିବା ଲାଗି ଚାଲାଣକାରୀମାନେ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି। କେତେବେଳେ ମୁଢିବସ୍ତା ଭିତରେ ତ କେବେ ଅଦା, ପଣସ ଅଖା ଭିତରେ ଗଞ୍ଜେଇ...

ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ସ୍କୁଲ ଆଣିବେ ଶିକ୍ଷକ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବର୍ତ୍ତମାନ ସ୍କୁଲ୍‌କୁ ୭୦ ପ୍ରତିଶତ ଛାତ୍ରୀଛାତ୍ର ଆସୁଛନ୍ତି। ବାକି ୩୦ ପ୍ରତିଶତ ଛାତ୍ରୀଛାତ୍ର କୁଆଡେ ଗଲେ, ସେମାନଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ...

Advertisement
Archives

Model This Week