Posted inରାଜ୍ୟ

ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲର ଉନ୍ନତୀକରଣ ହେଉ, ଜିଲା ବିକାଶ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ଜଗତ୍‌ସିଂହପୁର, ୨୨ା୧୦(ପ୍ରମୋଦ କୁମାର ନାୟକ): ଓଡ଼ିଆ ମହାଭାରତର ରଚୟିତା ହେଉଛନ୍ତି ଆଦିକବି ସାରଳା ଦାସ। ଜଗତ୍‌ସିଂହପୁର ଜିଲାରେ ଜନ୍ମିତ ଏହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜିଲା ମୁଖ୍ୟାଳୟରେ ଏ ପର୍ଯ୍ୟନ୍ତ ଗୋଟିଏ ବି ପ୍ରତିମୂର୍ତ୍ତି ସ୍ଥାପନ ହୋଇ ପାରିନାହିଁ। ଜଗତ୍‌ସିଂହପୁର ସହରରେ ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କେବଳ ଏତିକି ନୁହେଁ, ଜିଲା ବିଶେଷକରି ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଧାୟକ ପଦକ୍ଷେପ ନେଇଛନ୍ତି। ସେ ଏ ସମ୍ପର୍କରେ ଏକାଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କଠାରୁ ଆବଶ୍ୟକ ପରିମାଣର ଅନୁଦାନ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ପୂର୍ବ ସରକାର ସମୟରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଏକ ଜିଲା ପାଠାଗାର ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଅନୁଦାନ ଅଭାବରୁ ଏହା ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ଏହାକୁ ପୂର୍ଣ୍ଣସହ ସୁନ୍ଦର କରିବାକୁ ହେଲେ ପାଣ୍ଠି ଯୋଗାଇ ଦେବାକୁ ବିଧାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀକୃଷ୍ଣ (ଏସ୍‌.କେ.) ଏକାଡେମୀ ଜଗତ୍‌ସିଂହପୁର ଜିଲାର ଏକ ପୁରୁଣା ତଥା ସୁନାମଧନ୍ୟ ଶିକ୍ଷାନୁଷ୍ଠାନ। ଏହି ଉଚ୍ଚ ବିଦ୍ୟାଳୟ ଦୀର୍ଘ ୮୯ ବର୍ଷ ମଧ୍ୟରେ ଅନେକ ପ୍ରତିଭା ସୃଷ୍ଟି କରିଛି। ଯେଉଁମାନେ କେବଳ ଜିଲା କି ରାଜ୍ୟ ନୁହେଁ, ଦେଶ ଏପରି କି ବିଦେଶରେ ମଧ୍ୟ ସୁନାମ ଆଣି ପାରିଛନ୍ତି। କିନ୍ତୁ ଦୁଃଖର କଥା ହେଲା ଏହି ଶିକ୍ଷାନୁଷ୍ଠାନ ପାର୍ଶ୍ୱରେ ରହିଥିବା ଖେଳ ପଡିଆ ଚାରିପଟେ ଏ ପର୍ଯ୍ୟନ୍ତ ପାଚେରି ନିର୍ମାଣ ହୋଇପାରିନାହିଁ। ଯେଉଁ କାରଣରୁ ପଡ଼ିଆଟି ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ଉଦ୍ଦେଶ୍ୟରେ ବିନିଯୋଗ ପରିବର୍ତ୍ତେ ଦୁରୁପଯୋଗ କରାଯାଉଛି। ଏହାର ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ।

ଏହି ପ୍ରସଙ୍ଗକୁ ବିଧାୟକ ଦାସ ଗୁରୁତର ସହ ନେଇଛନ୍ତି। ସେ ଏ ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ ପରିମାଣର ଅନୁଦାନ ଯୋଗାଇ ଦେବାକୁ ଚିଠି କରିଛନ୍ତି। ସେ ଏହି ଚିଠିରେ ଏକଥା ମଧ୍ୟ ଲେଖିଛନ୍ତି, ପାଚେରି ନିର୍ମାଣ ହୋଇଗଲେ କେବଳ ବିଦ୍ୟାଳୟ ପଡ଼ିଆ ସୁରକ୍ଷିତ ନୁହେଁ ପିଲାମାନଙ୍କୁ ଖେଳ, କୁଦ କରିବା ପାଇଁ ଭରପୂର ସୁଯୋଗ ମିଳିବ। ଜାତୀୟ କବି ବୀରକିଶୋରଙ୍କୁ ନେଇ ଜଗତ୍‌ସିଂହପୁରବାସୀ ଗର୍ବ ଅନୁଭବ କରନ୍ତି। କାରଣ ଏକଦା ବୀରକିଶୋର ଦାସଙ୍କ କଲମ ମୁନରୁ ନିଃସୃତ କ୍ରାନ୍ତିକାରୀ ସଙ୍ଗୀତ ଜନ ଜାଗରଣ ସୃଷ୍ଟି କରୁଥିଲା। ସ୍ବାଧୀନତା ଆନ୍ଦୋଳନରେ ତାଙ୍କ ଅବଦାନ ଅତୁଳନୀୟ। ଯେଉଁ କାରଣରୁ ସେ ସବୁବେଳେ ନମସ୍ୟ। ତେଣୁ ସ୍ଥାନୀୟ ପୁନଙ୍ଗସ୍ଥିତ ବୀରକିଶୋର ଦାସ ପାର୍କର ଉନ୍ନତୀକରଣ ସାଙ୍ଗକୁ ତାଙ୍କ ଜନ୍ମ ସ୍ଥାନରେ ଥିବା ପ୍ରତିମୂର୍ତ୍ତିର ପୁନରୁଦ୍ଧାର କରାଯାଉ। ଏହା ହୋଇପାରିଲେ ପରବର୍ତ୍ତୀ ପୀଢ଼ି ଜଗତ୍‌ସିଂହପୁର ତଥା ରାଜ୍ୟ ପାଇଁ ଥିବା ତାଙ୍କ ଅବଦାନ କଥା ମନେରଖିପାରିବେ ବୋଲି ଉଲ୍ଲେଖ କରି ବିଧାୟକ ଦାସ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ଚିଠି କରିଛନ୍ତି। ବିଧାୟକ ଦାସ ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲର ଉନ୍ନତୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଉଲ୍ଲେଖ କରିଛନ୍ତି ଯେ, ଏହି ଜଙ୍ଗଲ ପରିସୀମାରୁ ନିକଟସ୍ଥ ବ୍ରାହ୍ମଣବାଡ଼ି ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ କରାଯିବାର ଆବଶ୍ୟକତା ଦେଖାଦେଇଛି।

ଏଥିସହ ଜଙ୍ଗଲ ପାର୍ଶ୍ୱ ନଦୀ କୂଳରେ ପାଚେରି ନିର୍ମାଣ ହେଉ। ଏହା ହୋଇପାରିଲେ ଜଙ୍ଗଲ ସାଙ୍ଗକୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ହୋଇପାରିବ। ଜବରଦଖଲକାରୀଙ୍କ କବଳରୁ ମୁକ୍ତ ସହ ପରିବେଶ ସୁରକ୍ଷିତ ରହିପାରିବ। ଅନୁରୂପ ଭାବେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ନଦୀ କୂଳରେ ଜଙ୍ଗଲ କଟେଜ୍‌ ନିର୍ମାଣ ହେଲେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ଫରେଷ୍ଟ ଇନ୍‌ସ୍ପେକ୍ସନ ବଙ୍ଗଳା ନିର୍ମାଣ ହେବା ଉଚିତ। ସେହିପରି ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମର ଉନ୍ନତୀକରଣ ଆବଶ୍ୟକ। ଏହି ପରିସର ପଡ଼ିିଆର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳ ସ୍ପ୍ରିଙ୍କଲର ବ୍ୟବସ୍ଥା, ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ୍‌, ବୃତ୍ତିଗତସ୍ତରର ତାଲିମ୍‌ ପାଇଁ ଏକ ମାନବ ଆଥଲେଟିକ୍ସ ଟ୍ରାକ୍‌ ନିର୍ମାଣ ଜରୁରୀ। ବିଭିନ୍ନ ପ୍ରତିଯୋଗିତା, ଭଲି ବଲ୍‌ କୋର୍ଟ ପ୍ରତିଷ୍ଠା, ଫିଟନେସ୍‌ ଏବଂ ଶାରୀରିକ ତାଲିମକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମ ପରିସରରେ ଇନଡୋର ଜିମ ନିର୍ମାଣ ହେବା ଆବଶ୍ୟକ। ରାତିରେ ଷ୍ଟାଡିୟମ ପରିସରକୁ ଆକର୍ଷଣୀୟ କରିବା ପାଇଁ ଏହି ପରିସରରେ ଉଚ୍ଚ ମାନର ଆଲୋକ ବ୍ୟବସ୍ଥା ହେବା ଉଚିତ। କ୍ରୀଡାବିତ୍‌ ଓ ଦର୍ଶକଙ୍କ ନିରାପଦ ତଥା ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଦାସ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?