Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ୱାରାଣ୍ଟାଇନ୍‌ରେ ପଠାଇବାକୁ ଦାବି: ଉଠୁଛି ଏଭଳି ପ୍ରଶ୍ନ…

ନୂଆଦିଲ୍ଲୀ,୧୪।୮: ଅଯୋଧ୍ୟାର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଅଗଷ୍ଟ ୫ରେ ହୋଇଥିବା ରାମମନ୍ଦିର ଭୂମିପୂଜନ ଉତ୍ସବରେ ଯୋଗଦେଇଥିବା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇସୋଲେଶନରେ ରୁହନ୍ତୁ ବୋଲି କିଛି ଲୋକ ଦାବି କରୁଛନ୍ତି। ଏପରିକି ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଲାଲକିଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ଉଚିତ ନୁହେଁ। ଏହି ଘଟଣାରେ ରାଷ୍ଟ୍ରପତି ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ଦାବି କରୁଥିବା ଦେଖାଯାଇଛି।

ତହସିନ୍‌ ପୁନାସ୍ବାଲା ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଆଇସିଏମ୍‌ଆର୍‌ର ନିର୍ଦ୍ଦେଶକୁ ପାଳନ କରି ହୋମ୍‌ ଆଇସୋଲେଶନରେ ରହିବାକୁ ସେ କୁହନ୍ତୁ। କାରଣ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରାଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ମହନ୍ତଙ୍କ ନିକଟରେ ବସିଥିଲେ। ଏହାଛଡ଼ା ଶେହଲା ରସିଦ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ କ୍ୱାରାଣ୍ଟାଇନ୍‌ରେ ରହିବାର ଆବଶ୍ୟକତା ରହିଛି। ସେ ଆଇନ୍‌ ଉପରେ ନୁହନ୍ତି ବୋଲି ଶେହଲା କହିଛନ୍ତି।

ପ୍ରକାଶ ଯେ, ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?