ବର୍ତ୍ତମାନ ମାଙ୍କଡ ଛୁଆର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ମାଙ୍କଡ ଛୁଆ କାଚ କାନ୍ଥକୁ ଫଟାଇବାକୁ ଚେଷ୍ଟା କରୁଛି। ପ୍ରଥମେ ସେ ଏକ ପଥରକୁ କାନ୍ଥରେ ପିଟୁଛି ମାତ୍ର କିଛି ଲାଭ ହେଉ ନାହିଁ। ଦ୍ୱିତୀୟ ଥର ପିଟିବା ବେଳେ କାଚ ସ୍କାର୍ଚ୍ଚ ହୋଇଯାଉଛି। ପରେ ମାଙ୍କଡ଼ ଏହା ଦେଖି ଡରିଯାଇ ଦୌଡ଼ି ପଳାଉଛି। ଏହାକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ପଞ୍ଜୁରୀରୁ ବାହାରିଥିବା ମୁକ୍ତ ପଶୁ, ପକ୍ଷୀ’। ଯାହାକି ଅଧିକ ଭାଇରାଲ ହେବାରେ ଲାଗିଛି।
Best use of tools😊
(Free animals & birds from cages) pic.twitter.com/ymErAHbJKK
— Susanta Nanda IFS (@susantananda3) August 12, 2020