ହସ୍ତତନ୍ତର ଆଧୁନିକ ଅଧ୍ୟାୟ

ଭୁବନେଶ୍ୱର,୭।୮(ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ଆଜି ବିଶ୍ୱବିଦିତ। ଭାରତ ସମେତ ବିଭିନ୍ନ ଦେଶରେ ଏହାର ଭଲ ଚାହିଦା ରହିଛି। ସମ୍ବଲପୁରୀ ଶାଢ଼ୀ, ଖୋର୍ଦ୍ଧା ଗାମୁଛା, ବରମପୁରୀ ପାଟ, ବମକେଇ ପାଟ, ବାନ୍ଧ, ସୋନପୁରୀ, ହାବସ୍‌ପୁରୀ ପ୍ରମୁଖ ବିଶ୍ୱ ବଜାରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଦିନଥିଲା ଓଡ଼ିଶା ନିଜର ଏହି ସ୍ବତନ୍ତ୍ର ବସ୍ତ୍ର ରପ୍ତାନୀ କରି ଅର୍ଥନୀତି ବଜାୟ ରଖିଥିଲା। ବୁଣାକାରଙ୍କ ଆର୍ଥିକ ସ୍ଥିତି ମଧ୍ୟ ବେଶ୍‌ ଭଲ ରହୁଥିଲା। ଅଳ୍ପ କେତେକ ଅଞ୍ଚଳରେ ସୀମିତ ଥିବା ହସ୍ତତନ୍ତ, ହସ୍ତକଳା, ବୟନ ଶିଳ୍ପର ପରିସର ଧୀରେ ଧୀରେ ବ୍ୟାପକ ହେଉଥିବାବେଳେ ରାଜ୍ୟରେ ବୁଣାକାରଙ୍କ ସଂଖ୍ୟା କମିବାରେ ଲାଗିଛି। ପ୍ରୋତ୍ସାହନ ଅଭାବରୁ ଅନେକ କୌଳିକ ବୃତ୍ତିରୁ ଦୂରେଇ ଯାଉଛନ୍ତି। ଏପରିସ୍ଥିତିରେ ହସ୍ତତନ୍ତରେ ଆଧୁନିକ ଅଧ୍ୟାୟ ନୂଆ ସମ୍ଭାବନା ସୃଷ୍ଟି କରିଛି। ପାରମ୍ପାରିକ ପୋଷାକରେ ଆଧୁନିକତାର ଛାପ ଦେଖିବାକୁ ମିଳୁଛି। ହାତକାମର ନିଖୁଣ କାରିଗରୀ ଓ ନୂଆ ଡିଜାଇନ୍‌ ନିଆରା ଆକର୍ଷଣ ପାଲଟିଛି। ଏବେ ରାମ୍ପ୍‌ ଓ ଫ୍ୟାଶନ ଶୋ’ ହେଉ କି ପ୍ରଦର୍ଶନୀ, ସବୁଠି ଏଭଳି ଡିଜାଇନ୍‌ର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ସରକାର ଏହାକୁ ନେଇ ଯୋଜନା, ପ୍ରୟାସ ଓ ପ୍ରୋତ୍ସାହନ ଯୋଗାଇଦେଲେ ବୁଣାକାରଙ୍କ ମଧ୍ୟରେ ପୂର୍ବ ଉତ୍ସାହ, ଆଗ୍ରହ ବଢ଼ିବା ସହ ନିଜ ସାମଗ୍ରୀର ମାନ, ଗୁଣ ବୃଦ୍ଧି ହୋଇପାରିବ। ଏଥିସହ ଆବଶ୍ୟକ ପ୍ରଚାର ପ୍ରସାର, ବଜାର ବୃଦ୍ଧି କରାଗଲେ ସେମାନଙ୍କ ଆର୍ଥିକ ଉନ୍ନତିରେ ବେଶ୍‌ ସହାୟକ ହେବ। ଆଜି ଜାତୀୟ ହସ୍ତତନ୍ତ ଦିବସ ପରିପ୍ରେକ୍ଷୀରେ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୨୬ରୁ ଜୁନ୍‌ ୧୧ ମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ଗୁଣ ବଢ଼ିଛି: ବାଗ୍‌ଚୀ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): କରୋନା (କୋଭିଡ-୧୯)ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ସଂକ୍ରମିତ ଦେଶ ତାଲିକାରେ ଭାରତ ୫ମ ସ୍ଥାନରେ ପହଞ୍ଚିଲାଣି। ରାଜ୍ୟରେ ଗତ ମେ’...

ଭାରତରେ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା: ୧ ଲକ୍ଷରେ ୧୬.୫% ଯୁବଗୋଷ୍ଠୀ କରୁଛନ୍ତି ଆତ୍ମହତ୍ୟା

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଆତ୍ମହତ୍ୟା ଦୃଷ୍ଟିରୁ ଦକ୍ଷିଣ-ପୂର୍ବ ଏସିଆରେ ଭାରତର ସ୍ଥିତି ଅନ୍ୟ ଦେଶ ଅପେକ୍ଷା ବହୁ ଆଗରେ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ,...

ଆମିକସ୍‌ କ୍ୟୁରିଙ୍କ ଶ୍ରୀମନ୍ଦିର ପରିଦର୍ଶନ

ପୁରୀ ଅଫିସ୍‌.୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା ଶନିବାର ସକାଳେ...

ସିପସରୁବାଲି ମୌଜାରେ ଜବରଦଖଲ ଉଚ୍ଛେଦ: ତିଆରି ହେବ ଲୋକସେବା ସଦନ

ପୁରୀ ଅଫିସ, ୨୫।୮: ବଦଳିବ ପୁରୀର ଢାଞ୍ଚା। ବିଶ୍ୱର ଐତିହ୍ୟ ସହର ଭାବେ ପାଇବ ନୂଆ ପରିଚୟ। ଏଥିପାଇଁ ସହରର ସାମ୍ପ୍ରତିକ ଚିତ୍ରରେ ବ୍ୟାପକ ପରିବର୍ତ୍ତନ...

ଜାଲ ଦସ୍ତାବିଜ୍‌ରେ ଜମି ଠକେଇ: ଅବସରପ୍ରାପ୍ତ ବିଏମ୍‌ସି କର୍ମଚାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଜାଲ ଦସ୍ତାବିଜ ଜରିଆରେ ଜମି ଠକେଇ କରିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

କଟକ ସହରରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୨।୧୦: କଟକ ସହରରୁ ସୋମବାର ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ...

ଜୈବବିବିଧତା ସନ୍ତୁଳନରେ ଲାଲ କଙ୍କଡ଼ା

ମହାକାଳପଡ଼ା,୨୨।୨(ଡି.ଏନ୍‌.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ଲାଲ କଙ୍କଡା ଜୈବବିବିଧତା ଓ ପ୍ରାକୃତିକ ପରିବେଶ ସନ୍ତୁଳନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସମୁଦ୍ରରୁ ଭାସି...

କରୋନାର ଲମ୍ବ ଡିଆଁ: ନୂଆ ୨୯୨୪ ଆକ୍ରାନ୍ତ ସହ ରାଜ୍ୟରେ ୬୦,୦୦୦ ପାର ହେଲା ସଂଖ୍ୟା

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ୩୦ ଜିଲାରୁ ସର୍ବାଧିକ ୨୯୨୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ...

Advertisement
Archives

Model This Week