ହ୍ରିତିକଙ୍କ ମୁଣ୍ଡରେ ଝୁଲୁଛି ବିଜ୍ଞାପନର ଖଣ୍ଡା, ମାଗିବାକୁ ପଡିବ କ୍ଷମା

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଲୋକେ ବଲିଉଡ ଷ୍ଟାରଙ୍କୁ ଆଖିବୁଜି ଭଲ ପାଉଥିଲେ । ଏମିତିକି ସେମାନଙ୍କ ଭୁଲ ବି ନଜରକୁ ଆସୁ ନ ଥିଲା । ଏବେ କିନ୍ତୁ ସମୟ ପରିବର୍ତ୍ତନ ହୋଇଛି । ଷ୍ଟାରଙ୍କ ଛୋଟ ଛାଟ ଭୁଲ ବି ଦର୍ଶକେ ଧରିନେବା ସହ ସେମାନେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି । ତେଣୁ ଏବେ ସବୁଷ୍ଟାର ଦେଖିଚାହିଁ ପାଦ ବଢାଉଛନ୍ତି । ଏହାରି ଭିତରେ ବଲିଉଡର ଆଗଧାଡିର ନାୟକ ହ୍ରିତିକ ରୋଶନ ଏକ ଭୁଲ କରି ବସିଛନ୍ତି । ଯାହାପାଇଁ ହ୍ରିତିକ ଭୁଲ ମାଗନ୍ତୁ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ।
ସର୍ବ ପ୍ରଥମେ ଜମାଟୋ ବୟକଟ ଟ୍ରେଣ୍ଡ କରୁଥିବା ବେଳେ ହିନ୍ଦୁ ଜନଜାଗୃତି ସମିତି ଟୁଇଟ କରିଛି । ଯେଉଁଥିରେ ଲେଖାଯାଇଛି, ହ୍ରିତିକ କହୁଛନ୍ତି ଥାଳି ଖାଇବାକୁ ମନ ଥିଲା, ମହାକାଳରୁ ମଗେଇ ଦେଲି.. । ମହାକାଳ କୌଣସି ସେବକ ନୁହେଁ ଯାହାକୁ ମାଗିଲେ ଭୋଜନ ପହଞ୍ଚାଇଥାଏ । ଏହା ଏକ ଭଗବାନ ଯାହାର ପୂଜା କରାଯାଇଥାଏ । କ’ଣ ଜମାଟୋ ଅଲଗା ଧର୍ମର ଭଗବାନଙ୍କୁ ଏମିତି ଅପମାନ କରିପାରେ ।

ଏହାପରେ ଗୁଡଗାଓଁ ସ୍ଥିତ କମ୍ପାନୀ କହିଛି, ‘ମହାକାଳ’ ଥାଳି ବିଜ୍ଞାପନ ଅଖିଳ ଭାରତୀୟ ଅଭିଯାନର ଅଂଶ ଥିଲା । ଯେଉଁଥିରେ ସବୁ ସହରର ବଡ ବଡ ରେସ୍ତୋରାଁ ଓ ପପୁଲାରିଟି ଆଧାରରେ ଏହାର ଶୀର୍ଷ ବ୍ୟଞ୍ଜନକୁ ସାମିଲ କରାଯାଇଥିଲା । ଏହାସହ ‘ମହାକାଳ ରେସ୍ତୋରାଁ’ ଉଜ୍ଜ୍‌ୟିନରେ ଆମ ରେସ୍ତୋରାଁର ଭାଗିଦାର ମଧ୍ୟରୁ ଗୋଟିଏ । ଆଉ ଥାଳି ଏହାର ମେନ୍ୟୁରେ ଆସୁଛି । ଆମେ ଉଜ୍ଜୟିନିର ଲୋକଙ୍କ ଭାଗନାକୁ ଖୁବ୍ ସମ୍ମାନ କରୁ ଓ ବିଚାରାଧିନ ବିଜ୍ଞାପନ ଏବେ ଚାଲୁ ନାହିଁ । ଆମେ ଏଥିପାଇଁ ସଚ୍ଚୋଟତାର ସହ କ୍ଷମା ମାଗୁଛୁ, କାରଣ ଆମର ଉଦ୍ଦେଶ୍ୟ ନୁହେଁ କାହାର ଆସ୍ଥା ଓ ଭାବନାକୁ ଆଘାତ ଦେବା ।
ସୂଚନାଯୋଗ୍ୟ, ଟୁଇଟରରେ ହାସଟ୍ୟାଗ ବୟକଟ ଜମାଟୋ ଟ୍ରେଣ୍ଡ କରିବା ପରେ କମ୍ପାନୀ କ୍ଷମା ମାଗିଥିଲା । ହେଲେ ଏବେ ଲୋକେ ଚାହୁଁଛନ୍ତି କମ୍ପାନୀ ତ କ୍ଷମା ମାଗିନେଲା । ହେଲେ ହ୍ରିତିକ ତାଙ୍କ ଭୁଲ ପାଇଁ କ୍ଷମା ମାଗନ୍ତୁ । ସୋସିଆଲ ମିଡିଆରେ ହ୍ରିତିକ ରୋଶନ ମାଫି ମାଙ୍ଗେ ଟ୍ରେଣ୍ଡ କରିବା ସହ ଲୋକଙ୍କ ରାଗ ବି ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ପରେ ‘ଦ କପିଲ ଶର୍ମା ଶୋ’ର ପ୍ରଥମ ଅତିଥି ହେବେ ଏହି ଅଭିନେତା, ଜାଣନ୍ତୁ କେବେଠାରୁ ହେବ ପ୍ରସାରିତ

ସୋନି ଟିଭିରେ ପ୍ରସାରିତ କମେଡି ଶୋ’ ‘ଦ କପିଲ ଶର୍ମା’ର ଶୁଟିଂ ଦୀର୍ଘ ୪ ମାସ ପରେ ପୁଣିଥରେ ଆରମ୍ଭ ହୋଇଛି। ତେବେ ଶୋ’ର ପ୍ରଥମ...

ବଳାତ୍କାର ସିନ୍‌ରେ ଅଭିନେତ୍ରୀଙ୍କ ଚିତ୍କାର ଶୁଣି ଖୁସି ହୁଅନ୍ତି ଏହି ଅଭିନେତା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକଙ୍କ ମଧ୍ୟରୁ ଭଗବାନ ଦାଦା ଅନ୍ୟତମ। ତେବେ ଏକଦା ତାଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା। ଯାହାର ଉତ୍ତର ଶୁଣି...

ଦୋଛକିରେ କିଆରା

କିଆରା ଆଡଓ୍ବାନୀ ଦୋଛକିରେ ପଡ଼ିଯାଇଛନ୍ତି। କଥାଟି ଏମିତି ହୋଇଛି ଯେ ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। କଥା କ’ଣ କି ନିକଟରେ ଏକ...

ଯେଉଁଠି ରହୁଥିଲେ ସଞ୍ଜୟ ଦତ୍ତ ସେଇଠି ରାତି କାଟିବେ ଆର୍ଯ୍ୟନ

ମୁମ୍ବାଇ: ବଢିଯାଇଛି ବଲିଉଡର କିଙ୍ଗ ଖାନ୍ ଆର୍ଯ୍ୟନଙ୍କ ସମସ୍ୟା । ବେଳକୁ ବେଳ ତାଙ୍କର ଅଡୁଆ ବଢିବାରେ ଲାଗିଛି । କ୍ରୁଜ ଶିପରେ ଡ୍ରଗ୍‌ସ ପାର୍ଟିରେ...

ତମାଖୁ ବ୍ରାଣ୍ଡର ବିଜ୍ଞାପନ କରିବାକୁ ମନା କରିଦେଲେ ଏହି ସାଉଥ୍‌ ସୁପରଷ୍ଟାର

ବମ୍ବେ: ପୁଷ୍ପା ଫିଲ୍ମ ଜରିଆରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଥିବା ଅଲ୍ଲୁ ଅର୍ଜୁନ ପୁଣି ଚର୍ଚ୍ଚାରେ। ଏହା ପଛର କାରଣ ଜାଣିଲେ ଆପଣ ତାଙ୍କ...

ମତୁଆଲା କରିବ ଶୁଶାନ୍ତଙ୍କ ସହ ଜ୍ୟାକଲିନଙ୍କ ରୋମାନ୍ସ

ମୁମ୍ବାଇ: ବଲିଉଡ୍‌ ମୁଭି ‘ଛିଛୋରୋ’ବକ୍ସ ଅଫିସରେ ଜବରଦସ୍ତ କଲେକଶନ୍‌ କରିବା ପରେ ଏବେ ଶୁଶାନ୍ତ ସିଂ ରଜପୁତଙ୍କ ଫିଲ୍ମ ‘ଡ୍ରାଇଭ୍‌’ ରିଲିଜ୍‌ ହେବାକୁ ଯାଉଛି। ଏଥିରେ...

୧୨ ବର୍ଷ ବୟସରେ ପ୍ରଥମ ଥର ରଣବୀରଙ୍କୁ ଭେଟିଥିଲେ ଆଲିଆ

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଫିଲ୍ମ ବ୍ରହ୍ମାସ୍ତ୍ରରେ କେବଳ ଏକାଠି କାମ କରିଛନ୍ତି ତା’ନୁହଁ ଏହା ପୂର୍ବରୁ ମଧ୍ୟ ସଞ୍ଜୟ ଲୀଲା ଭଂଶାଲୀଙ୍କ...

ମୃତ୍ୟୁ ସମୟରେ ୨ ମାସର ଗର୍ଭବତୀ ଥିଲେ ଅମିତାଭଙ୍କ ଏହି ଲୋକପ୍ରିୟ ଅଭିନେତ୍ରୀ

ସାଉଥ୍‌ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଳ୍ପ କେତେଜଣଙ୍କୁ ସଫଳତା ମିଳିଛି। ସେଥିମଧ୍ୟରୁ ଜଣେ ହେଲେ...

Advertisement
Archives

Model This Week