Posted inଜାତୀୟ

ଜିଲାପାଳଙ୍କ ଚଷମା ଧରି ମାଙ୍କଡ ଛୁ’

ଲକ୍ଷ୍ନୌ,୨୧।୮: ୟୁପିରେ କେବଳ ସାଧାରଣ ଲୋକ ନୁହଁନ୍ତି, ମାଙ୍କଡ ଉତ୍ପାତକୁ ନେଇ ଅଧିକାରୀମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି। ବୃନ୍ଦାବନରେ ମାଙ୍କଡମାନଙ୍କ ପ୍ରାଦୁର୍ଭାବ ଯୋଗୁ ସାଧାରଣ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ବେଳେବେଳେ ମାଙ୍କଡମାନେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଏଥର ମାଙ୍କଡ଼ର ଶିକାର ସାଧାରଣ ଲୋକ ନୁହେଁ ବରଂ ଜିଲାପାଳ ହୋଇଥିଲେ। ମାଙ୍କଡଟି ଜିଲାପାଳ ଏବଂ ପୋଲିସ କର୍ମଚାରୀଙ୍କ ଚଷମା ଧରି ପଳାଇ ଯାଇଥିଲା। ବହୁ ପରିଶ୍ରମ ପରେ ଚଷମାଟି ମାଙ୍କଡ଼ରୁ ଫେରାଇ ଅଣାଯାଇଥିଲା। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ଏହି ଘଟଣାଟି ମଥୁରା ଜିଲାର ଅଟେ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମାଙ୍କଡ଼ ମଥୁରା ଜିଲାପାଳ ନବନୀତ ସିଂ ଚହଲଙ୍କ ଚଷମା ନେଇ ଏକ ଉଚ୍ଚ ସ୍ଥାନରେ ବସିଥିଲା। କୌତୁହଳର ବିଷୟ ହେଉଛି, ଭାରି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ମାଙ୍କଡ଼ ଚଷମା ନେଇ ଚାଲିଗଲା, କେହି କିଛି କରିପାରିଲେ ନାହିଁ।
ବାଙ୍କେ ବିହାର ମନ୍ଦିରରେ ଦୁର୍ଘଟଣା ପରେ ମଥୁରା ଜିଲାପାଳ ଘଟଣା ସମ୍ପର୍କରେ ପଚାରିବାକୁ ଆସିଥିଲେ। ତାଙ୍କ ସହିତ ଅନ୍ୟ ଅଧିକାରୀ ଏବଂ ପୋଲିସ କର୍ମଚାରୀ ମଧ୍ୟ ଥିଲେ। ଏହି ସମୟରେ ଏକ ମାଙ୍କଡ଼ ଆସି ଜିଲାପାଳଙ୍କ ଚଷମା ନେଇ ପଳାଇଲା। ସମସ୍ତେ ମାଙ୍କଡ଼ରୁ ଚଷମା ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ବିଭିନ୍ନ ପ୍ରକାର ଖାଦ୍ୟ ଲୋଭ ମାଙ୍କଡ଼କୁ ଦିଆଯାଉଥିଲା, କିନ୍ତୁ ମାଙ୍କଡ଼ ଚଷମା ଦେଇ ନ ଥିଲା। ଏହା ଦୀର୍ଘ ସମୟ ଧରି ଚାଲିଥିଲା। ଶେଷରେ ବହୁ କଷ୍ଟରେ ଜିଲାପାଳଙ୍କ ଚଷମା ମାଙ୍କଡ ଫେରାଇ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri