Posted inଖେଳ

ନିଖୋଜ ଉଗାଣ୍ଡା ଆଥ୍‌ଲେଟ ଭାରତ ଟ୍ରାକ୍‌ ଜ୍ୟାକେଟ ପିନ୍ଧିଥିଲେ

ଟୋକିଓ, ୨୩ା୭(ପି.ଟି.): ପ୍ରି-ଅଲିମ୍ପିକ୍ସ ଟ୍ରେନିଂ ବେଳେ ନିଖୋଜ ହୋଇଯାଇଥିବା ଉଗାଣ୍ଡାର ଭାରୋତ୍ତୋଳକ ଜୁଲିଅସ୍‌ ସେକିଟୋଲେକୋଙ୍କୁ ବିମାନବନ୍ଦରରେ ଭାରତ ଟ୍ରାକ୍‌ ଜ୍ୟାକେଟ ପରିଧାନ କରିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଏକ ଟିଭି ଚ୍ୟାନେଲ ରିପୋର୍ଟରେ ପ୍ରକାଶ ପାଇଛି। ଏହି ଖବର ଟୋକିଓରେ ଉପସ୍ଥିତ ଭାରତୀୟ ଅଫିସିଆଲଙ୍କୁ ହତଚକିତ କରିଛି। ଏହି ୨୦ ବର୍ଷୀୟ ଆଥ୍‌ଲେଟ ସେଣ୍ଟ୍ରାଲ ଜାପାନରେ ନାରିତା ବିମାନବନ୍ଦର ଆଡକୁ ଯାଉଥିଲେ। ସେ ଏକ ଲାଲରଙ୍ଗର ଟ୍ରାକ୍‌ ଟପ୍‌ ପିନ୍ଧିଥିଲେ। ଟପ୍‌ର ପଛ ପଟେ ‘ଇଣ୍ଡିଆ’ ବୋଲି ଲେଖା ରହିଥିଲା। ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାବେଳେ ଭାରତୀୟ ଆଥ୍‌ଲେଟମାନେ ଯେଉଁ କିଟ୍‌ ବ୍ୟବହାର କରିଥିଲେ ଠିକ୍‌ ତାହା ଭଳି ଏହା ଦେଖାଯାଉଥିଲା। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି ସେକିଟୋଲେକୋଙ୍କୁ ଯେଉଁ ପୋଷାକରେ ଦେଖିବାକୁ ମିଳିଛି ତାହା ଟୋକିଓ ଗେମ୍ସ ପାଇଁ ଦେଶର ଅଫିସିଆଲ କିଟ୍‌ ନୁହେଁ। ଉଗାଣ୍ଡାର ଚିଫ୍‌ ଡି’ ମିଶନ ଆଇଶା ନାସାଙ୍ଗା କହିଛନ୍ତି ସେକିଟୋଲେକୋ କେଉଁଠୁ ଭାରତ ଟ୍ରାକ୍‌ ଜ୍ୟାକେଟ ପାଇଲେ ସେ ସମ୍ପର୍କରେ ତାଙ୍କର କୌଣସି ଧାରଣା ନାହିଁ। ଭାରୋତ୍ତୋଳକ ଜଣକ ଜାପାନରେ ଟ୍ରେନିଂ ନେବା ଲାଗି ଜୁନ୍‌ ୧୮ରେ ଆସିଥିଲେ। ଜଣେ କେହି ତାଙ୍କୁ ଏହି ଜ୍ୟାକେଟଟି ଦେଇପାରିଥାନ୍ତି ଅବା ଏହା ପୁରୁଣା ହୋଇଥାଇପାରେ। ସେକିଟୋଲେକୋ ପୁରୁଷ ୫୬କେଜି କାଟେଗୋରିରେ ଭାଗ ନେଇଥାନ୍ତି। ଓସାକା ଅନ୍ତର୍ଗତ ଇଜୁମିସାନୋରେ ଟ୍ରେନିଂ ନେଉଥିବା ୯ ଜଣିଆ ଉଗାଣ୍ଡା ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଗତ ଶୁକ୍ରବାର କୋଭିଡ୍‌ ଟେଷ୍ଟ ବେଳେ ସେକିଟୋଲେକୋଙ୍କୁ ଯେତେବେଳେ ଖୋଜାଗଲା ସେ ତାଙ୍କ ହୋଟେଲ ରୁମ୍‌ରେ ନ ଥିଲେ। ଅଫିସିଆଲ ଓ ଟିମ୍‌୍‌ମେଟ୍‌ମାନେ ଏନେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ ସେକିଟୋଲେକୋ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କି ନା ସେ ସମ୍ପର୍କରେ ସ୍ପଷ୍ଟ ନ ହୋଇ ଆଗୁଆ ଜାପାନ ପଳାଇ ଆସିଥିଲେ। ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ ତରଫରୁ ଜୁଲାଇ ୫ରେ ସୂଚାଇ ଦିଆଯାଇଥିଲା ଯେ, ସେ ଗେମ୍ସ ପାଇଁ କୋଟା ହାସଲ କରିପାରିନାହାନ୍ତି। ଏହି ଖବର ପାଇବା ପରେ ସେକିଟୋଲେକୋ ଏକ ହାତଲେଖା ଚିଠି ଛାଡ଼ି ତାଙ୍କ ହୋଟେଲ ରୁମ୍‌ରୁ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ସେ ନିଜ ଦେଶକୁ ଫେରିଯିବା ଲାଗି ଚାହାନ୍ତି ନାହିଁ ବୋଲି ସେଥିରେ ଲେଖାଥିଲା। ପରବର୍ତ୍ତୀକାଳରେ ସେକିଟୋଲେକୋଙ୍କୁ ଟୋକିଓଠାରୁ ୧୭୦ କିମି ଦୂର ୟୋକାକାଇ ସହରରେ ଠାବ କରାଯାଇଥିଲା। ବୁଧବାର ତାଙ୍କୁ ଉଗାଣ୍ଡା ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri